ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ
ଭୁବନେଶ୍ୱର,୨୦।୩: ଓଡ଼ିଆ ଜାତିର ଜୀବନଶୈଳୀରେ ଅଭିନ୍ନ ଅଂଶ ପଖାଳ। ଆଜି ଚାରିଆଡେ ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଖାଳ ଖାଇଛନ୍ତି। ତାଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଧାୟକ ପଖାଳର ମଜା ନେଇଥିଲେ। ମୁଖ୍ୟମନ୍ତ୍ରୀ ପଖାଳ ଖାଇବାର ଭିଡିଓ ଏବଂ ଫଟୋ ଏକ୍ସରେ ଶେୟାର କରିଛନ୍ତି। ସେ କହିଛନ୍ତି, ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ […] The post ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ appeared first on Dharitri Odia News.
ଭୁବନେଶ୍ୱର,୨୦।୩: ଓଡ଼ିଆ ଜାତିର ଜୀବନଶୈଳୀରେ ଅଭିନ୍ନ ଅଂଶ ପଖାଳ। ଆଜି ଚାରିଆଡେ ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଖାଳ ଖାଇଛନ୍ତି। ତାଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଧାୟକ ପଖାଳର ମଜା ନେଇଥିଲେ। ମୁଖ୍ୟମନ୍ତ୍ରୀ ପଖାଳ ଖାଇବାର ଭିଡିଓ ଏବଂ ଫଟୋ ଏକ୍ସରେ ଶେୟାର କରିଛନ୍ତି। ସେ କହିଛନ୍ତି, ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି।
ଅନ୍ୟ ଏକ ଟୁଇଟ୍ରେ ସେ କହିଛନ୍ତି,ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ପଖାଳ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ।
ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି। pic.twitter.com/76fu0ZdMT8
— Mohan Charan Majhi (@MohanMOdisha) March 20, 2025
ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗିଥାଏ। ପ୍ରକୃତରେ ଆମ ଓଡ଼ିଆ ପ୍ରାଣ ଏଇ ପଖାଳକୁ ନେଇ ଯୁଗଯୁଗ ଧରି ଆମ ଇତିହାସ ଓ ସାମାଜିକ ସହାବସ୍ଥାନ ସହ ଏକାକାର ହେଇଯାଇଛି। ମନ ନିର୍ମଳ ଓ ହୃଦୟ ଗଙ୍ଗାର ଆବେଗ ନେଇ ଆଗେଇ ଚାଲିଥିବା ଆମ ଓଡ଼ିଆ ଜାତି ପଖାଳକୁ ନେଇ ଗର୍ବିତ ହେବା ସହ ଓଡ଼ିଆତ୍ୱର ପରାକାଷ୍ଠା ଆଗକୁ ପ୍ରତିପାଦନ କରିପାରିବ, ଏ ବିଶ୍ୱାସ ଅଛି ଓ ରହିବ।
ପଖାଳ ହେଉଛି ଆମ ଓଡ଼ିଆମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା। ପଖାଳ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ଓ ବିଧାୟକ ସମସ୍ତେ ମିଶି ଆମ ପାରମ୍ପରିକ ଖାଦ୍ୟ ପଖାଳର ଆନନ୍ଦ ନେବା ଓଡ଼ିଆତ୍ୱର ଏକ ସ୍ୱତନ୍ତ୍ର ଅନୁଭବ।
ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ… pic.twitter.com/SuF4fMXdOp
— Mohan Charan Majhi (@MohanMOdisha) March 20, 2025
The post ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ appeared first on Dharitri Odia News.