ପରଦାରେ ପୁଣି ମଞ୍ଜୁଲିକା, ‘Bhool Bhulaiyaa-3’ରେ ବିଦ୍ୟା ବାଲନ୍ଙ୍କ ଏଣ୍ଟ୍ରି କନଫର୍ମ
ମୁମ୍ଵାଇ ୨୦।୦୧: ୨୦୨୨ରେ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭୁଲେୟାଁ -୨' ବଡ ପରଦାରେ ଏବଂ OTT ରେ ଧମାଲ କରିଥିଲା । କିଆରା ଆଡଭାନୀ ଏବଂ ତବୁ ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସହ କାମ କରିଥିଲେ। ରାଜପାଲ ଯାଦବଙ୍କୁ ପୁଣିଥରେ ଛୋଟେ ପଣ୍ଡିତ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମ 'ଭୁଲ ଭୁଲିଲେୟାଁ -୩' ମଧ୍ୟ ଖୁବ ଶୀଘ୍ର ଆସିବାକୁ ଯାଉଛି। ଏହି ବର୍ଷ ଦର୍ଶକ 'ଭୁଲ ଭୁଲେୟାଁ -୩' ଦେଖିବାକୁ ପାଇବେ। ମାର୍ଚ୍ଚରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଫିଲ୍ମର ହିରୋ ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍। ନିର୍ଦ୍ଦେଶକ ଅନିସ୍ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଧିକ ଉତ୍ସାହ ଦେଖିବାକୁ ମିଳିବ ହୋଲି ଆଶା କରାଯାଉଛି । ଏଥିରେ ଅନେକ ଟୁଇଷ୍ଟ ମଧ୍ୟ ରହିବ । ଏବେ ସୂଚନା ମିଳିଛି କି ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବେ। ସେ ମଞ୍ଜୁଲିକା ଭାବରେ ଫ୍ରାଞ୍ଚାଇଜକୁ ଫେରୁଛନ୍ତି। ଫିଲ୍ମଟିକୁ ହିଟ୍ କରିବା ପାଇଁ କରିବାକୁ ନିର୍ମାତାକୌଣସି ପ୍ରକାର ଉପାୟ ଛାଡୁ ନାହାଁନ୍ତି। ଏଥିରେ ବିଦ୍ୟା ବାଲନ ମଞ୍ଜୁଲିକା ଭୂମିକାରେ ଫେରିବେ। ସେ ପୁଣି ଥରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରିବାକୁ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ହିରୋଇନ୍ କିଏ ହେବ? ଫିଲ୍ମର ହିରୋଇନ୍ଙ୍କ ବିଷୟରେ କଥାବାର୍ତ୍ତା କଲେ ନିର୍ମାତା ଏପର୍ଯ୍ୟନ୍ତ କାହାର ନାମ ଘୋଷଣା କରିନା
ମୁମ୍ଵାଇ ୨୦।୦୧: ୨୦୨୨ରେ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭୁଲେୟାଁ -୨' ବଡ ପରଦାରେ ଏବଂ OTT ରେ ଧମାଲ କରିଥିଲା । କିଆରା ଆଡଭାନୀ ଏବଂ ତବୁ ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସହ କାମ କରିଥିଲେ। ରାଜପାଲ ଯାଦବଙ୍କୁ ପୁଣିଥରେ ଛୋଟେ ପଣ୍ଡିତ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମ 'ଭୁଲ ଭୁଲିଲେୟାଁ -୩' ମଧ୍ୟ ଖୁବ ଶୀଘ୍ର ଆସିବାକୁ ଯାଉଛି।
ଏହି ବର୍ଷ ଦର୍ଶକ 'ଭୁଲ ଭୁଲେୟାଁ -୩' ଦେଖିବାକୁ ପାଇବେ। ମାର୍ଚ୍ଚରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଫିଲ୍ମର ହିରୋ ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍। ନିର୍ଦ୍ଦେଶକ ଅନିସ୍ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଧିକ ଉତ୍ସାହ ଦେଖିବାକୁ ମିଳିବ ହୋଲି ଆଶା କରାଯାଉଛି । ଏଥିରେ ଅନେକ ଟୁଇଷ୍ଟ ମଧ୍ୟ ରହିବ । ଏବେ ସୂଚନା ମିଳିଛି କି ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବେ। ସେ ମଞ୍ଜୁଲିକା ଭାବରେ ଫ୍ରାଞ୍ଚାଇଜକୁ ଫେରୁଛନ୍ତି। ଫିଲ୍ମଟିକୁ ହିଟ୍ କରିବା ପାଇଁ କରିବାକୁ ନିର୍ମାତାକୌଣସି ପ୍ରକାର ଉପାୟ ଛାଡୁ ନାହାଁନ୍ତି। ଏଥିରେ ବିଦ୍ୟା ବାଲନ ମଞ୍ଜୁଲିକା ଭୂମିକାରେ ଫେରିବେ। ସେ ପୁଣି ଥରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରିବାକୁ ବହୁତ ଉତ୍ସାହିତ ଅଛନ୍ତି।
ଫିଲ୍ମର ହିରୋଇନ୍ କିଏ ହେବ?
