କେବିସିରେ ୫୦ ଲକ୍ଷ ଜିତିଲେ ଚୌଦ୍ୱାରର ପଙ୍କଜିନୀ

ଭୁବନେଶ୍ୱର : ରିୟଲିଟି ଶୋ’ କୌନ୍‌ ବନେଗା କରୋଡପତିରେ ଜଲୱା ଦେଖାଇଛନ୍ତି କଟକ ଚୌଦ୍ୱାରର ମହିଳା ବ୍ୟବସାୟୀ ପଙ୍କଜିନୀ ଦାଶ। ୫୦ ଲକ୍ଷ ଟଙ୍କା ଜିତି ସେ କେବିସିରୁ ଓହରି ଯାଇଛନ୍ତି। ୧ କୋଟି ଟଙ୍କାର ଅନ୍ତିମ ପ୍ରଶ୍ନର ଉତ୍ତର ସେ ଜାଣିଥିଲେ ସୁଦ୍ଧା କୌଣସି ରିସ୍କ ନେବାକୁ ଚାହିଁ ନଥିଲେ। ଏହି ସଫଳତା ପଛରେ ତାଙ୍କ ପରିବାର, ସ୍ବାମୀ ଓ ପୁଅର ବଡ଼ ଭୂମିକା ରହିଥିବା ସେ କହିଛନ୍ତି। ୨୪ବର୍ଷ ଧରି ସେ ଏହି ଶୋ’ରେ […]

କେବିସିରେ ୫୦ ଲକ୍ଷ ଜିତିଲେ ଚୌଦ୍ୱାରର ପଙ୍କଜିନୀ
Pankajini Das from Choudwar wins Rs 50 laks in KBC

ଭୁବନେଶ୍ୱର : ରିୟଲିଟି ଶୋ’ କୌନ୍‌ ବନେଗା କରୋଡପତିରେ ଜଲୱା ଦେଖାଇଛନ୍ତି କଟକ ଚୌଦ୍ୱାରର ମହିଳା ବ୍ୟବସାୟୀ ପଙ୍କଜିନୀ ଦାଶ। ୫୦ ଲକ୍ଷ ଟଙ୍କା ଜିତି ସେ କେବିସିରୁ ଓହରି ଯାଇଛନ୍ତି। ୧ କୋଟି ଟଙ୍କାର ଅନ୍ତିମ ପ୍ରଶ୍ନର ଉତ୍ତର ସେ ଜାଣିଥିଲେ ସୁଦ୍ଧା କୌଣସି ରିସ୍କ ନେବାକୁ ଚାହିଁ ନଥିଲେ। ଏହି ସଫଳତା ପଛରେ ତାଙ୍କ ପରିବାର, ସ୍ବାମୀ ଓ ପୁଅର ବଡ଼ ଭୂମିକା ରହିଥିବା ସେ କହିଛନ୍ତି। ୨୪ବର୍ଷ ଧରି ସେ ଏହି ଶୋ’ରେ ଭାଗ ନେବାକୁ ପ୍ରୟାସ କରୁଥିବା ବେଳେ ଶେଷରେ ତାଙ୍କର ଇଚ୍ଛା ପୂରଣ ହୋଇଛି। ଶୋ’ର ହୋଷ୍ଟ ଅମିତାଭ ବଚନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇବା ଏହି ଲୋକପ୍ରିୟ ଶୋ’ରେ ଭାଗ ନେଇ ସେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।

ତେବେ ପଙ୍କଜିନୀ ଜଣେ ଫାର୍ମାସିଷ୍ଟ ହୋଇଥିବା ବେଳେ ମା’ ଶରାଳା ନାମକ ଏକ ମେଡ଼ିକାଲ ଷ୍ଟୋର ଚଳାଉଛନ୍ତି। ପରିବାରର ଦେଖାଶୁଣା କରିବା ସହ ସ୍ୱାମୀ, ପିଲାମାନଙ୍କ ଦାୟିତ୍ୱକୁ ସୁରାରୁ ରୂପେ ତୁଲାଇବା ସହ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିବାରୁ ତାଙ୍କର କାର୍ଯ୍ୟଦକ୍ଷତାକୁ ଅମିତାଭ ବଚନ୍‌ ସାଧୁବାଦ ଜଣାଇଛନ୍ତି। ଏହି ଶୋ’ରେ ତାଙ୍କ ସହ ତାଙ୍କ ପୁଅ ଅର୍ଜୁନ ଉପସ୍ଥିତ ରହିଥିବା ବେଳେ ଏଥିରେ ଭାଗ ନେବାକୁ ପୁଅର ମଧ୍ୟ ବହୁ ସହଯୋଗ ରହିଥିବା ପଙ୍କଜିନୀ କହିଛନ୍ତି।