ଭୂକମ୍ପ ଝଟକା; ଦିନକରେ ୨ଟି ସ୍ଥାନରେ ଭୂକମ୍ପ, କ୍ଷୟକ୍ଷତିରେ ନାହିଁ ସୂଚନା

ନୂଆଦିଲ୍ଲୀ ୧୬।୦୫: ଶୁକ୍ରବାର ଭୂମିକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଭୂମିକମ୍ପର ତୀବ୍ରତା ୪ ରହିଥିଲା । ତେବେ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଭୂମିକମ୍ପ ହୋଇଛି । ଆଫଗାନିସ୍ତାନ ପୂର୍ବରୁ ଚୀନରେ ହୋଇଥିଲା ଭୂମିକମ୍ପ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ସ୍ଥାନରେ ବଡ଼ କ୍ଷତିର ସୂଚନା ନାହିଁ । ଆଫଗାନିସ୍ତାନର ରାଜଧାନୀ କାବୁଲରୁ କିଛି କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ପୂର୍ବରୁ ଚୀନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୫ ରହିଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭାରତୀୟ ସମୟ ଅନୁସାରେ ଶୁକ୍ରବାର ସକାଳ ୬:୨୯ରେ ଚୀନରେ ଭୂକମ୍ପ ହୋଇଥିଲା। ଏହାର ଗଭୀରତା ପ୍ରାୟ ୧୦ କିଲୋମିଟର ତଳେ ଥିଲା।ଏହି ଭୂମିକମ୍ପ ମିଆଁମାର ସୀମାବର୍ତ୍ତୀ ଚୀନ୍ ଅଞ୍ଚଳରେ ଘଟିଛି । ତଥାପି ଏହି ଭୂମିକମ୍ପରେ ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ଖବର ନାହିଁ । ମେ ୧୨ ତାରିଖରେ ଚୀନର ପଡ଼ୋଶୀ ଦେଶ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୬ ରହିଥିଲା ।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସୋମବାର ଦିନ ଅପରାହ୍ନ ୧:୨୬ରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ମଧ୍ୟମ ତୀବ୍ରତାର ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ବେଲୁଚିସ୍ତାନ ଥିଲା। ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ତଳେ ଥିଲା । ଏହା ପୂର୍ବରୁ ତୁର୍କୀ ଏବଂ ପାକିସ୍ତାନରେ ମଧ୍

ଭୂକମ୍ପ ଝଟକା; ଦିନକରେ ୨ଟି ସ୍ଥାନରେ ଭୂକମ୍ପ, କ୍ଷୟକ୍ଷତିରେ ନାହିଁ ସୂଚନା

ନୂଆଦିଲ୍ଲୀ ୧୬।୦୫: ଶୁକ୍ରବାର ଭୂମିକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଭୂମିକମ୍ପର ତୀବ୍ରତା ୪ ରହିଥିଲା । ତେବେ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଭୂମିକମ୍ପ ହୋଇଛି । ଆଫଗାନିସ୍ତାନ ପୂର୍ବରୁ ଚୀନରେ ହୋଇଥିଲା ଭୂମିକମ୍ପ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ସ୍ଥାନରେ ବଡ଼ କ୍ଷତିର ସୂଚନା ନାହିଁ । 

ଆଫଗାନିସ୍ତାନର ରାଜଧାନୀ କାବୁଲରୁ କିଛି କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ପୂର୍ବରୁ ଚୀନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୫ ରହିଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭାରତୀୟ ସମୟ ଅନୁସାରେ ଶୁକ୍ରବାର ସକାଳ ୬:୨୯ରେ ଚୀନରେ ଭୂକମ୍ପ ହୋଇଥିଲା। ଏହାର ଗଭୀରତା ପ୍ରାୟ ୧୦ କିଲୋମିଟର ତଳେ ଥିଲା।

ଏହି ଭୂମିକମ୍ପ ମିଆଁମାର ସୀମାବର୍ତ୍ତୀ ଚୀନ୍ ଅଞ୍ଚଳରେ ଘଟିଛି । ତଥାପି ଏହି ଭୂମିକମ୍ପରେ ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ଖବର ନାହିଁ । ମେ ୧୨ ତାରିଖରେ ଚୀନର ପଡ଼ୋଶୀ ଦେଶ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୬ ରହିଥିଲା ।  

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସୋମବାର ଦିନ ଅପରାହ୍ନ ୧:୨୬ରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ମଧ୍ୟମ ତୀବ୍ରତାର ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ବେଲୁଚିସ୍ତାନ ଥିଲା। ଏହି ଭୂମିକମ୍ପର ଗଭୀରତା ୧୦ କିଲୋମିଟର ତଳେ ଥିଲା । 

ଏହା ପୂର୍ବରୁ ତୁର୍କୀ ଏବଂ ପାକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଗୁରୁବାର ଦିନ ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ମଧ୍ୟମ ଧରଣର ଭୂମିକମ୍ପର କେନ୍ଦ୍ରସ୍ଥଳ କୋନ୍ୟା ପ୍ରଦେଶରେ ଥିଲା । ଯାହା ଦେଶର କେନ୍ଦ୍ରୀୟ ଏନାଟୋଲିଆ ଅଞ୍ଚଳରେ ପଡ଼ିଥାଏ।

ଗୋଟିଏ ସପ୍ତାହ ମଧ୍ୟରେ ବିଶ୍ୱର ଅନେକ ଦେଶରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆଫଗାନିସ୍ତାନ, ଚୀନ୍ ଏବଂ ତୁର୍କୀ ବ୍ୟତୀତ, ଅନେକ ଦେଶରେ ହୋଇଛି ଭୂକମ୍ପ ।