ପଛରେ ବାବା ସିଦ୍ଦିକିଙ୍କ ପୁଅ, ଆଗରେ ଉଦ୍ଧବଙ୍କ ପୁତୁରା
ଜୀଶାନ ଠିକ ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ କଂଗ୍ରେସ ଟିକେଟରୁ ବାନ୍ଦ୍ରା ଇଷ୍ଟ ଆସନରୁ ଜିତିଥିଲେ।
ଅଜିତ ପାୱାରଙ୍କ ଏନସିପିରୁ ନିର୍ବାଚନ ଲଢ଼ୁଥିବା ଜୀଶାନ ସିଦ୍ଦିକିଙ୍କ ପାଇଁ ଖରାପ ଖବର। ସେ ବାନ୍ଦ୍ରାର ପୂର୍ବ ଆସନରୁ ଲଢ଼ୁଥିଲେ ହେଁ ପଛରେ ରହିଛନ୍ତି। ଏଠାରେ ଉଦ୍ଧବ ଠାକରେଙ୍କ ପୁତୁରା ବରୁଣ ସରଦେଶାଇ ପ୍ରାୟ ୭ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି।
ଜୀଶାନ ହେଉଛନ୍ତି ନିକଟରେ ଗୁଳି ମାଡ଼ରେ ପ୍ରାଣ ହରାଇଥିବା ବାବା ସିଦ୍ଦିକିଙ୍କ ପୁଅ। ଏବେ ସେ ବିଧାୟକ ମଧ୍ୟ ରହିଛନ୍ତି। ଏଥର ସେ ଅଜିତ ପାୱାରଙ୍କ ଏନସିପିକୁ ଲଢ଼ୁଥିଲେ ହେଁ ତାଙ୍କ ପାଇଁ ଆଦୌ ଭଲ ଖବର ଆସିନାହିଁ।
୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବରୁଣ ୪୩ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ସିଦ୍ଦିକି ୩୬ ହଜାର ଭୋଟ ପାଇଛନ୍ତି। ରାଜ ଠାକରେଙ୍କ ଏମଏନଏସ୍ରୁ ପ୍ରାର୍ଥୀ ହୋଇଥିବା ତୃପ୍ତୀ ବାଳା ସାୱନ୍ତ ୧୪ ହଜାର ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି।
ଜୀଶାନ ଠିକ ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ କଂଗ୍ରେସ ଟିକେଟରୁ ବାନ୍ଦ୍ରା ଇଷ୍ଟ ଆସନରୁ ଜିତିଥିଲେ। ତେବେ କ୍ରସ ଭୋଟିଂ ଅଭିଯୋଗ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହାପରେ ସେ ଏନସିପିରେ ଯୋଗ ଦେଇ ୨୦୨୪ରେ ନିର୍ବାଚନ ଲଢ଼ୁଛନ୍ତି।