ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ,ପ୍ରସ୍ତୁତ ହେଲା ‘ରଥଖଳା’
ପୁରୀ: ଜୁଲାଇ ମାସ ୭ ତାରିଖରେ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା I ଏହାପୂର୍ବରୁ ବଡ଼ ଦାଣ୍ଡରେ ଆସି ପହଞ୍ଚିଲାଣି ରଥ କାଠ I ପରମ୍ପରା ଅନିଜୟୀ ଅକ୍ଷୟ ତୃତୀୟାରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ I ତେଣୁ ଚଳିତ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ। ଏହିଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିସହ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା […]

ପୁରୀ: ଜୁଲାଇ ମାସ ୭ ତାରିଖରେ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା I ଏହାପୂର୍ବରୁ ବଡ଼ ଦାଣ୍ଡରେ ଆସି ପହଞ୍ଚିଲାଣି ରଥ କାଠ I ପରମ୍ପରା ଅନିଜୟୀ ଅକ୍ଷୟ ତୃତୀୟାରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ I ତେଣୁ ଚଳିତ ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ। ଏହିଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିସହ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଭୋଇସେବକମାନେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲୁହା ଓ ବାଉଁଶ ବାନ୍ଧି ଚାଳି ପ୍ରସ୍ତୁତ କରିଛନ୍ତି। ବାଉଁଶ ଚାଳି ଉପରେ ଚାଞ୍ଚରା ପକାଯାଉଛି। ପୂଜା ପାଇଁ ଆବଶ୍ୟକ କାଠ ବି ରଥଖଳାରେ ରଖାଯାଇଛି। ସେପଟେ ଚନ୍ଦନଯାତ୍ରା ବେଳେ ଶ୍ରୀମନ୍ଦିରରୁ ନରେନ୍ଦ୍ର ଯିବା ବାଟରେ ଅନେକ ସ୍ଥାନରେ ପନ୍ତି ଭୋଗ ଖାଇବେ। ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ଚାଳିଆ ପ୍ରସ୍ତୁତ ହେଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଡ଼ ପ୍ରସ୍ତୁତ ହେବ। ମେ ୧୮ ତାରିଖ ଭିତରେ କାମ ସାରିବାକୁ କୁହାଯାଇଛି