ପଦ୍ମପୁରକୁ ଜିଲା ମାନ୍ୟତା ଦାବି ତେଜିଲା: ସରକାରୀ କାର୍ଯ୍ୟାଳୟ ବନ୍ଦ, ଅଫିସ ଗେଟରୁ ଫେରିଲେ ଏଡିଏମ, ଉପଜିଲାପାଳ
ପଦ୍ମପୁର, ୫।୨(ପ୍ରଦୀପ୍ତ ଦାଶ ): ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ନେଇ ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ସୋମବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରାଯାଇଛି। ଏହି କ୍ରମରେ ପଦ୍ମପୁର ଏଡିଏମ ଚଭନ କୁନାଲ ମୋତିରାମ, ଉପଜିଲାପାଳ ଆଲୋକ ପଟେଲଙ୍କୁ ଆନ୍ଦୋଳନକାରୀ ବହୁ ଯୁକ୍ତିତର୍କ ପରେ ଉଭୟଙ୍କ ଅଫିସ ଗେଟରୁ ଫେରାଇ ଦେଇଛନ୍ତି। ଏନେଇ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରୁଛନ୍ତି। ଆନ୍ଦୋଳନରେ ମିଳିତ କ୍ରିୟାନୁଷ୍ଠାନ କମିଟିର […] The post ପଦ୍ମପୁରକୁ ଜିଲା ମାନ୍ୟତା ଦାବି ତେଜିଲା: ସରକାରୀ କାର୍ଯ୍ୟାଳୟ ବନ୍ଦ, ଅଫିସ ଗେଟରୁ ଫେରିଲେ ଏଡିଏମ, ଉପଜିଲାପାଳ appeared first on Dharitri Odia News.
ପଦ୍ମପୁର, ୫।୨(ପ୍ରଦୀପ୍ତ ଦାଶ ): ପଦ୍ମପୁରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ନେଇ ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ସୋମବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରାଯାଇଛି। ଏହି କ୍ରମରେ ପଦ୍ମପୁର ଏଡିଏମ ଚଭନ କୁନାଲ ମୋତିରାମ, ଉପଜିଲାପାଳ ଆଲୋକ ପଟେଲଙ୍କୁ ଆନ୍ଦୋଳନକାରୀ ବହୁ ଯୁକ୍ତିତର୍କ ପରେ ଉଭୟଙ୍କ ଅଫିସ ଗେଟରୁ ଫେରାଇ ଦେଇଛନ୍ତି। ଏନେଇ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରୁଛନ୍ତି।
ଆନ୍ଦୋଳନରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବୀ ସନ୍ତୋଷ କୁମାର ଶତପଥୀ, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ସଂଯୋଜକ ଅଜିତ କୁମାର ଶତପଥୀ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ନେତୃତ୍ୱ ନେଇଛନ୍ତି।
ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ୨୦୨୩ ଡିସେମ୍ବର ଶେଷସୁଦ୍ଧା ପଦ୍ମପୁରକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ଦେବାକୁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ ବୋଲି ଅଭିଯୋଗ ହୋଇଛି।
The post ପଦ୍ମପୁରକୁ ଜିଲା ମାନ୍ୟତା ଦାବି ତେଜିଲା: ସରକାରୀ କାର୍ଯ୍ୟାଳୟ ବନ୍ଦ, ଅଫିସ ଗେଟରୁ ଫେରିଲେ ଏଡିଏମ, ଉପଜିଲାପାଳ appeared first on Dharitri Odia News.