ପଞ୍ଜାବର ସମ୍ମାନ ରଖିଲେ ହରପ୍ରୀତ, ଗୁଜରାଟକୁ ମିଳିଲା ସହଜ ବିଜୟ ଲକ୍ଷ୍ୟ
ଚଣ୍ଡିଗଡ଼: ଗୁଜରାଟ ଟାଇଟନ୍ସ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ବଡ଼ ସ୍କୋର କରି ପାରିନି ପଞ୍ଜାବ କିଙ୍ଗ୍ସ। ନିଜର ଘରୋଇ ମଇଦାନରେ ଦଳ ୧୪୨ ରନ କରି ପାରିଛି। ଗୁଜରାଟ ସମ୍ମୁଖରେ ରହିଛି ୧୪୩ ରନର ସହଜ ବିଜୟ ଲକ୍ଷ୍ୟ। ପ୍ରଭସିମରନ ସିଂ ସର୍ବାଧିକ ୩୫ ରନ କରିଥିବା ବେଳେ ହରପ୍ରୀତ ବ୍ରାର ୨୯ ରନର ବହୁ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ପଞ୍ଜାବ ସମ୍ମାନଜନକ ସ୍କୋର କରି ପାରିଛି। ଗୁଜରାଟ ପକ୍ଷରୁ ଆର ସାଇକିଶୋର ଶାଣିତ ବୋଲିଂ କରି ୩୩ ରନ ଦେଇ ୪ ସଫଳତା ହାସଲ କରିଛନ୍ତି। ନୂର ଅହମ୍ମଦ ଓ ମୋହିତ ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଗୁଜରାଟ ଅଷ୍ଟମ ଓ ପଞ୍ଜାବ କିଙ୍ଗ୍ସ ପଏଣ୍ଟ ତାଲିକାର ନବମ ସ୍ଥାନରେ ରହିଛି।