ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ
ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ପଦ୍ମ ଧରିଲେ ସୁନନ୍ଦା ଦାସ । ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ଦାସ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁନନ୍ଦା । ମାତ୍ର ଏହି ନିର୍ବାଚନରେ […] The post ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ appeared first on KNews Odisha.

ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ପଦ୍ମ ଧରିଲେ ସୁନନ୍ଦା ଦାସ । ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ଦାସ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁନନ୍ଦା ।
ମାତ୍ର ଏହି ନିର୍ବାଚନରେ ତାଙ୍କୁ ଟିକେଟ ଦେଇନଥିଲା ଦଳ। ଦଳରେ ଅଣଦେଖା ହେଉଥିବା ଅଭିଯୋଗ ଆଣି ଗତ ୨୯ ତାରିଖରେ ବିଜେଡି ଛାଡ଼ିଥିଲେ ସୁନନ୍ଦ। ବିଜେଡି ଛାଡିବା ପରେ ସୁନନ୍ଦା ଦାସ ବିଜେଡି ଦଳ ଭିତର ଅନେକ ଗୁମର ଖୋଲିଥିଲେ । କିନ୍ତୁ ୨୦୨୪ରେ ଦଳୀୟ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ଟିକେଟ୍ ଦେଇଥିଲା । ଆଉ ସେ ବିଜୟୀ ମଧ୍ୟ ହୋଇଥିଲେ ।
The post ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ appeared first on KNews Odisha.