ନ୍ୟୁୟର୍କ ଭୂମିକମ୍ପ ବେଳର Video ଭାଇରାଲ, ଦୋହଲିଲା ଷ୍ଟାଚ୍ୟୁ ଅଫ ଲିବର୍ଟି

ନ୍ୟୁୟର୍କ ୬।୪: ଆମେରିକାର ନ୍ୟୁୟର୍କ ସହର ସମେତ ନ୍ୟୁଜର୍ସିରେ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ସହରର ସୁ ଉଚ୍ଚ ଅଟ୍ଟାଳିକାଗୁଡିକୁ ଦୋହଲୁଥିବାର ଦେଖାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ମନରେ ଭୂମିକମ୍ପକୁ ନେଇ ଆତଙ୍କ ଖେଳାଇ ଦେଇଛି। ଭାଇରାଲ ହେଉଥିବା ଭିଡିଓ ଗୁଡିକରେ ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ମଧ୍ୟ ଦେଖାଯାଉଛି। ଯାହା ଏବେ ସୋସିଆଲ ମିଡିଆରେ ୟୁଜରଙ୍କ ଧ୍ୟାନ ଆକର୍ଷଣ କରୁଛି। ଭାଇରାଲ ହେଉଥିବା ଭିଡିଓରେ ଷ୍ଟାଚ୍ୟୁ ଅଫ ଲିବର୍ଟି ଭୂମିକମ୍ପ ଯୋଗୁ ଦୋହଲୁଥିବାର ଦେଖାଯାଉଛି। ଆର୍ଥକ୍ୟାମ୍‌ ଫୁଟେଜରେ ମୂର୍ତ୍ତି ଓ ସହରର ଦିଗନ୍ତ କମ୍ପୁଥିବାର ଦେଖାଯାଇଛି। ପୂର୍ବାହ୍ନ ୧୦.୨୩ ମିନିଟ୍‌ରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଆର୍ଥକ୍ୟାମ ଦ୍ୱାରା ‘ଏକ୍ସ’ରେ ପୋଷ୍ଟ କରାଯାଇଥିବା ଭିଡିଓରେ ଘଟଣା କାଳରେ ଏଲିସ ଦ୍ୱୀପକୁ ହଲୁଥିବା ଦେଖାଯାଇଛି। ଲେଡି ଲିବର୍ଟିର ଠିକ୍ ଉପରେ ଏକ କୋଣରେ ଭୂମିକମ୍ପ କାଳରେ ମୂର୍ତ୍ତି ହଲୁଥିବାର ଦେଖାଯାଇଛି। ଏହି କମ୍ପନ ମାତ୍ର କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା। EarthCam captured the moment a 4.8-magnitude earthquake recorded in New Jersey shook residents in surrounding states and New York City on Friday morning. The earthquake was the strongest in NJ since 1884. pic

ନ୍ୟୁୟର୍କ ଭୂମିକମ୍ପ ବେଳର Video ଭାଇରାଲ, ଦୋହଲିଲା ଷ୍ଟାଚ୍ୟୁ ଅଫ ଲିବର୍ଟି

ନ୍ୟୁୟର୍କ ୬।୪: ଆମେରିକାର ନ୍ୟୁୟର୍କ ସହର ସମେତ ନ୍ୟୁଜର୍ସିରେ ଶୁକ୍ରବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ସହରର ସୁ ଉଚ୍ଚ ଅଟ୍ଟାଳିକାଗୁଡିକୁ ଦୋହଲୁଥିବାର ଦେଖାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ମନରେ ଭୂମିକମ୍ପକୁ ନେଇ ଆତଙ୍କ ଖେଳାଇ ଦେଇଛି। ଭାଇରାଲ ହେଉଥିବା ଭିଡିଓ ଗୁଡିକରେ ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ମଧ୍ୟ ଦେଖାଯାଉଛି। ଯାହା ଏବେ ସୋସିଆଲ ମିଡିଆରେ ୟୁଜରଙ୍କ ଧ୍ୟାନ ଆକର୍ଷଣ କରୁଛି। 

ଭାଇରାଲ ହେଉଥିବା ଭିଡିଓରେ ଷ୍ଟାଚ୍ୟୁ ଅଫ ଲିବର୍ଟି ଭୂମିକମ୍ପ ଯୋଗୁ ଦୋହଲୁଥିବାର ଦେଖାଯାଉଛି। ଆର୍ଥକ୍ୟାମ୍‌ ଫୁଟେଜରେ ମୂର୍ତ୍ତି ଓ ସହରର ଦିଗନ୍ତ କମ୍ପୁଥିବାର ଦେଖାଯାଇଛି। ପୂର୍ବାହ୍ନ ୧୦.୨୩ ମିନିଟ୍‌ରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଆର୍ଥକ୍ୟାମ ଦ୍ୱାରା ‘ଏକ୍ସ’ରେ ପୋଷ୍ଟ କରାଯାଇଥିବା ଭିଡିଓରେ ଘଟଣା କାଳରେ ଏଲିସ ଦ୍ୱୀପକୁ ହଲୁଥିବା ଦେଖାଯାଇଛି। ଲେଡି ଲିବର୍ଟିର ଠିକ୍ ଉପରେ ଏକ କୋଣରେ ଭୂମିକମ୍ପ କାଳରେ ମୂର୍ତ୍ତି ହଲୁଥିବାର ଦେଖାଯାଇଛି। ଏହି କମ୍ପନ ମାତ୍ର କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା। 


ଭିଡିଓ ଭାଇରାଲ ହେବା ପରେ ୟୁଜର ବିଭିନ୍ନ ପ୍ରକାର କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି। ଏହା ଅବାସ୍ତବିକ ବୋଲି ଜଣେ ଉଲ୍ଲେଖ କରିଥିବା ବେଳେ ଆଉ ଜଣେ ଏହାକୁ ଡରେଇ ଦେବା ଭଳି ଭିଡିଓ ବୋଲି ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ପୂର୍ବାହ୍ନରେ ଅନୁଭୂତ ହୋଇଥିବା କମ୍ପନ ୱାସିଂଟନ ଡିସିରୁ ଆରମ୍ଭ କରି ନ୍ୟୁୟର୍କ ଏପରିକି କାନାଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହି କମ୍ପନ କିଛି ସେକେଣ୍ଡ ପାଇଁ ଥିଲା। ଏଣୁ ନ୍ୟୁୟର୍କରେ କୌଣସି ସଂରଚନାତ୍ମକ କ୍ଷତି ହୋଇ ନାହିଁ। ତେବେ ନେଭାର୍କରେ ୩ଟି ବିଲ୍ଡିଂ ପ୍ରଭାବିତ ହୋଇଥିବା ଜଣାପଡିଛି। ଏଣୁ ଏହି ବିଲ୍ଡିଂଗୁଡିକୁ ଶନିବାର ଅସୁରକ୍ଷିତ ଘୋଷଣା କରି ଦିଆଯାଇଛି।