‘ଆମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଭେଦ୍ୟ; ପାକିସ୍ତାନ ବ୍ୟବହାର କରିଥିବା ଚୀନ୍ ମିସାଇଲକୁ ମାରି ଖସାଇଛୁ’

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସିଜ୍‌ଫାୟାର ଲାଗୁ ହୋଇଛି । ସୀମାରେ ଦୀର୍ଘ ମିଆଦୀ ଶାନ୍ତି ପାଇଁ ସୋମବାର ସଂଧ୍ୟାରେ ଡିଜିଏମଓ ସ୍ତରୀୟ ବୈଠକ ହେବ । ହେଲେ ଏହା ପୂର୍ବରୁ ଅପରେସନ ସିନ୍ଦୂରକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ଭାରତୀୟ ସେନା । ବାୟୁସେନା ଡିଜିଏମଓ ଏୟାର ମାର୍ଶଲ ଏ.କେ ଭାରତୀୟ କହିଛନ୍ତି, ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଏ ଲଢ଼େଇ । ମେ’ ୭ ତାରିଖରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେରେ ଥିବା କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ମାତ୍ର ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନେବା ବଦଳରେ ଓଲଟା ଭାରତକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଫଳରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ପାକିସ୍ତାନ ତରଫରୁ ଅନ୍ତରାଷ୍ଟ୍ରୀୟ ସୀମା ଓ ଏଲଓସିକୁ ଲାଗି କରିଥିବା ବିଭିନ୍ନ ସହରକୁ ଟାର୍ଗେଟ୍ କରି ଗୁଳିଗୋଳା ଓ ଡ୍ରୋନ୍ ମାଡ଼ କରାଯାଇଥିଲା । ମାତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିବାରେ ସଫଳ ହୋଇଥିଲା । ଏୟାରଫୋର୍ସ ପକ୍ଷରୁ କୁହାଯାଇଛି, ଭାରତୀୟ ସେନା ଆହଲଗାମ ଆତଙ୍କବାଦୀ ହମଲାର ଜବାବ ଦେଇଛି । କେବଳ ଆଙ୍କତବାଦୀଙ୍କୁ ସଫା କରିବା ପାଇଁ ଆତଙ୍କୀ ଠିକଣାରେ ସଠିକ୍ ହମଲା କରାଯାଇଥିଲା । ପାକିସ୍ତାନ ଆର୍ମି ସହିତ ସଂଘର୍ଷ କରିବା କିମ୍ବା ସେନା କ୍ୟାମ୍ପକୁ ଟାର୍ଗେଟ୍ କରିବାର ଉଦ୍ଦେଶ୍ୟ ନଥିଲା । ଏକଥା

‘ଆମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଭେଦ୍ୟ; ପାକିସ୍ତାନ ବ୍ୟବହାର କରିଥିବା ଚୀନ୍ ମିସାଇଲକୁ ମାରି ଖସାଇଛୁ’

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସିଜ୍‌ଫାୟାର ଲାଗୁ ହୋଇଛି । ସୀମାରେ ଦୀର୍ଘ ମିଆଦୀ ଶାନ୍ତି ପାଇଁ ସୋମବାର ସଂଧ୍ୟାରେ ଡିଜିଏମଓ ସ୍ତରୀୟ ବୈଠକ ହେବ । ହେଲେ ଏହା ପୂର୍ବରୁ ଅପରେସନ ସିନ୍ଦୂରକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ଭାରତୀୟ ସେନା । ବାୟୁସେନା ଡିଜିଏମଓ ଏୟାର ମାର୍ଶଲ ଏ.କେ ଭାରତୀୟ କହିଛନ୍ତି, ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଏ ଲଢ଼େଇ । 

ମେ’ ୭ ତାରିଖରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେରେ ଥିବା କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ମାତ୍ର ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନେବା ବଦଳରେ ଓଲଟା ଭାରତକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଫଳରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ପାକିସ୍ତାନ ତରଫରୁ ଅନ୍ତରାଷ୍ଟ୍ରୀୟ ସୀମା ଓ ଏଲଓସିକୁ ଲାଗି କରିଥିବା ବିଭିନ୍ନ ସହରକୁ ଟାର୍ଗେଟ୍ କରି ଗୁଳିଗୋଳା ଓ ଡ୍ରୋନ୍ ମାଡ଼ କରାଯାଇଥିଲା । ମାତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିବାରେ ସଫଳ ହୋଇଥିଲା । 

ଏୟାରଫୋର୍ସ ପକ୍ଷରୁ କୁହାଯାଇଛି, ଭାରତୀୟ ସେନା ଆହଲଗାମ ଆତଙ୍କବାଦୀ ହମଲାର ଜବାବ ଦେଇଛି । କେବଳ ଆଙ୍କତବାଦୀଙ୍କୁ ସଫା କରିବା ପାଇଁ ଆତଙ୍କୀ ଠିକଣାରେ ସଠିକ୍ ହମଲା କରାଯାଇଥିଲା । ପାକିସ୍ତାନ ଆର୍ମି ସହିତ ସଂଘର୍ଷ କରିବା କିମ୍ବା ସେନା କ୍ୟାମ୍ପକୁ ଟାର୍ଗେଟ୍ କରିବାର ଉଦ୍ଦେଶ୍ୟ ନଥିଲା । ଏକଥାକୁ ପୂର୍ବରୁ ମଧ୍ୟ ସ୍ପଷ୍ଟ କରାଯାଇଛି ବୋଲି ଏୟାର ମାର୍ଶଲ ଏ.କେ ଭାରତୀ କହିଛନ୍ତି । ମାତ୍ର ପାକିସ୍ତାନ ସେନା ତୁର୍କୀ ଡ୍ରୋନ୍ ଓ ଚୀନ୍ ମିସାଇଲ୍ ମାଧ୍ୟମରେ ହମଲା କରିବାକୁ ପ୍ରୟାସ କରିଥିଲା । ହେଲେ ଭାରତୀୟ ମଲ୍ଟି ଲେୟାର ଏୟାର ଡିଫେନ୍ସ ସିଷ୍ଟମ ଏଗୁଡ଼ିକୁ ଆକାଶମାର୍ଗରେ ମାରି ଖସାଇବାକୁ ସକ୍ଷମ ହୋଇଥିଲା ।

ଏୟାର ମାର୍ଶଲ ଏ.କେ ଭାରତୀୟ ଆହୁରି ମଧ୍ୟ କହିଛନ୍ତି, ମେ’ ୮ ଓ ୯ ତାରିଖରେ ଭାରତୀୟ ସେନା ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରିଥିଲା । ବାୟୁସେନା ମିସାଇଲ୍ ମାଡ଼ କରି ନୁର୍ ଖାନ୍ ଏୟାରବେସ୍ ସହିତ ମୋଟ୍ ୫ଟି ଏୟାରବେସ୍ ଉଡ଼ାଇ ଦେଇଛି । ଏଥିରେ ପାକିସ୍ତାନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ଭାରତୀୟ ସେନା ବାୟୁସୀମା ପାର୍ ନକରି ପାକିସ୍ତାନକୁ ବଡ଼ ଜଖମ ଦେଇଛି । ଏଥିପାଇଁ ପାକ୍ ସେନା ହିଁ ଦାୟୀ ବୋଲି ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।