ଦକ୍ଷିଣ ଆଫ୍ରିକାରେ ହୋଇପାରେ ମେଣ୍ଟ ସରକାର, ଶାସକ ANCକୁ ଜାକୋବ ଜୁମାଙ୍କ MK ପାର୍ଟି ଦେଲା ଝଟକା

କେପଟାଉନ ୩୧।୫: ଦକ୍ଷିଣ ଆଫ୍ରିକା ନିର୍ବାଚନ ଫଳାଫଳ ଏବେ ସାମ୍ନାକୁ ଆସିଲାଣି। ଏଠାରେ ମେଣ୍ଟ ସରକାର ହୋଇପାରେ ବୋଲି ଆକଳନ କରାଯାଉଛି। କ୍ଷମତାସୀନ ପାର୍ଟି ଆଫ୍ରିକାନ ନ୍ୟାସନାଲ କଂଗ୍ରେସ୍ (ଏଏନସି) ଏବେବି ବହୁମତରୁ ଦୂରରେ। ନିର୍ବାଚନ ଫଳାଫଳରୁ ଯାହା ଜଣାପଡୁଛି ୩୦ ବର୍ଷ ହେଲା ଦେଶକୁ ଶାସନ କରୁଥିବା ଏଏନସି ନିଜର ବହୁମତ ହରାଇଛି। ଶୁକ୍ରବାର ମଧ୍ୟ ଦକ୍ଷିଣ ଆଫ୍ରିକାରେ ଭୋଟ ଗଣତି ଜାରି ରହିଛି। ଶୁକ୍ରବାର ମଧ୍ୟାହ୍ନ ସୁଧା ହୋଇଥିବା ଭୋଟ ଗଣତିରେ ସିରିଲ ରାମଫୋସାଙ୍କ ନେତୃତ୍ୱାଧୀନ ଏଏନସିକୁ ୪୨ ପ୍ରତିଶତ ଭୋଟ ମିଳିଛି। ସେହିପରି ଡେମୋକ୍ରାଟିକ ଆଲାଏନ୍ସକୁ ୨୩ ପ୍ରତିଶତ ଭୋଟମିଳିଛି। ନିର୍ବାଚନ ପୂର୍ବରୁ ମଧ୍ୟ ଏହା ଆକଳନ କରାଯାଉଥିଲା ଯେ ଶାସକ ଏଏନସିକୁ ବହୁମତ ମିଳିନପାରେ ଓ ଏବେ ଏହି ଆଶଙ୍କା ଏବେ ସତ୍ୟରେ ପରିଣତ ହୋଇଛି। ନିର୍ବାଚନରେ ପାର୍ଟି ପଛେଇବା ପାଇଁ ଏବେ ଅନେକ କାରଣ କୁହାଯାଉଛି। ଏଏନସିକୁ ନିର୍ବାଚନରେ ସବୁଠୁ ବଡ଼ ଝଟକା ପୂର୍ବତନ ରାଷ୍ଟ୍ରପତି ଜାକୋବ ଜୁମାଙ୍କ ଏମକେ ପାର୍ଟି ଦେଇଛି। ଜାକୋବ ଜୁମାଙ୍କ ଗୃହରାଜ୍ୟ ଜୁଲୁ ନଟାଲ ଯାହା କେବେ ଏଏନସିର ଗଡ଼ ଥିଲା ସେଠାରେ ଏବେ ଏମକେ ପାର୍ଟି ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ଯାହାର ସିଧା କ୍ଷଚି ଏଏନସିକୁ ହୋଇଛି। ଏମକେ ପାର୍ଟିକୁ ଏଠାରେ ୪୪ ପ୍ରତିଶତ ଭୋଟ ମିଳିଛି ଓ ଏଏନସିକୁ ଏଠାରେ ମାତ୍ର ୧୯ ପ୍ରତିଶତ ଭୋଟ ମିଳିଛି। ଗତଦିନରେ ସମ୍ବିଧାନ କୋର୍ଟ ଜାକୋବ ଜୁ

ଦକ୍ଷିଣ ଆଫ୍ରିକାରେ ହୋଇପାରେ ମେଣ୍ଟ ସରକାର, ଶାସକ ANCକୁ ଜାକୋବ ଜୁମାଙ୍କ MK ପାର୍ଟି ଦେଲା ଝଟକା

