ପପୁ ଯାଦବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଦିଲ୍ଲୀରୁ ଗିରଫ, ଜାଣନ୍ତୁ କହିଛି କ’ଣ?
ନୂଆଦିଲ୍ଲୀ ୨।୧୧: ପୂର୍ଣ୍ଣିୟାରୁ ସ୍ୱାଧୀନ ସାଂସଦ ପପୁ ଯାଦବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକକୁ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଯୁବକ ନିଜକୁ ମହେଶ ପାଣ୍ଡେ ଭାବେ ପରିଚୟ ଦେଇଛି। ପୂର୍ଣ୍ଣିୟା ଏସପି କାର୍ତ୍ତିକେୟ ଶର୍ମା ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏସପି କହିଛନ୍ତି ଯେ ପୂର୍ଣ୍ଣିୟା ସାଂସଦଙ୍କୁ ହତ୍ୟା ଧମକ ମାମଲାର ପୋଲିସ ଲଗାତାର ତଦନ୍ତ କରୁଥିଲା। ଏହି କ୍ରମରେ ଦିଲ୍ଲୀରେ ରହୁଥିବା ମହେଶ ପାଣ୍ଡେ ପୋଲିସ ରାଡାରକୁ ଆସିଥିଲା। ଦିଲ୍ଲୀରୁ ହିଁ ମହେଶକୁ ଗିରଫ କରାଯାଇଛି। ପ୍ରାରମ୍ଭିକ ପଚରାଉଚୁରାରେ ମହେଶ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ତାର କୌଣସି ସମ୍ପର୍କ ନଥିବା କହିଛି। ତେବେ ଏହି ଯୁବକର କିଛି ମାନନୀୟଙ୍କ ସହ ବେଶ୍ ଭଲ ସମ୍ପର୍କ ରହିଛି। ଏହି ସମ୍ପର୍କ ଯୋଗୁ ସେ ଏମସ୍ ଓ ମନ୍ତ୍ରାଳୟ କ୍ୟାଣ୍ଟିନରେ ମଧ୍ୟ କାମ କରିଛି। ହେଲେ ଏବେ ସେ କିଛି କାମ କରୁନଥିଲା । ଏବେ ତାକୁ କୋର୍ଟରେ ହାଜର କରାଯିବ ଓ ରିମାଣ୍ଡରେ ଆଣିବା ପରେ ପୋଲିସ ତାକୁ ଭଲ ରକମ ପଚରା ଉଚରା କରିବ ବୋଲି ଏସପି କହିଛନ୍ତି। ଏସପି କହିଛନ୍ତି ଯେ ମହେଶ ପାଣ୍ଡେର ସମ୍ପର୍କ ସାଂସଦଙ୍କ ଅନେକ ସହଯୋଗୀଙ୍କ ସହ ରହିଛି। ଏହା ସହିତ ଅନ୍ୟ ଯେଉଁସବୁ ଆଙ୍ଗେଲ ଅଛି ସେ ଦିଗରୁ ମଧ୍ୟ ଯାଞ୍ଚ କରାଯାଉଛି। ଏସପି କହିଛନ୍ତି ଯେ ପୂର୍ଣ୍ଣିୟା ସାଂସଦଙ୍କୁ ଗୋଟିଏ କି ଦୁଇଟି ନୁହେଁ ଅନେକ ନମ୍ବରରୁ ଫୋନ କରି ଧମକ ଦିଆଯାଇଛି। ହେଲେ ଯେଉଁ ନମ୍ବର
ନୂଆଦିଲ୍ଲୀ ୨।୧୧: ପୂର୍ଣ୍ଣିୟାରୁ ସ୍ୱାଧୀନ ସାଂସଦ ପପୁ ଯାଦବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକକୁ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଯୁବକ ନିଜକୁ ମହେଶ ପାଣ୍ଡେ ଭାବେ ପରିଚୟ ଦେଇଛି। ପୂର୍ଣ୍ଣିୟା ଏସପି କାର୍ତ୍ତିକେୟ ଶର୍ମା ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏସପି କହିଛନ୍ତି ଯେ ପୂର୍ଣ୍ଣିୟା ସାଂସଦଙ୍କୁ ହତ୍ୟା ଧମକ ମାମଲାର ପୋଲିସ ଲଗାତାର ତଦନ୍ତ କରୁଥିଲା। ଏହି କ୍ରମରେ ଦିଲ୍ଲୀରେ ରହୁଥିବା ମହେଶ ପାଣ୍ଡେ ପୋଲିସ ରାଡାରକୁ ଆସିଥିଲା। ଦିଲ୍ଲୀରୁ ହିଁ ମହେଶକୁ ଗିରଫ କରାଯାଇଛି।
ପ୍ରାରମ୍ଭିକ ପଚରାଉଚୁରାରେ ମହେଶ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ତାର କୌଣସି ସମ୍ପର୍କ ନଥିବା କହିଛି। ତେବେ ଏହି ଯୁବକର କିଛି ମାନନୀୟଙ୍କ ସହ ବେଶ୍ ଭଲ ସମ୍ପର୍କ ରହିଛି। ଏହି ସମ୍ପର୍କ ଯୋଗୁ ସେ ଏମସ୍ ଓ ମନ୍ତ୍ରାଳୟ କ୍ୟାଣ୍ଟିନରେ ମଧ୍ୟ କାମ କରିଛି। ହେଲେ ଏବେ ସେ କିଛି କାମ କରୁନଥିଲା । ଏବେ ତାକୁ କୋର୍ଟରେ ହାଜର କରାଯିବ ଓ ରିମାଣ୍ଡରେ ଆଣିବା ପରେ ପୋଲିସ ତାକୁ ଭଲ ରକମ ପଚରା ଉଚରା କରିବ ବୋଲି ଏସପି କହିଛନ୍ତି।
ଏସପି କହିଛନ୍ତି ଯେ ମହେଶ ପାଣ୍ଡେର ସମ୍ପର୍କ ସାଂସଦଙ୍କ ଅନେକ ସହଯୋଗୀଙ୍କ ସହ ରହିଛି। ଏହା ସହିତ ଅନ୍ୟ ଯେଉଁସବୁ ଆଙ୍ଗେଲ ଅଛି ସେ ଦିଗରୁ ମଧ୍ୟ ଯାଞ୍ଚ କରାଯାଉଛି। ଏସପି କହିଛନ୍ତି ଯେ ପୂର୍ଣ୍ଣିୟା ସାଂସଦଙ୍କୁ ଗୋଟିଏ କି ଦୁଇଟି ନୁହେଁ ଅନେକ ନମ୍ବରରୁ ଫୋନ କରି ଧମକ ଦିଆଯାଇଛି। ହେଲେ ଯେଉଁ ନମ୍ବରରୁ ପ୍ରଥମ ଧମକ ଆସିଥିଲା ସେହି ନମ୍ବରର ଯାଞ୍ଚରୁ ଏହି ଗିରଫ କରାଯାଇଛି। ଯେଉଁ ନମ୍ବରରୁ ଧମକ ଦିଆଯାଇଛି ତାହା ଦୁବାଇର ନମ୍ବର। ମହେଶ ପାଣ୍ଡେର ଶାଳି ଦୁବାଇରେ ରହୁଛି। ଏଥି ପାଇଁ ଦୁବାଇରୁ ସିମ୍ ନିଆଯାଇଥିଲା। ଏହା ଅନୁସନ୍ଧାନ ସାପେକ୍ଷ।
ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ପରେ ପପୁ ଯାଦବଙ୍କୁ ଫୋନରେ କେହି ଧମକ ଦେଇଥିଲା। ଏଥି ପାଇଁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ନାମ ସାମ୍ନାକୁ ଆସୁଥିଲା ଓ ସିଧା ଲଢେଇ ଲରେନ୍ସ ବିଶ୍ନୋଇ ଓ ପପୁ ଯାଦବଙ୍କ ମଧ୍ୟରେ ବୋଲି କୁହାଯାଉଥିଲା। ଏହି ଧମକକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଥିଲା। ଏବେ ମହେଶକୁ ପଚରା ଉଚରା କରାଯିବା ପରେ ଅନ୍ୟ ସବୁକଥା ସ୍ପଷ୍ଟ ହୋଇଯିବ ବୋଲି ଏସପି କହିଛନ୍ତି।