ସନ୍ଦେଶଖାଲିକୁ ନେଇ ମମତାଙ୍କ ଉପରେ ବର୍ଷିଲେ ପିଏମ୍ , କହିଲେ-ଦୋଷୀଙ୍କୁ ଦଣ୍ଡ ମିଳିବ
ନୂଆଦିଲ୍ଲୀ: ସନ୍ଦେଶଖାଲିରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ବେଙ୍ଗଲର କୁଚ୍ ବିହାରରେ ନିଜର ପ୍ରଥମ ରାଲିକୁ ସମ୍ୱୋଧିତ କରି ପିଏମ୍ କହିଛନ୍ତି ଯେ ବେଙ୍ଗଲରେ ବିଜେପି ହିଁ ମାଆ-ଭଉଣୀଙ୍କ ଉପରେ ହେଉଥିବା ଆତ୍ୟାଚାରକୁ ବନ୍ଦ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ସହ ସାରା ଦେଶ ଦେଖିଛି ଯେ ଟିଏମସି ସରକାର କିପରି ସନ୍ଦେଶଖାଲିର ଦୋଷୀଙ୍କୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଲଗାଇଛି । ସେ କହିଛନ୍ତି ଯେ ସନ୍ଦେଶଖାଲିର ମହିଳାଙ୍କ ସହ ଯାହା ହୋଇଛି, ତାହା ଟିଏମସିର ଅତ୍ୟାଚାରର ପରାକାଷ୍ଠା ଅଟେ ।ପଢନ୍ତୁ: ୧୦୦ ପ୍ରତିଶତ ଦାୟିତ୍ୱ ଶାସକ ଦଳର, ସନ୍ଦେଶଖାଲି ମାମଲାରେ ମମତା ସରକାର ଉପରେ ବର୍ଷିଲେ ହାଇକୋର୍ଟ, କହିଲେ-ଲଜ୍ଜାଜନକରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପରେ ଆମ ଦେଶରେ ସାତ ଦଶନ୍ଧି ଯାଏ ଲୋକେ କେନ୍ଦ୍ର ସରକାରରେ କେବଳ କଂଗ୍ରେସର ମେଡଲ ଦେଖିଥିଲେ । ଏବେ ପ୍ରଥମ ଥର ଦେଶ ଗତ ୧୦ ବର୍ଷରେ ପୂର୍ଣ୍ଣ ବହୁମତର ବିଜେପି ସରକାରର ବିକାଶ ମଡେଲ ଦେଖିଛି । ଆଜି ଦୁନିଆ କହିଛି ଯେ ମୋଦୀ ମଜଭୁତ ନେତା, ମୋଦୀ କଠୋର ଏବଂ ବଡ଼ ନିଷ୍ପତ୍ତି ନେଉଥିବା ନେତା ଅଟେ ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର ଅଟେ । ଏବେ ମୋତେ ଆହୁରି ଅ
ନୂଆଦିଲ୍ଲୀ: ସନ୍ଦେଶଖାଲିରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ବେଙ୍ଗଲର କୁଚ୍ ବିହାରରେ ନିଜର ପ୍ରଥମ ରାଲିକୁ ସମ୍ୱୋଧିତ କରି ପିଏମ୍ କହିଛନ୍ତି ଯେ ବେଙ୍ଗଲରେ ବିଜେପି ହିଁ ମାଆ-ଭଉଣୀଙ୍କ ଉପରେ ହେଉଥିବା ଆତ୍ୟାଚାରକୁ ବନ୍ଦ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗ ସହ ସାରା ଦେଶ ଦେଖିଛି ଯେ ଟିଏମସି ସରକାର କିପରି ସନ୍ଦେଶଖାଲିର ଦୋଷୀଙ୍କୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ଲଗାଇଛି । ସେ କହିଛନ୍ତି ଯେ ସନ୍ଦେଶଖାଲିର ମହିଳାଙ୍କ ସହ ଯାହା ହୋଇଛି, ତାହା ଟିଏମସିର ଅତ୍ୟାଚାରର ପରାକାଷ୍ଠା ଅଟେ ।
ପଢନ୍ତୁ: ୧୦୦ ପ୍ରତିଶତ ଦାୟିତ୍ୱ ଶାସକ ଦଳର, ସନ୍ଦେଶଖାଲି ମାମଲାରେ ମମତା ସରକାର ଉପରେ ବର୍ଷିଲେ ହାଇକୋର୍ଟ, କହିଲେ-ଲଜ୍ଜାଜନକ
ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ପରେ ଆମ ଦେଶରେ ସାତ ଦଶନ୍ଧି ଯାଏ ଲୋକେ କେନ୍ଦ୍ର ସରକାରରେ କେବଳ କଂଗ୍ରେସର ମେଡଲ ଦେଖିଥିଲେ । ଏବେ ପ୍ରଥମ ଥର ଦେଶ ଗତ ୧୦ ବର୍ଷରେ ପୂର୍ଣ୍ଣ ବହୁମତର ବିଜେପି ସରକାରର ବିକାଶ ମଡେଲ ଦେଖିଛି । ଆଜି ଦୁନିଆ କହିଛି ଯେ ମୋଦୀ ମଜଭୁତ ନେତା, ମୋଦୀ କଠୋର ଏବଂ ବଡ଼ ନିଷ୍ପତ୍ତି ନେଉଥିବା ନେତା ଅଟେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷରେ ଯାହା ହୋଇଛି ତାହା କେବଳ ଟ୍ରେଲର ଅଟେ । ଏବେ ମୋତେ ଆହୁରି ଅନେକ କାମ କରିବାର ଅଛି । ଦେଶର ସମସ୍ତ ଅଞ୍ଚଳରେ ବିକାଶ ହୋଇଛି । ସବୁ ପରିବାର ଯାଏ ତାର ଲାଭ ପହଞ୍ଚିଛି । ପିଏମ୍ କହିଛନ୍ତି ଯେ ମୋର ବିରୋଧୀ କହୁଛନ୍ତି ଯେ ମୋଦୀର କୌଣସି ପରିବାର ନାହିଁ । କିନ୍ତୁ ମୋଦୀ ପାଇଁ ମୋର ଭାରତ ମୋର ପରିବାର ଅଟେ ।