ପ୍ୟାରିସ୍‌ ଅଲିମ୍ପିକ୍ସ: ହକିରେ ଭାରତକୁ ବ୍ରୋଞ୍ଜ୍ ପଦକ, ସ୍ପେନକୁ ୨-୧ ଗୋଲରେ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା। ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ୍ ପଦକ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଲା ପୁରୁଷ ହକି ଦଳ। ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ ହାତେଇଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ କ୍ୱାର୍ଟରରେ ସ୍ପେନ ଗୋଲ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଗୋଲ ଦେଇଥିଲେ ଭାରତୀୟ ପୁରୁଷ ହକି ଦଳ। ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ ଏବଂ ଗୋଲ […]

ପ୍ୟାରିସ୍‌ ଅଲିମ୍ପିକ୍ସ: ହକିରେ ଭାରତକୁ ବ୍ରୋଞ୍ଜ୍ ପଦକ, ସ୍ପେନକୁ ୨-୧ ଗୋଲରେ ହରାଇଲା ଟିମ ଇଣ୍ଡିଆ
paris-olympics-India-won-bronze-medal-in-hockey

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା। ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ୍ ପଦକ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଲା ପୁରୁଷ ହକି ଦଳ। ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ ହାତେଇଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ କ୍ୱାର୍ଟରରେ ସ୍ପେନ ଗୋଲ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଗୋଲ ଦେଇଥିଲେ ଭାରତୀୟ ପୁରୁଷ ହକି ଦଳ। ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ ଏବଂ ଗୋଲ କିପର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ଭାରତକୁ ବ୍ରୋଞ୍ଜ୍ ପଦକ ଜିତାଇବାରେ ସାହାଯ୍ୟ କରିଛି । ତେବେ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ମେଡାଲ ହାତେଇଛି ହକି ଇଣ୍ଡିଆ। ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ବି ବ୍ରୋଞ୍‌କ ମେଡାଲ ଜିତିଥିଲା ଦଳ। ତେବେ ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ ।