ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ

ସମ୍ବଲପୁର,୧୨ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁରୀ ଗୀତ, ନୃତ୍ୟ, ବାନ୍ଧକଳା, ବସ୍ତ୍ର ସମଗ୍ର ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଏଥିରୁ ବାଦ୍‌ ପଡିନି ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ। ଏହା ମଧ୍ୟରେ ସରସତିଆ ଅନ୍ୟତମ। ଏହାର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ନିଆରା। ସମ୍ବଲପୁର କୁଞ୍ଜେଲପଡ଼ା ଛକଠାରେ ବହୁ ପୁରାତନ ସରସତିଆ ଦୋକାନ ରହିଛି। ଦମ୍ପତି ପ୍ରଭୁଲାଲ ଗୁପ୍ତା ଓ ରେଖା ଗୁପ୍ତା ପୂର୍ବପୁରୁଷଙ୍କ ଦ୍ୱାରା ସ୍ବୀକୃତ ଏହି ପାରମ୍ପରିକ ବ୍ୟଞ୍ଜନ ତିଆରି କରିବା ପରମ୍ପରା ବଜାୟ […] The post ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ appeared first on Dharitri Odia News.

ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ

ସମ୍ବଲପୁର,୧୨ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁରୀ ଗୀତ, ନୃତ୍ୟ, ବାନ୍ଧକଳା, ବସ୍ତ୍ର ସମଗ୍ର ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଏଥିରୁ ବାଦ୍‌ ପଡିନି ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ। ଏହା ମଧ୍ୟରେ ସରସତିଆ ଅନ୍ୟତମ। ଏହାର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ନିଆରା। ସମ୍ବଲପୁର କୁଞ୍ଜେଲପଡ଼ା ଛକଠାରେ ବହୁ ପୁରାତନ ସରସତିଆ ଦୋକାନ ରହିଛି। ଦମ୍ପତି ପ୍ରଭୁଲାଲ ଗୁପ୍ତା ଓ ରେଖା ଗୁପ୍ତା ପୂର୍ବପୁରୁଷଙ୍କ ଦ୍ୱାରା ସ୍ବୀକୃତ ଏହି ପାରମ୍ପରିକ ବ୍ୟଞ୍ଜନ ତିଆରି କରିବା ପରମ୍ପରା ବଜାୟ ରଖିଛନ୍ତି। ରବିବାର ସକାଳେ ହଠାତ୍‌ ତାଙ୍କ ଦୋକାନରେ ପହଞ୍ଚତ୍ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ଡେଶନ ଅଧ୍ୟକ୍ଷା ମୃଦୁଳା ଠାକୁର। ସେ ଦୋକାନରେ ଉପସ୍ଥିତ ଥିବା ଗୁପ୍ତା ଦମ୍ପତିଙ୍କୁ ତାଙ୍କର ପାରିବାରିକ ଓ ବ୍ୟବସାୟିକ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ସରସତିଆ ତିଆରି କରିବାର ଶୈଳୀ ଓ ପ୍ରସ୍ତୁତି ବିଷୟରେ ପଚାରି ନିଜେ ତିଆରି କରିଥିଲେ। ଏହି ଦମ୍ପତିଙ୍କ ଏକମାତ୍ର ପୁତ୍ର ରାହୁଲ ଗୁପ୍ତାଙ୍କୁ ସେ ଏହି ପାରମ୍ପରିକ ବ୍ୟବସାୟକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ। ମୃଦୁଳାଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବତନ ପ୍ରାନ୍ତ ସରସଂଘ ଚାଳକ ବିପିନ ବିହାରୀ ନନ୍ଦ ଓ ଭାଜପାର ଅନିଲ କୁମାର ବେହେରା, ସମିର ରଞ୍ଜନ ବାବୁ, ସୁଶାନ୍ତ କୁମାର ପୁରୋହିତ, ସରୋଜ ଦଲପତ, ସୁଧୀର ରଞ୍ଜନ ବହିଦାର, ଅଜିତ କୁମାର ବେହେରାଙ୍କ ସମେତ ଭାଜପା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାଙ୍କ ପତ୍ନୀ ମୃଦୁଳାଙ୍କୁ ସମ୍ବଲପୁରର ଜିଲାର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।

The post ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ appeared first on Dharitri Odia News.