ପଦ୍ମପୁର ବ୍ଲକରେ ହିତାଧିକାରୀମାନେ ପାଇଲେ ନୂଆ ବର୍ଦ୍ଧିତ ଭତ୍ତା

ପଦ୍ମପୁର  : ସରକାରଙ୍କ ଘୋଷଣାନୁସାରେ ନୂଆ ବର୍ଦ୍ଧିତ ଭତ୍ତା ଟଙ୍କାକୁ ଆଜିଠାରୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । ଆଗରୁ ସାମାଜିକ ସୁରକ୍ଷା ତଥା ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ମିଳୁଥିଲା । ଏବେ ବର୍ଦ୍ଧିତ ହେବା ପରେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ମିଳିବ । ଏହି କ୍ରମରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ବିଡିଓ ସୁଜିତ୍ କୁମାର ମିଶ୍ରଙ୍କ ଉପସ୍ଥିତିରେ ଆଜିଠୁ ଭତ୍ତା ପ୍ରଦାନ କାର୍ଯ୍ୟ […]

ପଦ୍ମପୁର ବ୍ଲକରେ ହିତାଧିକାରୀମାନେ ପାଇଲେ ନୂଆ ବର୍ଦ୍ଧିତ ଭତ୍ତା

ପଦ୍ମପୁର  : ସରକାରଙ୍କ ଘୋଷଣାନୁସାରେ ନୂଆ ବର୍ଦ୍ଧିତ ଭତ୍ତା ଟଙ୍କାକୁ ଆଜିଠାରୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । ଆଗରୁ ସାମାଜିକ ସୁରକ୍ଷା ତଥା ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ମିଳୁଥିଲା । ଏବେ ବର୍ଦ୍ଧିତ ହେବା ପରେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ମିଳିବ । ଏହି କ୍ରମରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ବିଡିଓ ସୁଜିତ୍ କୁମାର ମିଶ୍ରଙ୍କ ଉପସ୍ଥିତିରେ ଆଜିଠୁ ଭତ୍ତା ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ସମସ୍ତ ପଞ୍ଚାୟତର ବରିଷ୍ଠ ନାଗରିକ, ରାସନ କାର୍ଡ ପରିବାର, ବିଧବା, ଦିବ୍ୟାଙ୍ଗ, ଅବିବାହିତ ମହିଳା, ଛାଡ଼ପତ୍ର ପାଇଥିବା ମହିଳା, ତୃତୀୟ ଲିଙ୍ଗଙ୍କ ସହ ସାମାଜିକ ସହାୟତା ପାଉଥିବା ସମସ୍ତ ହିତାଧିକାରୀଙ୍କୁ ବର୍ଦ୍ଧିତ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ବ୍ଲକରେ ୧୪ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯିବ । ଏଥିପାଇଁ ସମସ୍ତ ବ୍ଲକ କର୍ମଚାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବଣ୍ଟନ କରିବେ ବୋଲି ବିଡିଓ ସୂଚନା ଦେଇଛନ୍ତି।