ପଟାଙ୍ଗି ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ପ୍ରଫୁଲ୍ଲ

କୋରାପୁଟ,୩ା୪(ଅମିତାଭ ବେହେରା): ରାଜ୍ୟ ବିଜେଡି ପକ୍ଷରୁ ବୁଧବାର ଦ୍ୱିତୀୟ ପଯର୍ର୍‌ୟାୟରେ ୨୭ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରେ ରହିଛନ୍ତି ଜିଲାର ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀ ଆସନ ନିମନ୍ତେ ପୂର୍ବତନ ବିଧାୟକ ପ୍ରଫୁଲ କୁମାର ପାଙ୍ଗିଙ୍କୁ ଦଳୀୟ ଟିକେଟ୍‌ ପ୍ରଦାନ କରାଯାଇଥିବା ଜଣାଯାଇଛି। ଏଥିନେଇ ବିଜେଡି ଶିବିରରେ ଆନନ୍ଦ ଖେଳିଯାଇଛି। ପୂର୍ବରୁ ୨୦୧୪ ବିଧାନସଭା ନିର୍ବାଚନରେ ପ୍ରଫୁଲ ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ଆସନରେ ୪୨୫୫ ଭୋଟ୍‌ରେ କଂଗ୍ରେସର […] The post ପଟାଙ୍ଗି ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ପ୍ରଫୁଲ୍ଲ appeared first on Dharitri Odia News.

ପଟାଙ୍ଗି ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ପ୍ରଫୁଲ୍ଲ

କୋରାପୁଟ,୩ା୪(ଅମିତାଭ ବେହେରା): ରାଜ୍ୟ ବିଜେଡି ପକ୍ଷରୁ ବୁଧବାର ଦ୍ୱିତୀୟ ପଯର୍ର୍‌ୟାୟରେ ୨୭ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରେ ରହିଛନ୍ତି ଜିଲାର ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀ ଆସନ ନିମନ୍ତେ ପୂର୍ବତନ ବିଧାୟକ ପ୍ରଫୁଲ କୁମାର ପାଙ୍ଗିଙ୍କୁ ଦଳୀୟ ଟିକେଟ୍‌ ପ୍ରଦାନ କରାଯାଇଥିବା ଜଣାଯାଇଛି। ଏଥିନେଇ ବିଜେଡି ଶିବିରରେ ଆନନ୍ଦ ଖେଳିଯାଇଛି। ପୂର୍ବରୁ ୨୦୧୪ ବିଧାନସଭା ନିର୍ବାଚନରେ ପ୍ରଫୁଲ ପାଙ୍ଗି ପଟ୍ଟାଙ୍ଗି ବିଧାନସଭା ଆସନରେ ୪୨୫୫ ଭୋଟ୍‌ରେ କଂଗ୍ରେସର ରାମଚନ୍ଦ୍ର କାଡାମଙ୍କୁ ହରାଇ ବିଜୟୀ ହୋଇ ବିଧାୟକ ହୋଇଥିଲେ। ଚଳିତ ୨୦୨୪ ନିର୍ବାଚନରେ ପାଙ୍ଗିଙ୍କ ଉପରେ ଆସ୍ଥା ରଖି ବିଜେଡି ପକ୍ଷରୁ ଟିକେଟ ପ୍ରଦାନ କରାଯାଇଥିବାରୁ ସେ ବିଜେଡି ସୁପ୍ରିମୋଙ୍କୁ କୃତଜ୍ଞତା ଦେବା ସହ ପଟ୍ଟାଙ୍ଗି ବିଧାନସଭାବାସୀ ସହ ମୁଁ ସବୁବେଳେ ରହି ଅଞ୍ଚଳର ବିକାଶ କାର୍ଯ୍ୟ ଜାରି ରଖିଛି। ତେଣୁ ଆସନ୍ତା ନିର୍ବାଚନରେ ନିଶ୍ଚିତ ଭାବେ ଲୋକଙ୍କଠାରୁ ବିପୁଳ ସମର୍ଥନ ପାଇବି ବୋଲି ସେ ଆଶା ରଖିଛନ୍ତି।

The post ପଟାଙ୍ଗି ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ପ୍ରଫୁଲ୍ଲ appeared first on Dharitri Odia News.