ପଛରୁ ଆସି ଧକ୍କା ଦେଲା ଟ୍ରକ, ଦୁର୍ଘଟଣା ପରେ ଓଲଟିଲା ଯାତ୍ରୀବାହୀ ବସ୍
ସମ୍ବଲପୁର ୧୯।୦୪ : ଓଲଟିଲା ଯାତ୍ରୀବାହୀ ବସ୍ । ସମ୍ବଲପୁର ଗୋଳଗୁଣ୍ଡା ଓଭରବ୍ରିଜ୍ ନିକଟରେ ଓଲଟିଛି ଯାତ୍ରୀବାହୀ ବସ୍ । ଯେଉଁଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ଯାତ୍ରୀବାହୀ ବସ୍ ଦକ୍ଷିଣକାଳି ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ଫେରିଥାଏ । ଶନିବାର ସମ୍ବଲପୁର ବୁର୍ଲା ଗୋଳଗୁଣ୍ଡା ଓଭରବ୍ରିଜ୍ ନିକଟରେ ଏହି ଘଟଣା ଘଟିଛି । ଶନିବାର ଭୋର ସମୟରେ ଏକ ଟ୍ରକ୍ ଆସି ଉକ୍ତ ବସ୍କୁ ପଛରୁ ଧକ୍କା ଦୋଇଥିଲା । ଯାହାଫଳରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେବଳ କଣ୍ଡକ୍ଟର୍ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସମ୍ବଲପୁର ୧୯।୦୪ : ଓଲଟିଲା ଯାତ୍ରୀବାହୀ ବସ୍ । ସମ୍ବଲପୁର ଗୋଳଗୁଣ୍ଡା ଓଭରବ୍ରିଜ୍ ନିକଟରେ ଓଲଟିଛି ଯାତ୍ରୀବାହୀ ବସ୍ । ଯେଉଁଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଏକ ଯାତ୍ରୀବାହୀ ବସ୍ ଦକ୍ଷିଣକାଳି ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ଫେରିଥାଏ । ଶନିବାର ସମ୍ବଲପୁର ବୁର୍ଲା ଗୋଳଗୁଣ୍ଡା ଓଭରବ୍ରିଜ୍ ନିକଟରେ ଏହି ଘଟଣା ଘଟିଛି । ଶନିବାର ଭୋର ସମୟରେ ଏକ ଟ୍ରକ୍ ଆସି ଉକ୍ତ ବସ୍କୁ ପଛରୁ ଧକ୍କା ଦୋଇଥିଲା । ଯାହାଫଳରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେବଳ କଣ୍ଡକ୍ଟର୍ ଆହତ ହୋଇଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।