ପଡିଆବାହାଲ ଧନୁଯାତ୍ରା: କଂସ ପରାକ୍ରମରେ ମଥୁରା ଥର ହର

ସମ୍ବଲପୁର:ମା ମାଉଲି ମା ଯୁବକ ସଙ୍ଘ ପକ୍ଷରୁ ଆୟୋଜିତ ହେଉଥିବା ପଡିଆବାହାଲ ଧନୁଯାତ୍ରାରେ କଂସ ପରାକ୍ରମରେ ମଥୁରା ଥର ହର ହୋଇପଡିଛି। ମହାରାଜ କଂସଙ୍କ ରାଜ ଅଭିଷେକ ଦୃଶ୍ୟ ଦର୍ଶକଙ୍କ ଆଖିରୁ ଝରାଇ ଦେଇଥିଲା ବୁନ୍ଦା ବୁନ୍ଦା ଲୁହ। ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଦେଇ ମଞ୍ଚସ୍ଥ ହେଉଥିବା ଧନୁଯାତ୍ରାର ଦ୍ଵିତୀୟ ଦିବସ ଥିଲା ଖୁବ ଆକର୍ଷଣୀୟ। ମାତୁଳ କଂସର ଧନୁଯାତ୍ରାରେ ରାଜକୀୟ ଠାଣି ଥିଲା ବେଶ ଚିତ୍ତାକର୍ଷକ। ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର […] The post ପଡିଆବାହାଲ ଧନୁଯାତ୍ରା: କଂସ ପରାକ୍ରମରେ ମଥୁରା ଥର ହର appeared first on Odisha.News.

ପଡିଆବାହାଲ ଧନୁଯାତ୍ରା: କଂସ ପରାକ୍ରମରେ ମଥୁରା ଥର ହର

ସମ୍ବଲପୁର:ମା ମାଉଲି ମା ଯୁବକ ସଙ୍ଘ ପକ୍ଷରୁ ଆୟୋଜିତ ହେଉଥିବା ପଡିଆବାହାଲ ଧନୁଯାତ୍ରାରେ କଂସ ପରାକ୍ରମରେ ମଥୁରା ଥର ହର ହୋଇପଡିଛି। ମହାରାଜ କଂସଙ୍କ ରାଜ ଅଭିଷେକ ଦୃଶ୍ୟ ଦର୍ଶକଙ୍କ ଆଖିରୁ ଝରାଇ ଦେଇଥିଲା ବୁନ୍ଦା ବୁନ୍ଦା ଲୁହ।
ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଦେଇ ମଞ୍ଚସ୍ଥ ହେଉଥିବା ଧନୁଯାତ୍ରାର ଦ୍ଵିତୀୟ ଦିବସ ଥିଲା ଖୁବ ଆକର୍ଷଣୀୟ। ମାତୁଳ କଂସର ଧନୁଯାତ୍ରାରେ ରାଜକୀୟ ଠାଣି ଥିଲା ବେଶ ଚିତ୍ତାକର୍ଷକ। ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରୁ ଥିବା ଏହି ଧନୁଯାତ୍ରା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା।ମହାରାଜ ଉଗ୍ର ପ୍ରତାପୀ କଂସ ଙ୍କ ଅଭିନୟରେ ମଥୁରା ନଗରୀ ଥରି ଉଠିଥିଲା।ଗତ ୩ ବର୍ଷ ଧରି କଂସ ଭୂମିକାରେ ଝସକେତନ ପ୍ରଧାନ ଅଭିନୟ କରି ଆସୁଛନ୍ତି।
ପ୍ରାରମ୍ଭରେ ମଥୁରା ନଗରୀରେ ଗୀତ ନୃତ୍ୟର ଆସର ବେଶ ମନଛୁଆଁ ହୋଇଥିଲା।ଅନ୍ୟ ପକ୍ଷରେ ମୀନବଜାର ପାଇଁ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ଦ୍ୱିତୀୟ ଦିବସରେ ନାଟ୍ୟଗୁରୁ ଅଶ୍ୱନୀ କୁମାର ମିଶ୍ର ରାଜକୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜା ଦଶରଥଙ୍କ ନିମନ୍ତ୍ରଣ ପାଇ ରାଜପୁରୋହିତ ଭାବେ ପଣ୍ଡିତ ମହେଶ୍ୱର ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

The post ପଡିଆବାହାଲ ଧନୁଯାତ୍ରା: କଂସ ପରାକ୍ରମରେ ମଥୁରା ଥର ହର appeared first on Odisha.News.