ଫିଲ୍ମର ହିରୋଇନ୍ଙ୍କ ବିଷୟରେ କଥାବାର୍ତ୍ତା କଲେ ନିର୍ମାତା ଏପର୍ଯ୍ୟନ୍ତ କାହାର ନାମ ଘୋଷଣା କରିନାହାଁନ୍ତି। ଖବର ଅନୁଯାୟୀ କାର୍ତ୍ତିକଙ୍କ ସହ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ତେବେ ନିର୍ମାତାମାନେ ଏହି ଭୂମିକା ବିଷୟରେ ବିଭିନ୍ନ କଳାକାରଙ୍କ ସହ ଆଲୋଚନା କରୁଛନ୍ତି। ହିରୋଇନ୍ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହାଁନ୍ତି। ନିର୍ମାତାମାନେ ଜଣେ ଅଭିନେତ୍ରୀ ଖୋଜୁଛନ୍ତି ଯିଏ ବିଦ୍ୟା ବାଲାନଙ୍କ ସାମ୍ନାରେ ଠିଆ ହୋଇପାରିବେ ।
ଏହି ଦିନ ‘ଭୁଲ୍ ଭୁଲେୟାଁ-୩’ ରିଲିଜ ହେବ
‘ଭୁଲ୍ ଭୁଲେୟାଁ-୩’ ଫ୍ରାଞ୍ଚାଇଜ୍ ବିଷୟରେ କହିବାକୁ ଗଲେ ପ୍ରଥମ ଚଳଚ୍ଚିତ୍ର ୨୦୦୭ରେ ମୁକ୍ତିଲାଭ କରିଥିଲା । ଏଥିରେ ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ଜ୍ୟୋତି ଅହୁଜା ନଜର ଆସିଥିଲେ। ଦ୍ୱିତୀୟ ଚଳଚ୍ଚିତ୍ର ୨୦୨୨ରେ ଆସିଥିଲା। ଯେଉଁଥିରେ କାର୍ତ୍ତିକ ଏବଂ କିଆରାଙ୍କ ଯୋଡି ଦେଖିବାକୁ ମିଳିଥିଲା । ଏଥିରେ ତବୁ ମଧ୍ୟ ଡବଲ ରୋଲ୍ରେ ନଜର ଆସିଥିଲେ । ସେ ଯାଆଁଳା ଭଉଣୀ ମଞ୍ଜୁଲିକାଙ୍କ ସହ ଅଞ୍ଜୁଲିକା ଭୂମିକାରେ ନଜର ଆସିଥିଲେ। ଏଥର ୨୦୨୪ରେ ଦୀପାବଳୀରେ ‘ଭୁଲ ଭୁଲେୟାଁ-୩’ ପାଇଁ ରିଲିଜ୍ ତାରିଖ ସ୍ଥିର କରାଯାଇଛି ।
The post ପରଦାରେ ପୁଣି ମଞ୍ଜୁଲିକା, ‘Bhool Bhulaiyaa-3’ରେ ବିଦ୍ୟା ବାଲନ୍ଙ୍କ ଏଣ୍ଟ୍ରି କନଫର୍ମ appeared first on Prameya News7.