ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଜଗନ୍ନାଥ

ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଶିକ୍ଷିତ ତଥା ଟାଣୁଆ ବିଜେଡି ନେତା ଭାବେ ପରିଚିତ ଜଗନ୍ନାଥ ନୁଣ୍ଡୃକା ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରଠାରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଜଗନ୍ନାଥଙ୍କ ଭାଜପାରେ ଯୋଗଦାନ ପରେ ବିଷମକଟକ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ପୂର୍ବରୁ ବିଜେଡିରେ ଆଶାୟୀ ଥିବା ନୁଣ୍ଡୃକା ଏଥର ଭାଜପାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ବିଜେଡ଼ିରେ ରହି ଅଞ୍ଚଳ ପାଇଁ କାମ କରିବା ସହିତ ଦଳକୁ […] The post ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଜଗନ୍ନାଥ appeared first on Dharitri Odia News.

ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଜଗନ୍ନାଥ

ରାୟଗଡ଼ା,୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଶିକ୍ଷିତ ତଥା ଟାଣୁଆ ବିଜେଡି ନେତା ଭାବେ ପରିଚିତ ଜଗନ୍ନାଥ ନୁଣ୍ଡୃକା ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରଠାରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଜଗନ୍ନାଥଙ୍କ ଭାଜପାରେ ଯୋଗଦାନ ପରେ ବିଷମକଟକ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ପୂର୍ବରୁ ବିଜେଡିରେ ଆଶାୟୀ ଥିବା ନୁଣ୍ଡୃକା ଏଥର ଭାଜପାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ଦୀର୍ଘ ଦିନରୁ ବିଜେଡ଼ିରେ ରହି ଅଞ୍ଚଳ ପାଇଁ କାମ କରିବା ସହିତ ଦଳକୁ ମଜଭୁତ କରିଥିଲେ ନୁଣ୍ଡୃକା । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁନିଗୁଡ଼ାରେ ବିଜେଡ଼ିକୁ ବିଜୟ କରି ପଞ୍ଚାୟତ ସମିତିକୁ ବିଜେଡି କବଳକୁ ଆଣିଥିଲେ ।

ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସହ ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡ୍ରୁକା, ତେଲେଙ୍ଗାପଦର ଅଞ୍ଚଳର ବିଜେଡି ନେତା ବେଣୁଧର ଗାରେକା, ପାତ୍ରଗୁଡ଼ା ଅଞ୍ଚଳର ଶୁକଦେବ ବେହେରାଙ୍କ ସହ ଅନେକ ନେତା ଭାଜପାରେ ସାମିଲ ହୋଇଥିଲେ। ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ଲେଖାଶ୍ରୀ ସାମନ୍ତ ସିଂହାର, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକ ସଭା ସଂଯୋଜକ ତ୍ରିନାଥ ପଣ୍ଡା, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ଜିଲା ସଭାପତି ଶିବଶଙ୍କର ଉଲାକା, ପୂର୍ବତନ ଜିଲା ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ମୁଗଲି, ମଣ୍ଡଳ ସଭାପତି ପରମେଶ୍ୱର ରାଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଜଗନ୍ନାଥ ନୁଣ୍ଡ୍ରୁକା ଭାଜପାରେ ସାମିଲ ହୋଇଥିଲେ ା

The post ପଦ୍ମ ଧରିଲେ ବିଜେଡିର ଟାଣୁଆ ନେତା ଜଗନ୍ନାଥ appeared first on Dharitri Odia News.