ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୯।୬: ଫୁଟ୍‌ବଲ୍‌ ବାଦ୍‌ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଏହି ଲୁହ ଆନନ୍ଦର ଥିଲା। ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା। ଏହା ପୂର୍ବରୁ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ ସ୍କୋର ୨-୨ ଏବଂ ତା’ପରେ ଦିଆଯାଇଥିବା ଅତିରିକ୍ତ ସମୟ ପର୍ଯ୍ୟନ୍ତ ସ୍କୋର ୨-୨ଥିଲା। ନେସନ୍ସ ଲିଗର ଫାଇନାଲ ମ୍ୟାଚ ଆଲିଆଞ୍ଜ ଆରେନା ଷ୍ଟାଡିୟମରେ ପର୍ତ୍ତୁଗାଲ ଏବଂ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ୨୧ତମ ମିନିଟରେ ମାର୍ଟିନ […] The post ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ଜାଣନ୍ତୁ କାହିଁକି appeared first on Dharitri Odia News.

ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୯।୬: ଫୁଟ୍‌ବଲ୍‌ ବାଦ୍‌ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଏହି ଲୁହ ଆନନ୍ଦର ଥିଲା। ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା। ଏହା ପୂର୍ବରୁ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ ସ୍କୋର ୨-୨ ଏବଂ ତା’ପରେ ଦିଆଯାଇଥିବା ଅତିରିକ୍ତ ସମୟ ପର୍ଯ୍ୟନ୍ତ ସ୍କୋର ୨-୨ଥିଲା।

ନେସନ୍ସ ଲିଗର ଫାଇନାଲ ମ୍ୟାଚ ଆଲିଆଞ୍ଜ ଆରେନା ଷ୍ଟାଡିୟମରେ ପର୍ତ୍ତୁଗାଲ ଏବଂ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ୨୧ତମ ମିନିଟରେ ମାର୍ଟିନ ଜୁବିମେଣ୍ଡି ସ୍ପେନ ପାଇଁ ପ୍ରଥମ ଗୋଲ କରିଥିଲେ। ମାତ୍ର ୫ ମିନିଟ ପରେ, ପର୍ତ୍ତୁଗାଲର ନୁନୋ ମେଣ୍ଡେସ ଏକ ଗୋଲ ସ୍କୋର କରି ସ୍କୋର ୧-୧କୁ ସମାନ କରିଥିଲେ।

୪୫ତମ ମିନିଟରେ, ମିକେଲ ଗୋଲ ସ୍କୋର କରି ସ୍ପେନକୁ ୨-୧ରେ ଅଗ୍ରଣୀ କରାଇଥିଲେ, ଏହା ପରେ ପର୍ତ୍ତୁଗାଲ ଏକ ଗୋଲ ସ୍କୋର କରିଥିଲେ କିନ୍ତୁ ରୋନାଲ୍ଡୋ ଅଫସାଇଡ ଠିଆ ହୋଇଥିଲେ ତେଣୁ ଏହି ଗୋଲକୁ ଅବୈଧ ଘୋଷଣା କରାଯାଇଥିଲା। ତଥାପି, ୬୧ତମ ମିନିଟରେ, ରୋନାଲ୍ଡୋ ଏକ ଚମତ୍କାର ଗୋଲ ସ୍କୋର କରି ସ୍କୋର ୨-୨କୁ ସମାନ କରିଥିଲେ।

ରୋନାଲ୍ଡୋଙ୍କ ଗୋଲ ପରେ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ କୌଣସି ଗୋଲ ହୋଇ ନ ଥିଲା। ପରେ ଅତିରିକ୍ତ ସମୟ ଦିଆଯାଇଥିଲା କିନ୍ତୁ ଏଠାରେ ମଧ୍ୟ କୌଣସି ଗୋଲ ହୋଇ ନ ଥିଲା। ଏହା ପରେ ପେନାଲ୍ଟି ସୁଟଆଉଟ ହୋଇଥିଲା। ଏଥିରେ ପର୍ତ୍ତୁଗାଲ ସ୍ପେନକୁ ୫-୩ଗୋଲରେ ପରାସ୍ତ କରିଥିଲା। ପର୍ତ୍ତୁଗାଲ ଜିତିବା ମାତ୍ରେ, ରୋନାଲ୍ଡୋ ଖୁସିରେ ଭାବପ୍ରବଣ ହୋଇଗଲେ। ସେ ପ୍ରଥମେ ଷ୍ଟାଡିୟମରେ ବସି ପଡ଼ିଲେ। ପଡ଼ିଆରେ ବସିପଡ଼ି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।
ପର୍ତ୍ତୁଗାଲ ଶେଷ ଗୋଲ କରି ଟାଇଟଲ ଜିତିଲା, ରୋନାଲ୍ଡୋ ଆନନ୍ଦରେ କାନ୍ଦିବାକୁ ଲାଗିଲେ। ଭାରତର ପ୍ରଶଂସକମାନେ ମଧ୍ୟ ଏହାକୁ ବିରାଟ କୋହଲିଙ୍କ ସହ ଯୋଡ଼ି ଶେୟାର କରୁଛନ୍ତି। IPL 2025 ଟ୍ରଫି ଜିତିବା ପରେ ବିରାଟ ମଧ୍ୟ ଷ୍ଟାଡିୟମରେ କାନ୍ଦିଥିଲେ।

The post ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ଜାଣନ୍ତୁ କାହିଁକି appeared first on Dharitri Odia News.