ନ୍ୟାୟ ମାଗି ରାଜରାସ୍ତାକୁ ଓହ୍ଲାଇଥିଲେ: ଅସୁସ୍ଥ ହୋଇ ପଡ଼ିଲେ ତାରା,
ଭୁବନେଶ୍ୱର,୨୬।୩: ସାରାରାତି ଧାରଣାର ଦେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିଯାଇଛି। ସେ ଅସୁସ୍ଥ ହୋଇପଡ଼ିଛନ୍ତି । ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ […] The post ନ୍ୟାୟ ମାଗି ରାଜରାସ୍ତାକୁ ଓହ୍ଲାଇଥିଲେ: ଅସୁସ୍ଥ ହୋଇ ପଡ଼ିଲେ ତାରା, appeared first on Dharitri Odia News.
ଭୁବନେଶ୍ୱର,୨୬।୩: ସାରାରାତି ଧାରଣାର ଦେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିଯାଇଛି। ସେ ଅସୁସ୍ଥ ହୋଇପଡ଼ିଛନ୍ତି ।
ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସୱାସ୍ଥ୍ୟ ପରୀକ୍ଷା କରିଛନ୍ତି।
ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ।
କଂଗ୍ରେସ ବିଧାୟକ ଧାରଣାରେରେ ବସିଛନ୍ତି। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ରହିଥିଲେ। ସେମାନଙ୍କୁ ବିଧାନସଭା ସୁରକ୍ଷାକର୍ମୀ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଥିଲେ। ଏହାପରେ କଂଗ୍ରେସ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣାରେ ବସିଛନ୍ତି। ଏଥିସହ ରାତିସାରା ରାତି କଟାଇଛନ୍ତି।କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର।’ ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଜୟଦେବ ଜେନା ଆମକୁ ଦେଖିବାକୁ ଆସିଥିଲେ। ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ବିଧାନସଭା ଭିତରକୁ ଛଡ଼ାଗଲାନି। ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ, ଗାଳିଗୁଲଜ କଲେ। ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି ତାରା।
The post ନ୍ୟାୟ ମାଗି ରାଜରାସ୍ତାକୁ ଓହ୍ଲାଇଥିଲେ: ଅସୁସ୍ଥ ହୋଇ ପଡ଼ିଲେ ତାରା, appeared first on Dharitri Odia News.