‘ମଟ୍କା କିଙ୍ଗ୍’ରେ ଜଲୱା ଦେଖାଇବେ କୃତ୍ତିକା
ମୁମ୍ବାଇ: ଅଭିନେତା ବିଜୟ ବର୍ମା ତାଙ୍କର ଆଗାମୀ କ୍ରାଇମ ଡ୍ରାମା ୱେବ୍ ସିରିଜ୍ ‘ମଟ୍କା କିଙ୍ଗ୍’କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ତେବେ ଏହି ସିରିଜ୍କୁ ନେଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅପ୍ଡେଟ୍ ସାମ୍ନାକୁ ଆସିଛି। ଅଭିନେତ୍ରୀ କୃତ୍ତିକା କାମ୍ରା ଏହି ସିରିଜ୍ରେ ବିଜୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଗତବର୍ଷ ‘ବମ୍ବେ ମେରୀ ଜାନ୍’ ସିରିଜ୍ରେ ଜଣେ ଗ୍ୟାଙ୍ଗଷ୍ଟରର ଶକ୍ତିଶାଳୀ ଭୂମିକା ନିଭାଇବା ପରେ […] The post ‘ମଟ୍କା କିଙ୍ଗ୍’ରେ ଜଲୱା ଦେଖାଇବେ କୃତ୍ତିକା appeared first on Dharitri Odia News.
ମୁମ୍ବାଇ: ଅଭିନେତା ବିଜୟ ବର୍ମା ତାଙ୍କର ଆଗାମୀ କ୍ରାଇମ ଡ୍ରାମା ୱେବ୍ ସିରିଜ୍ ‘ମଟ୍କା କିଙ୍ଗ୍’କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ତେବେ ଏହି ସିରିଜ୍କୁ ନେଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅପ୍ଡେଟ୍ ସାମ୍ନାକୁ ଆସିଛି। ଅଭିନେତ୍ରୀ କୃତ୍ତିକା କାମ୍ରା ଏହି ସିରିଜ୍ରେ ବିଜୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଗତବର୍ଷ ‘ବମ୍ବେ ମେରୀ ଜାନ୍’ ସିରିଜ୍ରେ ଜଣେ ଗ୍ୟାଙ୍ଗଷ୍ଟରର ଶକ୍ତିଶାଳୀ ଭୂମିକା ନିଭାଇବା ପରେ କୃତ୍ତିକା ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ‘ମଟ୍କା କିଙ୍ଗ’ ସିରିଜ୍ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତେବେ ଏନେଇ କୃତ୍ତିକା ନିଜେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ପ୍ରକାଶ କରିଛନ୍ତି। ‘ମଟ୍କା କିଙ୍ଗ୍’ର ଏକ ଅଂଶ ହୋଇ ସେ ଅତ୍ୟନ୍ତ ଆନନ୍ଦିତ ଥିବା କୃତ୍ତିକା କହିଛନ୍ତି। ସେହିପରି ଏହି ସିରିଜ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିଜୟ ବର୍ମାଙ୍କ କାର୍ଯ୍ୟର ସେ ଜଣେ ବଡ଼ ପ୍ରଶଂସକ ହୋଇଥିବା କହିଛନ୍ତି। ଏଥିରେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବାକୁ ସେ ଅପେକ୍ଷା କରି ରହିଥିବା କୃତିକା କହିଛନ୍ତି।‘ମଟ୍କା କିଙ୍ଗ୍’ର କାହାଣୀ ଦେଶର ସାଂସ୍କୃତିକ ଇତିହାସକୁ ଦର୍ଶାଉଛି। ଅତୀତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ପ୍ରେରଣା ନେଇ ପ୍ରସ୍ତୁତ କରାଯାଉଥିବା ଏହି ସିରିଜ୍ର ଅଂଶ ହେବା ତାଙ୍କ ପାଇଁ ଗୌରବର ବିଷୟ ହୋଇଥିବା ଅଭିନେତ୍ରୀ ଜଣକ କହିଛନ୍ତି।
The post ‘ମଟ୍କା କିଙ୍ଗ୍’ରେ ଜଲୱା ଦେଖାଇବେ କୃତ୍ତିକା appeared first on Dharitri Odia News.