ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା ତାହା ଭଗବାନଙ୍କ ଉପରେ ନିର୍ଭର କରିଥାଏ। କାରଣ ବେଳେବେଳେ ମୃତ୍ୟୁ ଲୁଚିଛପି ଆସି ସବୁ ଆଶାରେ ପୂର୍ଣ୍ଣଚ୍ଛେଦ ପକାଇଥାଏ। ଠିକ୍‌ ଏଭଳି ଏକ ଘଟଣା ରାଜସ୍ଥାନର କୋଟାରେ ଦେଖିବାକୁ ମିଳିଛି। ଏଠାରେ ପତ୍ନୀଙ୍କ ସେବା ଲାଗି ଜଣେ ଅଧିକାରୀ ୩ ବର୍ଷ ପୂର୍ବରୁ ଭିଆର୍‌ଏସ୍‌ ଲାଗି ଆବେଦନ କରିଥିଲେ। ସେହି […] The post ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video appeared first on Dharitri Odia News.

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା ତାହା ଭଗବାନଙ୍କ ଉପରେ ନିର୍ଭର କରିଥାଏ। କାରଣ ବେଳେବେଳେ ମୃତ୍ୟୁ ଲୁଚିଛପି ଆସି ସବୁ ଆଶାରେ ପୂର୍ଣ୍ଣଚ୍ଛେଦ ପକାଇଥାଏ। ଠିକ୍‌ ଏଭଳି ଏକ ଘଟଣା ରାଜସ୍ଥାନର କୋଟାରେ ଦେଖିବାକୁ ମିଳିଛି। ଏଠାରେ ପତ୍ନୀଙ୍କ ସେବା ଲାଗି ଜଣେ ଅଧିକାରୀ ୩ ବର୍ଷ ପୂର୍ବରୁ ଭିଆର୍‌ଏସ୍‌ ଲାଗି ଆବେଦନ କରିଥିଲେ। ସେହି ଭିଆର୍‌ଏସ୍‌ ପାର୍ଟିରେ ପତ୍ନୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଆଖି ପିଛୁଳାକେ ଖୁସିର ମୁହୂର୍ତ୍ତ ଶୋକରେ ବୁଡ଼ିଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ସୂଚନାନୁଯାୟୀ, ଦେବେନ୍ଦ୍ର ସନ୍ଦଲ ନିଜ ପତ୍ନୀ ଦୀପିକା ହୃଦରୋଗରେ ପୀଡ଼ିତ ଥିଲେ। ତାଙ୍କ ଦେଖାଶୁଣା କରିବା ଲାଗି ୩ ବର୍ଷ ପୂର୍ବରୁ ଦେବେନ୍ଦ୍ର ସ୍ବଇଚ୍ଛାରେ ସେବାନିବୃତ ନେଉଥିଲେ। ମଙ୍ଗଳବାର କର୍ମକ୍ଷେତ୍ରରେ ତାଙ୍କର ଶେଷ ଦିନ ଥିଲା। ଏହାକୁ ନେଇ ରଖାଯାଇଥିବା ପାର୍ଟିରେ ଦୀପିକା ଅସୁସ୍ଥ ହୋଇପଡ଼ିଥିଲେ। ଫୁଲମାଳ ପକାଉଥିବା ବେଳେ ହଠାତ ସେ ଚେୟାରରେ ବସି ପଡ଼ିଥିଲେ। ଅବସ୍ଥା ବିଗୁଡ଼ୁଥିବା ଯୋଗୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ମୋବାଇଲ କ୍ୟାମେରାରେ କଏଦ ହେବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ବିଧାତାର ଏ କି ବିଧାନ ବୋଲି ମତ ରଖୁଛନ୍ତି।

The post ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video appeared first on Dharitri Odia News.