କେପଟାଉନ ୩୧।୫: ଦକ୍ଷିଣ ଆଫ୍ରିକା ନିର୍ବାଚନ ଫଳାଫଳ ଏବେ ସାମ୍ନାକୁ ଆସିଲାଣି। ଏଠାରେ ମେଣ୍ଟ ସରକାର ହୋଇପାରେ ବୋଲି ଆକଳନ କରାଯାଉଛି। କ୍ଷମତାସୀନ ପାର୍ଟି ଆଫ୍ରିକାନ ନ୍ୟାସନାଲ କଂଗ୍ରେସ୍ (ଏଏନସି) ଏବେବି ବହୁମତରୁ ଦୂରରେ। ନିର୍ବାଚନ ଫଳାଫଳରୁ ଯାହା ଜଣାପଡୁଛି ୩୦ ବର୍ଷ ହେଲା ଦେଶକୁ ଶାସନ କରୁଥିବା ଏଏନସି ନିଜର ବହୁମତ ହରାଇଛି। ଶୁକ୍ରବାର ମଧ୍ୟ ଦକ୍ଷିଣ ଆଫ୍ରିକାରେ ଭୋଟ ଗଣତି ଜାରି ରହିଛି। 

ଶୁକ୍ରବାର ମଧ୍ୟାହ୍ନ ସୁଧା ହୋଇଥିବା ଭୋଟ ଗଣତିରେ ସିରିଲ ରାମଫୋସାଙ୍କ ନେତୃତ୍ୱାଧୀନ ଏଏନସିକୁ ୪୨ ପ୍ରତିଶତ ଭୋଟ ମିଳିଛି। ସେହିପରି ଡେମୋକ୍ରାଟିକ ଆଲାଏନ୍ସକୁ ୨୩ ପ୍ରତିଶତ ଭୋଟମିଳିଛି। ନିର୍ବାଚନ ପୂର୍ବରୁ ମଧ୍ୟ ଏହା ଆକଳନ କରାଯାଉଥିଲା ଯେ ଶାସକ ଏଏନସିକୁ ବହୁମତ ମିଳିନପାରେ ଓ ଏବେ ଏହି ଆଶଙ୍କା ଏବେ ସତ୍ୟରେ ପରିଣତ ହୋଇଛି। ନିର୍ବାଚନରେ ପାର୍ଟି ପଛେଇବା ପାଇଁ ଏବେ ଅନେକ କାରଣ କୁହାଯାଉଛି। 

ଏଏନସିକୁ ନିର୍ବାଚନରେ ସବୁଠୁ ବଡ଼ ଝଟକା ପୂର୍ବତନ ରାଷ୍ଟ୍ରପତି ଜାକୋବ ଜୁମାଙ୍କ ଏମକେ ପାର୍ଟି ଦେଇଛି। ଜାକୋବ ଜୁମାଙ୍କ ଗୃହରାଜ୍ୟ ଜୁଲୁ ନଟାଲ ଯାହା କେବେ ଏଏନସିର ଗଡ଼ ଥିଲା ସେଠାରେ ଏବେ ଏମକେ ପାର୍ଟି ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ଯାହାର ସିଧା କ୍ଷଚି ଏଏନସିକୁ ହୋଇଛି। ଏମକେ ପାର୍ଟିକୁ ଏଠାରେ ୪୪ ପ୍ରତିଶତ ଭୋଟ ମିଳିଛି ଓ ଏଏନସିକୁ ଏଠାରେ ମାତ୍ର ୧୯ ପ୍ରତିଶତ ଭୋଟ ମିଳିଛି। ଗତଦିନରେ ସମ୍ବିଧାନ କୋର୍ଟ ଜାକୋବ ଜୁମାଙ୍କୁ ନ୍ୟାୟପାଳିକା ଅବମାନନା ଆରୋପରେ ନିର୍ବାଚନ ଲଢିବା ନିଷିଦ୍ଧ କରିଥିଲେ। 

ଦକ୍ଷିଣ ଆଫ୍ରିକା ରାଜନୀତିରେ ଋଚି ରଖୁଥିବା ଲୋକଙ୍କ କହିବା କଥା ହେଲା ମେଣ୍ଟ ସରକାର କରିବା ପାଇଁ ଏବେ ପର୍ଦ୍ଦା ପଛପଟେ ଆଲୋଚନା ଆରମ୍ଭ ହୋଇଗଲାଣି। ଦକ୍ଷିଣ ଆଫ୍ରିକାରେ ବହୁମତ ନିମନ୍ତେ ୫୦ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି। ହେଲେ ଏପର୍ଯ୍ୟନ୍ତ କୌଣସି ପାର୍ଟି ଏକାକୀ ଏହି ପର୍ଯ୍ୟନ୍ତ ପହଞ୍ଚୁଥିବାର ଦେଖାଯାଉ ନାହାନ୍ତି। ତେବେ ରବିବାର ସୁଦ୍ଧା ଚୂଡାନ୍ତ ନିର୍ବାଚନ ଫଳାଫଳ ଆସିଯିବ ବୋଲି ଅନୁମାନ କରାଯାଉଛି।