ଆଖି ମେକଅପ
ମୁହଁକୁ ସୁନ୍ଦର କରିବାରେ ଆଖିର ବଡ ଭୂମିକା ରହିଥାଏ । ତେଣୁ ଝିଅ ମାନେ ଆଖିର ଖୁବ୍ ଯନି ନିଅନ୍ତି । ତେବେ ଆଖିକୁ ସୁନ୍ଦର କରିବା ପାଇଁ କେତେକ ଛୋଟଛୋଟ ଜିନିଷର ଧ୍ୟାନ ଦେବାକୁ ହୋଇଥାଏ । ଯାହାକୁ ଧ୍ୟାନରେ ରଖିଲେ ଆଖି ବେଶ୍ ସୁନ୍ଦର ଦେଖାଯିବ । ସର୍ବଦା ଆଖି ଅନୁସାରେ ମେକଅପ୍ କରନ୍ତୁ । କାରଣ ସମସ୍ତଙ୍କର ଆଖି ଭିନ୍ନ ହୋଇଥାଏ । ତେଣୁ ଯାହାର ଯେଉଁ ଆକାରର ଆଖି ସେହି ହିସାବରେ […]

ମୁହଁକୁ ସୁନ୍ଦର କରିବାରେ ଆଖିର ବଡ ଭୂମିକା ରହିଥାଏ । ତେଣୁ ଝିଅ ମାନେ ଆଖିର ଖୁବ୍ ଯନି ନିଅନ୍ତି । ତେବେ ଆଖିକୁ ସୁନ୍ଦର କରିବା ପାଇଁ କେତେକ ଛୋଟଛୋଟ ଜିନିଷର ଧ୍ୟାନ ଦେବାକୁ ହୋଇଥାଏ । ଯାହାକୁ ଧ୍ୟାନରେ ରଖିଲେ ଆଖି ବେଶ୍ ସୁନ୍ଦର ଦେଖାଯିବ । ସର୍ବଦା ଆଖି ଅନୁସାରେ ମେକଅପ୍ କରନ୍ତୁ । କାରଣ ସମସ୍ତଙ୍କର ଆଖି ଭିନ୍ନ ହୋଇଥାଏ । ତେଣୁ ଯାହାର ଯେଉଁ ଆକାରର ଆଖି ସେହି ହିସାବରେ ମେକଅପ୍ କରନ୍ତୁ । କେତେକ ଲୋକଙ୍କର ଆଖିର ଉପର ପତା ଓ ଆଇବ୍ରୋ ମଧ୍ୟରେ ଥିବା ଖାଲି ସ୍ଥାନ କୁଂଚି କୁଂଚି ହୋଇଥାଏ । ଯାହା ଆଖିର ମେକଅପ ବିଗାଡି ଥାଏ । ତେଣୁ ଏ କ୍ଷେତ୍ରରେ ମେକଅପ୍ ପୂର୍ବରୁ ପ୍ରାଇମର ଲଗାଇବା ଦରକାର । ଯାହାପରେ ଆପଣ ମେକଅପ କରିପାରିବେ । ଏହାସହ ଆପଣ ଡାର୍କ ଲାଇନର ପେନ୍ସିଲ ବ୍ୟବହାର କରନ୍ତୁ । ସେହିଭଳି ଯେଉଁମାନଙ୍କର ଛୋଟ ଆଖି ସେମାନେ ଧଳା ଆଇଲାଇନର ବ୍ୟବହାର କରିବା ଆବଶ୍ୟକ ରହିଛି । ଏହାସହ ସର୍ବଦା ଆଖିରେ ରଙ୍ଗୀନ ଆଇସ୍ୟାଡୋ ବ୍ୟବହାର କରନ୍ତୁ ।