ପନ୍ତସିର୍ ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ରୁଷିଆ ସହ ଭାରତର ଏମ୍ଓୟୁ
ନୂଆଦିଲ୍ଲୀ,୧୨ା୧୧: ଭାରତର ଏୟାର ଡିଫେନ୍ସ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଭାରତ ଖୁବ୍ଶୀଘ୍ର ରୁଷିଆରୁ ଅତ୍ୟାଧୁନିକ ପନ୍ତସିର୍ ଏୟାର ଡିଫେନ୍ସ ମିଶାଇଲ୍-ଗନ୍ ସିଷ୍ଟମ୍ କିଣିବାକୁ ଯାଉଛି। ଏଥିପାଇଁ ଭାରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ୍) ରୁଷିଆର ଅସ୍ତ୍ର ରପ୍ତାନିକାରୀ ସଂସ୍ଥା ରୋସୋବୋରୋନେକ୍ସପର୍ଟ (ଆରଓଇ) ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ଗୋଆରେ ପଞ୍ଚମ ଭାରତ-ରୁଷିଆ ଆନ୍ତଃ ସରକାରୀ କମିଶନ (ଆଇଆର୍ଆଜିସି) ବୈଠକରେ ଏହି ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଆଞ୍ଚଳିକ ସୁରକ୍ଷାଗତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ଏହାର ଏୟାର ଡିଫେନ୍ସ ସାମର୍ଥ୍ୟ […] The post ପନ୍ତସିର୍ ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ରୁଷିଆ ସହ ଭାରତର ଏମ୍ଓୟୁ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୧୧: ଭାରତର ଏୟାର ଡିଫେନ୍ସ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଭାରତ ଖୁବ୍ଶୀଘ୍ର ରୁଷିଆରୁ ଅତ୍ୟାଧୁନିକ ପନ୍ତସିର୍ ଏୟାର ଡିଫେନ୍ସ ମିଶାଇଲ୍-ଗନ୍ ସିଷ୍ଟମ୍ କିଣିବାକୁ ଯାଉଛି। ଏଥିପାଇଁ ଭାରତ ଡାଇନାମିକ୍ସ ଲିମିଟେଡ୍ (ବିଡିଏଲ୍) ରୁଷିଆର ଅସ୍ତ୍ର ରପ୍ତାନିକାରୀ ସଂସ୍ଥା ରୋସୋବୋରୋନେକ୍ସପର୍ଟ (ଆରଓଇ) ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛି। ଗୋଆରେ ପଞ୍ଚମ ଭାରତ-ରୁଷିଆ ଆନ୍ତଃ ସରକାରୀ କମିଶନ (ଆଇଆର୍ଆଜିସି) ବୈଠକରେ ଏହି ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଆଞ୍ଚଳିକ ସୁରକ୍ଷାଗତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ଏହାର ଏୟାର ଡିଫେନ୍ସ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି। ଏକ୍ଷେତ୍ରରେ ରୁଷିଆ ଭାରତକୁ କ୍ରମାଗତ ସହଯୋଗ ଯୋଗାଇ ଆସିଛି। ପନ୍ତସିର୍ ଏୟାର ଡିଫେନ୍ସ ସିଷ୍ଟମ୍ ଏକ ବହୁମୁଖୀ ମୋବାଇଲ ପ୍ଲାଟ୍ଫର୍ମ। ବିମାନ, ଡ୍ରୋନ୍ ଏବଂ ମିଶାଇଲ ଆକ୍ରମଣରୁ ସାମରିକ ଘାଟି, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷା ଦେବା ଲାଗି ଏହାକୁ ନିର୍ମାଣ କରାଯାଇଛି। ଏଥିରେ ସ୍ବଳ୍ପରୁ ମଧ୍ୟମ ଦୂରଗାମୀ ମିଶାଇଲ ସହ ଦ୍ୱୈତ ୩୦ଏମ୍ଏମ୍ ସ୍ବୟଂକ୍ରିୟ ତୋପ ରହିଛି, ଯାହା ବହୁସ୍ତରୀୟ ସୁରକ୍ଷା ସୃଷ୍ଟି କରିଥାଏ। ଏଥିରେ ଖଞ୍ଜାଯାଇଥିବା ଅତ୍ୟାଧୁନିକ ରାଡାର ଏବଂ ଟ୍ରାକିଂ ସିଷ୍ଟମ୍ ୩୬ କିଲୋମିଟର ପର୍ଯ୍ୟନ୍ତ ଦୂର ଏବଂ ୧୫ କିମି ପର୍ଯ୍ୟନ୍ତ ଉଚ୍ଚରେ ଥିବା ଟାର୍ଗେଟକୁ ଠାବକରି ଏହାକୁ ପ୍ରତିହତ କରିପାରେ।
The post ପନ୍ତସିର୍ ଏୟାର ଡିଫେନ୍ସ ସିଷ୍ଟମ୍ ପାଇଁ ରୁଷିଆ ସହ ଭାରତର ଏମ୍ଓୟୁ appeared first on Dharitri Odia News.