ନ୍ୟୁୟର୍କ ସହରରେ ଆକସ୍ମିକ ବନ୍ୟା, ନ୍ୟୁ ଜର୍ସିରେ ଜରୁରୀକାଳୀନ ସ୍ଥିତି ଘୋଷଣା

ନୂଆଦିଲ୍ଲୀ: ମୁଷଳଧାରାରେ ବର୍ଷା ହେବା ଫଳରେ ନ୍ୟୁୟର୍କ ସହର ଏବଂ ଉତ୍ତର ନ୍ୟୁ ଜର୍ସୀରେ ବନ୍ୟା ସୃଷ୍ଟି ହୋଇଥିଲା। ସୋମବାର ରାତିରେ ମୁଷଳଧାରାରେ ବର୍ଷା ହେବା ଫଳରେ ଉତ୍ତର-ପୂର୍ବ ଏବଂ ମଧ୍ୟ-ଆଟଲାଣ୍ଟିକର କିଛି ଅଂଶ ପ୍ରଭାବିତ ହୋଇଛି। ଯାହା ଫଳରେ ନ୍ୟୁୟର୍କ ସିଟି ଏବଂ ଉତ୍ତର ନ୍ୟୁ ଜର୍ସୀରେ ବନ୍ୟା ସୃଷ୍ଟି ହୋଇଛି। ନ୍ୟୁ ଜର୍ସିରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।ସହରଗୁଡ଼ିକରେ ବିପଦ ଦେଖାଦେବାରୁ ରାଜ୍ୟପାଳ ଫିଲ୍ ମର୍ଫି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦୟାକରି ଘର ଭିତରେ ରୁହନ୍ତୁ ଏବଂ ଅନାବଶ୍ୟକ ଯାତ୍ରା ଏଡାଇବା ପାଇଁ  ସେ ପରାମର୍ଶ ଦେଇଛନ୍ତି। ଝଡ଼ବର୍ଷା ଯୋଗୁଁ ଷ୍ଟେଟେନ୍ ଆଇଲ୍ୟାଣ୍ଡ ଏବଂ ମାନହାଟନରେ ଜାତୀୟ ପାଣିପାଗ ବିଭାଗ ଆକସ୍ମିକ ବନ୍ୟା ଚେତାବନୀ ଜାରି କରିଛି।ନ୍ୟୁୟର୍କ ସିଟିର ଅଧିକାରୀମାନେ ବେସମେଣ୍ଟ ଫ୍ଲାଟର ବାସିନ୍ଦାଙ୍କୁ ଶୀଘ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରିଛନ୍ତି। ନିକଟରେ ଫୋନ୍, ଟର୍ଚ୍ଚ ଏବଂ ବ୍ୟାଗ୍ ରଖିବାକୁ କୁହାଯାଇଛି। ମାଇସେଣ୍ଟ୍ରାଲଜର୍ସିର ରିପୋର୍ଟ ଅନୁଯାୟୀ, ମେଟୁଚେନ୍ ମେୟର ଜୋନାଥନ ବୁଶ୍ କହିଛନ୍ତି ଯେ ପୋଲିସ ବନ୍ୟା ପାଣିରେ ଫସି ରହିଥିବା ଗାଡ଼ି ଚାଳକଙ୍କୁ ଉଦ୍ଧାର କରୁଛି।Plainfield, NJ #thunderstorm #flashflood @DaveCurren @JoeMartWx @News12NJ pic.twitter.com/Gj1NRx0pOk— Andrew Winters (@weather_winters)

ନ୍ୟୁୟର୍କ ସହରରେ ଆକସ୍ମିକ ବନ୍ୟା, ନ୍ୟୁ ଜର୍ସିରେ ଜରୁରୀକାଳୀନ ସ୍ଥିତି ଘୋଷଣା

ନୂଆଦିଲ୍ଲୀ: ମୁଷଳଧାରାରେ ବର୍ଷା ହେବା ଫଳରେ ନ୍ୟୁୟର୍କ ସହର ଏବଂ ଉତ୍ତର ନ୍ୟୁ ଜର୍ସୀରେ ବନ୍ୟା ସୃଷ୍ଟି ହୋଇଥିଲା। ସୋମବାର ରାତିରେ ମୁଷଳଧାରାରେ ବର୍ଷା ହେବା ଫଳରେ ଉତ୍ତର-ପୂର୍ବ ଏବଂ ମଧ୍ୟ-ଆଟଲାଣ୍ଟିକର କିଛି ଅଂଶ ପ୍ରଭାବିତ ହୋଇଛି। ଯାହା ଫଳରେ ନ୍ୟୁୟର୍କ ସିଟି ଏବଂ ଉତ୍ତର ନ୍ୟୁ ଜର୍ସୀରେ ବନ୍ୟା ସୃଷ୍ଟି ହୋଇଛି। ନ୍ୟୁ ଜର୍ସିରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।

ସହରଗୁଡ଼ିକରେ ବିପଦ ଦେଖାଦେବାରୁ ରାଜ୍ୟପାଳ ଫିଲ୍ ମର୍ଫି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଦୟାକରି ଘର ଭିତରେ ରୁହନ୍ତୁ ଏବଂ ଅନାବଶ୍ୟକ ଯାତ୍ରା ଏଡାଇବା ପାଇଁ  ସେ ପରାମର୍ଶ ଦେଇଛନ୍ତି। ଝଡ଼ବର୍ଷା ଯୋଗୁଁ ଷ୍ଟେଟେନ୍ ଆଇଲ୍ୟାଣ୍ଡ ଏବଂ ମାନହାଟନରେ ଜାତୀୟ ପାଣିପାଗ ବିଭାଗ ଆକସ୍ମିକ ବନ୍ୟା ଚେତାବନୀ ଜାରି କରିଛି।

ନ୍ୟୁୟର୍କ ସିଟିର ଅଧିକାରୀମାନେ ବେସମେଣ୍ଟ ଫ୍ଲାଟର ବାସିନ୍ଦାଙ୍କୁ ଶୀଘ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ହେବାକୁ ଅନୁରୋଧ କରିଛନ୍ତି। ନିକଟରେ ଫୋନ୍, ଟର୍ଚ୍ଚ ଏବଂ ବ୍ୟାଗ୍ ରଖିବାକୁ କୁହାଯାଇଛି। ମାଇସେଣ୍ଟ୍ରାଲଜର୍ସିର ରିପୋର୍ଟ ଅନୁଯାୟୀ, ମେଟୁଚେନ୍ ମେୟର ଜୋନାଥନ ବୁଶ୍ କହିଛନ୍ତି ଯେ ପୋଲିସ ବନ୍ୟା ପାଣିରେ ଫସି ରହିଥିବା ଗାଡ଼ି ଚାଳକଙ୍କୁ ଉଦ୍ଧାର କରୁଛି।

ମାନହାଟନର ଚେଲସିରେ ୪୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଯେତେବେଳେ ଷ୍ଟେଟେନ୍ ଆଇଲ୍ୟାଣ୍ଡରେ ୩୫୦ ମିମି ବର୍ଷା ହୋଇଛି। ଆହୁରି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। କର୍ତ୍ତୃପକ୍ଷ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିଛନ୍ତି ଏବଂ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ବାସିନ୍ଦାଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛନ୍ତି।