ପତ୍ନୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା ,ଫୋରେନସିକ ଲ୍ୟାବକୁ ଗଲା ବ୍ୟବହୃତ ସିରିଞ୍ଜ
ଭୁବନେଶ୍ୱର : ସ୍ତ୍ରୀକୁ ଆନେସ୍ଥେସିଆ ଓଭରଡୋଜ ଦେଇ ହତ୍ୟା ଘଟଣା। ରାଜ୍ୟ ଫରେନସିକ ଲ୍ୟାବ୍କୁ ପଠାଗଲା ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ଏବଂ ଅଭିଯୁକ୍ତଙ୍କ ମୋବାଇଲ ଫୋନ । ଆନେସ୍ଥେସିଆ ମେଡିସିନିରେ ଆଉ କିଛି କେମିକାଲ ମିଶାଇଥିଲେ କି ନାହିଁ କରାଯିବ ପରୀକ୍ଷା । ସେପଟେ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ମଧ୍ୟ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ରିମାଣ୍ଡ ବେଳେ କ୍ରାଇମ ସିନ୍ ରିକ୍ରିଏସନ କରିବା ନେଇ ସୂଚନା […]

ଭୁବନେଶ୍ୱର : ସ୍ତ୍ରୀକୁ ଆନେସ୍ଥେସିଆ ଓଭରଡୋଜ ଦେଇ ହତ୍ୟା ଘଟଣା। ରାଜ୍ୟ ଫରେନସିକ ଲ୍ୟାବ୍କୁ ପଠାଗଲା ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ଏବଂ ଅଭିଯୁକ୍ତଙ୍କ ମୋବାଇଲ ଫୋନ । ଆନେସ୍ଥେସିଆ ମେଡିସିନିରେ ଆଉ କିଛି କେମିକାଲ ମିଶାଇଥିଲେ କି ନାହିଁ କରାଯିବ ପରୀକ୍ଷା । ସେପଟେ ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ମଧ୍ୟ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ରିମାଣ୍ଡ ବେଳେ କ୍ରାଇମ ସିନ୍ ରିକ୍ରିଏସନ କରିବା ନେଇ ସୂଚନା ଦେଲା ତଦନ୍ତକାରୀ ଟିମ । ଉଭୟ ସ୍ୱାମୀ ପ୍ରଦ୍ୟୁମ୍ନ ଏବଂ ସ୍ତ୍ରୀ ଶୁଭଶ୍ରୀ ଫାର୍ମାସିଷ୍ଟ ଥିବା ସୂଚନା ମିଳିଛି ।
ସୂଚନା ଅନୁଯାଇ, ଗତ ୪ ବର୍ଷ ପୂର୍ବରୁ ଶୁଭଶ୍ରୀ ଏବଂ ପ୍ରଦ୍ୟୁମ୍ନ ପ୍ରେମ ବିବାହ କରିଥିଲେ । ପ୍ରଦ୍ୟୁମ୍ନ କଳିଙ୍ଗ ବିହାରରେ ଥିବା ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବରେ ଚାକିରୀ କରୁଥିଲେ । ଏହି ସମୟରେ ସେଠାରେ ଆଉ ୨ ଜଣ ନର୍ସିଂ ଝିଅଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଜଗଡା ଲାଗିରହୁଥିଲା । ଅନେକ ସମୟରେ ପ୍ରଦ୍ୟୁମ୍ନ,ଶୁଭଶ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ । ଏହି ଘଟଣାପରେ ଶୁଭଶ୍ରୀ ଗତ ୬ ମାସ ଧରି ନିଜ ବାପ ଖୋର୍ଦ୍ଧା ସ୍ଥିତ ବିଜେବି ନଗରରେ ଯାଇ ରହୁଥିଲେ । ତେବେ ଗତ ୨୭ ତାରିଖରେ ପ୍ରଦ୍ୟୁମ୍ନ ଶ୍ୱଶୁର ଘରକୁ ଯାଇ ଶୁଭଶ୍ରୀଙ୍କୁ ବୁଝାସୁଝା କରି ନିଜ ଭଡ଼ା ଘରକୁ ଆଣିଥିଲା । ଏବଂ ୨୮ ତାରିଖ ଦିନ ଶୁଭଶ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଶୁଭଶ୍ରୀଙ୍କ ବାପଘର ଲୋକେ ଭରତପୁର ଥାନାରେ ଏତଲା ଦେଇଥିଲେ । ପୁଲିସ୍ ପ୍ରଥମେ ପ୍ରଦ୍ୟୁମ୍ନକୁ ଉଠାଇ ଆଣିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆନେସ୍ଥେସିଆ ସୁରାକ ମିଳିବା ପରେ ପୁଲିସର ସନ୍ଦେହ ଆହୁରି ବଢ଼ିଥିଲା । ପ୍ରାୟ ଘଣ୍ଟାଏ ଧରି ଜେରା କରିବାରୁ ପ୍ରଦ୍ୟୁମ୍ନ ସବୁ ସତ ଉଗାରିଥିଲା । ସାଇଣ୍ଟିଫିକ୍ ଟିମ୍ ତାଙ୍କ ଘରୁ ନିଶ୍ଚେତକ ବୋତଲ ସହ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ଆଜି ହତ୍ୟାରେ ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍କୁ ରାଜ୍ୟ ଫରେନସିକ ଲ୍ୟାବ୍କୁ ପଠାଯାଇଛି।