ନ୍ୟୁ ଜର୍ସିରେ ଆୟୋଜିତ ହେବ ଫିଫା ବିଶ୍ୱକପ୍ ଫାଇନାଲ୍, ମେକ୍ସିକୋ ସିଟିରେ ହେବ ଆରମ୍ଭ
ନୂଆଦିଲ୍ଲୀ,୫।୨: ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ୨୦୨୬ ବିଶ୍ୱକପ୍ ଫାଇନାଲ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ଫିଫା ରବିବାର ଘୋଷଣା କରିଛି। ଏହି ମୁକାବିଲା ଆୟୋଜନ କରିବା ପାଇଁ ଡଲାସ୍ ଠାରୁ ଦୃଢ଼ ଦାବିଦାର ରୂପେ ଉଭା ହୋଇଥିଲା ନ୍ୟୁ ଜର୍ସି। ଆମେରିକା, କାନାଡା ଏବଂ ମେକ୍ସିକୋ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେଉଥିବା ୨୦୨୬ ବିଶ୍ୱକପରେ ମୋଟ ୪୮ ଟିମ୍ ଅଂଶଗ୍ରହଣ କରିବେ। ଜୁନ୍ ୧୧ ରେ ମେକ୍ସିକୋ ସିଟିର ଆଇକନିକ୍ ଆଜ୍ଟେକା ଷ୍ଟାଡିୟମରେ ଉଦଘାଟନୀ […] The post ନ୍ୟୁ ଜର୍ସିରେ ଆୟୋଜିତ ହେବ ଫିଫା ବିଶ୍ୱକପ୍ ଫାଇନାଲ୍, ମେକ୍ସିକୋ ସିଟିରେ ହେବ ଆରମ୍ଭ appeared first on Dharitri Odia News.
ନୂଆଦିଲ୍ଲୀ,୫।୨: ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ୨୦୨୬ ବିଶ୍ୱକପ୍ ଫାଇନାଲ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ଫିଫା ରବିବାର ଘୋଷଣା କରିଛି। ଏହି ମୁକାବିଲା ଆୟୋଜନ କରିବା ପାଇଁ ଡଲାସ୍ ଠାରୁ ଦୃଢ଼ ଦାବିଦାର ରୂପେ ଉଭା ହୋଇଥିଲା ନ୍ୟୁ ଜର୍ସି। ଆମେରିକା, କାନାଡା ଏବଂ ମେକ୍ସିକୋ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେଉଥିବା ୨୦୨୬ ବିଶ୍ୱକପରେ ମୋଟ ୪୮ ଟିମ୍ ଅଂଶଗ୍ରହଣ କରିବେ। ଜୁନ୍ ୧୧ ରେ ମେକ୍ସିକୋ ସିଟିର ଆଇକନିକ୍ ଆଜ୍ଟେକା ଷ୍ଟାଡିୟମରେ ଉଦଘାଟନୀ ଖେଳ ସହିତ ଏହି ପ୍ରତିଯୋଗିତା ଆରମ୍ଭ ହେବ
ଫିଫା ସଭାପତି ଜିଆନାନି କହିଛନ୍ତି ଯେ ଫିଫା ବିଶ୍ୱକପ ସବୁଠୁ ଅଧିକ ଚମକପ୍ରଦ ଏବଂ ପ୍ରଭାବଶାଳୀ ଆଉ ସ୍ୱପ୍ନ ନୁହେଁ ବରଂ ଏକ ବାସ୍ତବତା ଯାହା କାନାଡା, ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରର ୧୬ ଟି ଅତ୍ୟାଧୁନିକ ଷ୍ଟାଡିୟମରେ ୧୦୪ ମ୍ୟାଚ୍ ଆକାରରେ ରୂପ ନେବ।
ଆଇକନିକ୍ ଏଷ୍ଟାଡିଓ ଆଜ୍ଟେକା ଠାରେ ଉଦ୍ଘାଟନୀ ମ୍ୟାଚ୍ ଠାରୁ ନ୍ୟୁୟର୍କ ନ୍ୟୁୟର୍କର ଚମତ୍କାର ଫାଇନାଲ୍ ପର୍ଯ୍ୟନ୍ତ ଖେଳାଳି ଏବଂ ପ୍ରଶଂସକମାନେ ଏହି ଖେଳ ପରିବର୍ତ୍ତନକାରୀ ଟୁର୍ନାମେଣ୍ଟ ପାଇଁ ବ୍ୟାପକ ଯୋଜନାର ରହିଛି । ଯାହା କେବଳ ନୂଆ ରେକର୍ଡ ସୃଷ୍ଟି କରିବ ନାହିଁ ଏକ ଅବିସ୍ମରଣୀୟ ଲିଗାସୀ ମଧ୍ୟ ଛାଡିଯିବ।”
The post ନ୍ୟୁ ଜର୍ସିରେ ଆୟୋଜିତ ହେବ ଫିଫା ବିଶ୍ୱକପ୍ ଫାଇନାଲ୍, ମେକ୍ସିକୋ ସିଟିରେ ହେବ ଆରମ୍ଭ appeared first on Dharitri Odia News.