ପଞ୍ଜାବ ଆସିଲେ ଛାଡିବୁନି… ମୋଦିଙ୍କୁ ଚାଷୀଙ୍କ ଖୋଲା ଧମକ

ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସିଙ୍ଘୁ ଓ ଟିକରୀ ସୀମାରେ ଯାତାୟତ ବନ୍ଦ କରାଯାଇଛି।

ପଞ୍ଜାବ ଆସିଲେ ଛାଡିବୁନି… ମୋଦିଙ୍କୁ ଚାଷୀଙ୍କ ଖୋଲା ଧମକ

କୃଷକଙ୍କ ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଧମକ। ଏଥର ପଞ୍ଜାବ ଆସିଲେ ଛାଡିବୁନି। ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି କରିଛି।

ସାମ୍ନାକୁ ଆସିଥିବା ଏହି ଭିଡିଓରେ ଜଣେ ଚାଷୀ ଖୋଲାଖୋଲି ଭାବେ ମୋଦିଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି, 'ଯଦି ସେ ପୁଣି ଥରେ ପଞ୍ଜାବରେ ପାଦ ରଖନ୍ତି, ତେବେ ଭୟଙ୍କର ପରିଣାମ ଭୋଗିବେ। ଗତଥର ମୋଦି ପଞ୍ଜାବରୁ ପଳାଇ ଯାଇଥିଲେ, ଯଦି ସେ ଏଥର ପଞ୍ଜାବକୁ ଆସନ୍ତି ତେବେ ତାଙ୍କୁ ଆଉ ରକ୍ଷା ନାହିଁ। ତାଙ୍କୁ ଛଡ଼ାଯିବ ନାହିଁ।'

ଚାଷୀଙ୍କ ବିରୋଧ ତଥା ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ବାହାରିଥିବା ସେମାନଙ୍କ ରାଲିକୁ ଦେଖି ବୁଧବାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ବ୍ୟାପକ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। କେନ୍ଦ୍ରୀୟ ଦିଲ୍ଲୀ ଏବଂ ହରିଆଣାର ସୀମା ଅଞ୍ଚଳକୁ ଅଭେଦ ଦୁର୍ଗରେ ପରିଣତ କରାଯାଇଛି। ୭ରୁ ୮ ଥାକିଆ ବ୍ୟାରିକାଡ କରାଯିବା ସହ ଲୁହା କଣ୍ଟା, କଣ୍ଟା ତାର, କଙ୍କ୍ରିଟ କାନ୍ଥ ସବୁ ଠିଆ କରାଯାଇଛି।