ପଦ୍ମଶ୍ରୀ ପୁରସ୍କାରକୁ କର୍ତ୍ତବ୍ୟ ପଥର ଫୁଟ୍ପାଥରେ ରଖି ଚାଲିଗଲେ ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ: କୁସ୍ତିରେ ଭଲ ପ୍ରଦର୍ଶନ କରି ସେ ଦିନେ ଦେଶକୁ ଗୌରବାନ୍ୱିତ କରିଥିଲେ। ଏଥିପାଇଁ ଦେଶ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲା। ହେଲେ ଆଜି ସେହି ସମ୍ମାନକୁ ଫୁଟ୍ପାଥରେ ରଖି ଫେରିଯାଇଛନ୍ତି ଅଲିମ୍ପିକ ପଦକ ବିଜେତା ରେସ୍ଲର ବଜରଙ୍ଗ ପୁନିଆ। ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ବୃଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଏଥର ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ବିରୋଧ କରି ପୁନିଆ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ପୁନିଆ ପଦ୍ମଶ୍ରୀ ଫେରାଇବା ନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏଥିରେ ପଦକ ଫେରାଇବାର କାରଣ ବି ଦର୍ଶାଇଥିଲେ। ପଦକ ଫେରାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସକୁ ଯାଇ ଆବାସ ସାମ୍ନା ଫୁଟ୍ପାଥରେ ପଦକ ରଖି ଫେରି ଆସିଛନ୍ତି ଶ୍ରୀ ପୁନିଆ। ଏଥିସହିତ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଲେଖିଥିବା ଚିଠି ମଧ୍ୟ ସେହି ଫୁଟପାଥରେ ଥୋଇ ଦେଇଛନ୍ତି। ପଦ୍ମଶ୍ମୀକୁ ଫୁଟପାଥରେ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ଯେ ଯେପରି ମୁଁ ପୂର୍ବରୁ କହିଥିଲି ଯେ ଆମେ ଆମର ଝିଅ ଏବଂ ଭଉଣୀମାନଙ୍କ ପାଇଁ ଲଢୁଥିଲୁ। ମୁଁ ସେମାନଙ୍କୁ ନ୍ୟାୟ ଦେଇପାରିଲି ନାହିଁ। ତେଣୁ ଭାବୁଛି ଯେ ମୁଁ ଏହି ସମ୍ମାନର ଯୋଗ୍ୟ ନୁହେଁ। ଏଥିପାଇଁ ମୁଁ ପୁରସ୍କାର ଫେରାଇବାକୁ ଏଠାକୁ ଆସିଥିଲି, ତେବେ ମୋ ପାଖ
ନୂଆଦିଲ୍ଲୀ: କୁସ୍ତିରେ ଭଲ ପ୍ରଦର୍ଶନ କରି ସେ ଦିନେ ଦେଶକୁ ଗୌରବାନ୍ୱିତ କରିଥିଲେ। ଏଥିପାଇଁ ଦେଶ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲା। ହେଲେ ଆଜି ସେହି ସମ୍ମାନକୁ ଫୁଟ୍ପାଥରେ ରଖି ଫେରିଯାଇଛନ୍ତି ଅଲିମ୍ପିକ ପଦକ ବିଜେତା ରେସ୍ଲର ବଜରଙ୍ଗ ପୁନିଆ। ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ବୃଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଏଥର ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ବିରୋଧ କରି ପୁନିଆ ଏହି ନିଷ୍ପତ୍ତି ନେଇଛନ୍ତି।
ଏହା ପୂର୍ବରୁ ପୁନିଆ ପଦ୍ମଶ୍ରୀ ଫେରାଇବା ନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏଥିରେ ପଦକ ଫେରାଇବାର କାରଣ ବି ଦର୍ଶାଇଥିଲେ। ପଦକ ଫେରାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସକୁ ଯାଇ ଆବାସ ସାମ୍ନା ଫୁଟ୍ପାଥରେ ପଦକ ରଖି ଫେରି ଆସିଛନ୍ତି ଶ୍ରୀ ପୁନିଆ। ଏଥିସହିତ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଲେଖିଥିବା ଚିଠି ମଧ୍ୟ ସେହି ଫୁଟପାଥରେ ଥୋଇ ଦେଇଛନ୍ତି।
ପଦ୍ମଶ୍ମୀକୁ ଫୁଟପାଥରେ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ଯେ ଯେପରି ମୁଁ ପୂର୍ବରୁ କହିଥିଲି ଯେ ଆମେ ଆମର ଝିଅ ଏବଂ ଭଉଣୀମାନଙ୍କ ପାଇଁ ଲଢୁଥିଲୁ। ମୁଁ ସେମାନଙ୍କୁ ନ୍ୟାୟ ଦେଇପାରିଲି ନାହିଁ। ତେଣୁ ଭାବୁଛି ଯେ ମୁଁ ଏହି ସମ୍ମାନର ଯୋଗ୍ୟ ନୁହେଁ। ଏଥିପାଇଁ ମୁଁ ପୁରସ୍କାର ଫେରାଇବାକୁ ଏଠାକୁ ଆସିଥିଲି, ତେବେ ମୋ ପାଖରେ ଦେଖା କରିବାକୁ ଅନୁମତି ନଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଲି ନାହିଁ। ଏଥିପାଇଁ ମୁଁ ପିଏମ୍ଙ୍କୁ ଲେଖିଥିବା ଚିଠି ଉପରେ ମୋର ପୁରସ୍କାର ଥୋଇ ଦେଇ ଯାଉଛି। ଆଉ ଏହି ପଦକକୁ ଘରକୁ ନେବି ନାହିଁ ବୋଲି ପୁନିଆ କହିଛନ୍ତି।
ପଢ଼ନ୍ତୁ-ପ୍ରତିଶ୍ରୁତି ପୂରଣ କଲେନି ସରକାର, ରେସ୍ଲିଂରୁ ସନ୍ନ୍ୟାସ ଘୋଷଣା କଲେ ଅଲିମ୍ପିକ ମେଡାଲ ବିଜେତା ସାକ୍ଷୀ ମଲ୍ଲିକ
୨୯ ବର୍ଷୀୟ ବଜରଙ୍ଗ ପୁନିଆ ୨୦୧୯ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ପୁନିଆ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଛନ୍ତି। ୨୦୧୯ ରେ କାଜାଖସ୍ତାନର ନୁର ସୁଲତାନରେ ଆୟୋଜିତ ବିଶ୍ୱ ରେସଲିଂ ଚାମ୍ପିଅନସିପର ସେମିଫାଇନାଲରେ ପ୍ରବେଶ କରି ବଜରଙ୍ଗ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ମୁକାବିଲାରେ ସେ ବଜରଙ୍ଗ କାଂସ୍ୟ ଜିତିଥିଲେ। ବିଶ୍ୱ କୁସ୍ତି ଚାମ୍ପିୟନ୍ରେ ଏହା ତାଙ୍କର ତୃତୀୟ ମେଡାଲ ଥିଲା
ଯଦିଓ ବଜରଙ୍ଗ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିଲା, ହେଲେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୬୫ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ମ୍ୟାଚରେ ବଜରଙ୍ଗ ପୁନିଆ କାଜାଖସ୍ତାନର ରେସଲର ଦୌଲତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଥିଲେ।
The post ପଦ୍ମଶ୍ରୀ ପୁରସ୍କାରକୁ କର୍ତ୍ତବ୍ୟ ପଥର ଫୁଟ୍ପାଥରେ ରଖି ଚାଲିଗଲେ ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆ appeared first on Prameya News7.