‘ସନାତନ ବିରୋଧୀ ନାରା ଲଗାଇ ପାରିବିନି’; କଂଗ୍ରେସକୁ ବାଏ ବାଏ କଲେ ଗୌରବ ବଲ୍ଲଭ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା । ହାତ ଛାଡ଼ିଲେ ପାର୍ଟି ମୁଖପାତ୍ର ଗୌରବ ବଲ୍ଲଭ । ସେ କଂଗ୍ରେସର ସମସ୍ତ ପଦ ଏବଂ ପାର୍ଟି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସୋସିଆଲ୍ ମିଡିଆ ମାଧ୍ୟମରେ ସେ ନିଜ ଇସ୍ତଫାକୁ ଘୋଷଣା କରିଛନ୍ତି । ଏହା ସହିତ ଇସ୍ତଫା ପତ୍ରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କ ନିକଟରୁ ପଠାଇଛନ୍ତି । ଦଳରେ ଅଣଦେଖା ଏବଂ କାମ କରିବାକୁ ଅସୁବିଧା ହେଉଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟ୍ ଫାର୍ମ ଏକ୍ସରେ ଗୌରବ ବଲ୍ଲଭ ପୋଷ୍ଟ୍ କରି ଲେଖିଛନ୍ତି, କଂଗ୍ରେସ ଯେଉଁଭଳି ଭାବେ ଦିଗହୀନ କର୍ଯ୍ୟ କରୁଛି ଏବଂ ବିନା ଲକ୍ଷ୍ୟରେ ଆଗକୁ ବଢ଼ୁଛି, ଏଥିରେ ସେ ନିଜକୁ ସହଜ ଅନୁଭବ କରିପାରୁନାହାନ୍ତି । ତେଣୁ ଦଳରୁ ଇସ୍ତଫା ଦେଇଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି, ନା ମୁଁ ସନାତନ ବିରୋଧୀ ନାରା ଦେଇପାରିବି ନା ସକାଳେ ସଂଧ୍ୟାରେ ଓ୍ବେଲ୍ଥ କ୍ରିଏଟର୍ସଙ୍କୁ ଗାଲି ଦେଇପାରିବି । ତେଣୁ କଂଗ୍ରେସ ଛାଡ଼ୁଛି ବୋଲି ଗୌରବ ବଲ୍ଲଭ କହିଛନ୍ତି । ୪୨ ବର୍ଷିୟ ଗୌରବ ବଲ୍ଲଭ ରାଜସ୍ଥାନ ଯୋଦ୍ଧପୁର ଜିଲ୍ଲା ପିପାଡ୍ ଗାଁର ଅଧିବାସୀ । ପିପାଡରୁ ସେ ପ୍ରାରମ୍ଭିକ ଶିକ୍ଷା ପରେ ବାଙ୍ଗଡ଼ା କଲେଜରେ ଯୁକ୍ତ ଦୁଇ କରିଥିଲେ । ଏହା ପରେ ସେ ମହର୍ଷି ଦୟାନନ୍ଦ ସରସ୍ବତୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଏବଂ ରାଜସ୍ଥାନ ୟୁନିଭରସିଟି ଜୟପୁରର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା । ହାତ ଛାଡ଼ିଲେ ପାର୍ଟି ମୁଖପାତ୍ର ଗୌରବ ବଲ୍ଲଭ । ସେ କଂଗ୍ରେସର ସମସ୍ତ ପଦ ଏବଂ ପାର୍ଟି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସୋସିଆଲ୍ ମିଡିଆ ମାଧ୍ୟମରେ ସେ ନିଜ ଇସ୍ତଫାକୁ ଘୋଷଣା କରିଛନ୍ତି । ଏହା ସହିତ ଇସ୍ତଫା ପତ୍ରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେଙ୍କ ନିକଟରୁ ପଠାଇଛନ୍ତି । ଦଳରେ ଅଣଦେଖା ଏବଂ କାମ କରିବାକୁ ଅସୁବିଧା ହେଉଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।
ସୋସିଆଲ୍ ମିଡିଆ ପ୍ଲାଟ୍ ଫାର୍ମ ଏକ୍ସରେ ଗୌରବ ବଲ୍ଲଭ ପୋଷ୍ଟ୍ କରି ଲେଖିଛନ୍ତି, କଂଗ୍ରେସ ଯେଉଁଭଳି ଭାବେ ଦିଗହୀନ କର୍ଯ୍ୟ କରୁଛି ଏବଂ ବିନା ଲକ୍ଷ୍ୟରେ ଆଗକୁ ବଢ଼ୁଛି, ଏଥିରେ ସେ ନିଜକୁ ସହଜ ଅନୁଭବ କରିପାରୁନାହାନ୍ତି । ତେଣୁ ଦଳରୁ ଇସ୍ତଫା ଦେଇଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି, ନା ମୁଁ ସନାତନ ବିରୋଧୀ ନାରା ଦେଇପାରିବି ନା ସକାଳେ ସଂଧ୍ୟାରେ ଓ୍ବେଲ୍ଥ କ୍ରିଏଟର୍ସଙ୍କୁ ଗାଲି ଦେଇପାରିବି । ତେଣୁ କଂଗ୍ରେସ ଛାଡ଼ୁଛି ବୋଲି ଗୌରବ ବଲ୍ଲଭ କହିଛନ୍ତି ।
୪୨ ବର୍ଷିୟ ଗୌରବ ବଲ୍ଲଭ ରାଜସ୍ଥାନ ଯୋଦ୍ଧପୁର ଜିଲ୍ଲା ପିପାଡ୍ ଗାଁର ଅଧିବାସୀ । ପିପାଡରୁ ସେ ପ୍ରାରମ୍ଭିକ ଶିକ୍ଷା ପରେ ବାଙ୍ଗଡ଼ା କଲେଜରେ ଯୁକ୍ତ ଦୁଇ କରିଥିଲେ । ଏହା ପରେ ସେ ମହର୍ଷି ଦୟାନନ୍ଦ ସରସ୍ବତୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଏବଂ ରାଜସ୍ଥାନ ୟୁନିଭରସିଟି ଜୟପୁରରୁ ପିଏଚଡି କରିଥିଲେ । ଗୌରବ ବଲ୍ଲଭ ଏକ୍ସଏଲଆରଆଇ କଲେଜ ଜାମସେଦପୁରରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ପରେ ସେ କଂଗ୍ରେସରେ ସାମିଲ୍ ହୋଇଥିଲେ । ୨୦୧୯ରେ ସେ ଜାମସେଦପୁର ପୂର୍ବ ଆସନରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ।