ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ୍‌ରେ ‘ମିସେସ୍‌’, ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ସାନ୍ୟା ନୋମିନେଟ୍‌

୨୪ତମ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ‘ମିସେସ୍‌’ । ମହୋତ୍ସବର ଶେଷ ଦିନର ଫିଲ୍ମ ଭାବେ ଏହାକୁ ଚୟନ କରାଯାଇଛି । ଆସନ୍ତା ଜୁନ୍‌ ୨ ତାରିଖରେ ଏହା ପ୍ରଦର୍ଶିତ ହେବ । ଏହି ଫିଲ୍ମ ଜରିଆରେ ଜଣେ ମହିଳାଙ୍କ ସାମର୍ଥ୍ୟ ଓ ଦୃଢ଼ତାକୁ ବର୍ଣ୍ଣନା କରାଯାଇଛି । ସାନ୍ୟାଙ୍କ ସମେତ ଏଥିରେ ନିଶାନ୍ତ ଦହିୟା ଓ କଂୱଲଜିତ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ‘ମିସେସ୍‌’ ବହୁଚର୍ଚ୍ଚିତ ମାଲାୟାଲମ୍‌ ଫିଲ୍ମ ‘ଦ ଗ୍ରେଟ୍‌ ଇଣ୍ଡିଆନ କିଚେନ୍‌’ର ହିନ୍ଦୀ ରିମେକ୍‌ । ମୂଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିମିଶା ସଜୟାନ । ଫିଲ୍ମଟି ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହେବା ବିଷୟରେ ସାନ୍ୟା କହିଛନ୍ତି, ଏହା ତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏଥିରେ ସେ ରିଚା ଭୂମିକାରେ ଅଭିନୟ କରିଛନ୍ତି, ଯିଏ ପରମ୍ପରା ଓ ନିଜ ଅଭିଳାଷ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା ଫିଲ୍ମରେ ନଜର ଆସିବେ । ଏହା ତାଙ୍କ ପାଇଁ ବଡ଼ ସମ୍ମାନ ଓ ଦାୟିତ୍ୱ ମଧ୍ୟ ଥିଲା, କାରଣ ଏହା ଅନେକ ଭାରତୀୟ ମହିଳାଙ୍କ ସଂଘର୍ଷକୁ ପ୍ରତିନିଧିତ୍ୱ କରେ । ଫିଲ୍ମକୁ ସାରା ବିଶ୍ୱ ସହ ଶେୟାର କରିବାକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥିବା ସାନ୍ୟା କହିଛନ୍ତି । ‘ମିସେସ୍‌’କୁ ଦୁଇଟି ବିଭାଗରେ ପୁରସ୍କାର ପାଇଁ ନୋମିନେଟ୍‌ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ବିଭାଗରେ ସାନ୍ୟାଙ୍କ

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ୍‌ରେ ‘ମିସେସ୍‌’, ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ସାନ୍ୟା ନୋମିନେଟ୍‌

୨୪ତମ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ‘ମିସେସ୍‌’ । ମହୋତ୍ସବର ଶେଷ ଦିନର ଫିଲ୍ମ ଭାବେ ଏହାକୁ ଚୟନ କରାଯାଇଛି । ଆସନ୍ତା ଜୁନ୍‌ ୨ ତାରିଖରେ ଏହା ପ୍ରଦର୍ଶିତ ହେବ । ଏହି ଫିଲ୍ମ ଜରିଆରେ ଜଣେ ମହିଳାଙ୍କ ସାମର୍ଥ୍ୟ ଓ ଦୃଢ଼ତାକୁ ବର୍ଣ୍ଣନା କରାଯାଇଛି । ସାନ୍ୟାଙ୍କ ସମେତ ଏଥିରେ ନିଶାନ୍ତ ଦହିୟା ଓ କଂୱଲଜିତ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ‘ମିସେସ୍‌’ ବହୁଚର୍ଚ୍ଚିତ ମାଲାୟାଲମ୍‌ ଫିଲ୍ମ ‘ଦ ଗ୍ରେଟ୍‌ ଇଣ୍ଡିଆନ କିଚେନ୍‌’ର ହିନ୍ଦୀ ରିମେକ୍‌ । ମୂଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିମିଶା ସଜୟାନ । 

ଫିଲ୍ମଟି ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହେବା ବିଷୟରେ ସାନ୍ୟା କହିଛନ୍ତି, ଏହା ତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏଥିରେ ସେ ରିଚା ଭୂମିକାରେ ଅଭିନୟ କରିଛନ୍ତି, ଯିଏ ପରମ୍ପରା ଓ ନିଜ ଅଭିଳାଷ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା ଫିଲ୍ମରେ ନଜର ଆସିବେ । ଏହା ତାଙ୍କ ପାଇଁ ବଡ଼ ସମ୍ମାନ ଓ ଦାୟିତ୍ୱ ମଧ୍ୟ ଥିଲା, କାରଣ ଏହା ଅନେକ ଭାରତୀୟ ମହିଳାଙ୍କ ସଂଘର୍ଷକୁ ପ୍ରତିନିଧିତ୍ୱ କରେ । ଫିଲ୍ମକୁ ସାରା ବିଶ୍ୱ ସହ ଶେୟାର କରିବାକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥିବା ସାନ୍ୟା କହିଛନ୍ତି । ‘ମିସେସ୍‌’କୁ ଦୁଇଟି ବିଭାଗରେ ପୁରସ୍କାର ପାଇଁ ନୋମିନେଟ୍‌ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ବିଭାଗରେ ସାନ୍ୟାଙ୍କୁ ନୋମିନେଟ୍‌ କରାଯାଇ ଥିବାବେଳେ ଶ୍ରେଷ୍ଠ ନିର୍ଦ୍ଦେଶନା ବିଭାଗରେ ଫିଲ୍ମର ନିର୍ଦ୍ଦେଶିକା ଆରତି କାଦଭଙ୍କୁ ନୋମିନେଟ୍‌ କରାଯାଇଛି । 

ସେତିକି ନୁହେଁ, ଜୁନ୍‌ ୨ ତାରିଖରେ ଆଉ ଏକ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ ଯାହାର ଶୀର୍ଷକ ‘ସୁମୋ ଦିଦି’ । ଫିଲ୍ମକୁ ଦୁଇଟି ପୁରସ୍କାର ଶ୍ରେଷ୍ଠ ଡେବ୍ୟୁ ଫିଲ୍ମ ଓ ଶ୍ରେଷ୍ଠ ପଟ୍ଟକଥା ପାଇଁ ମଧ୍ୟ ନୋମିନେଟ୍‌ କରାଯାଇଛି । ଏହାର ପଟ୍ଟକଥା ଲେଖିଛନ୍ତି ନିଖିଲ ସଚାନ । ମୁମ୍ବାଇ, କୋଲକାତା ଓ ଜାପାନରେ ସୁଟିଂ ହୋଇଥିବା ‘ସୁମୋ ଦିଦି’ ଜଣେ ମଧ୍ୟବିତ୍ତ ବର୍ଗର ରକ୍ଷଣଶୀଳ ମାରୱାଡ଼ି ପରିବାର ଝିଅର କାହାଣୀ ଉପରେ ପର୍ଯ୍ୟବସିତ ।