‘ଏହା ଆଦର୍ଶ ଦୁନିଆ ନୁହେଁ’: ନିଟ୍-ପିଜି ପରୀକ୍ଷା ସ୍ଥଗିତ ପାଇଁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଅଗଷ୍ଟ ୧୧୧ରେ ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ସ୍ଥଗିତ ପାଇଁ ଦାଖଲ ଆବେଦନକୁ ଖାରଜ କରିଛନ୍ତି । ଆବେଦନକାରୀ ଦାବି କରିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଯେଉଁ ପରୀକ୍ଷା କେନ୍ଦ୍ର ଆବଣ୍ଟିତ କରାଯାଇଛି, ସେଠାରେ ପହଞ୍ଚିବା ଅତ୍ୟନ୍ତ ଅସୁବିଧାଜନକ । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂ଼ଡ଼, ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ ପାଞ୍ଚ ଛାତ୍ରଙ୍କ ପାଇଁ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ବିପଦରେ ପକାଇ ପାରିବେ ନାହିଁ ।ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ କହିଥିଲେ ଯେ ନିଟ୍-ପିଜିକୁ ପୁନର୍ନିର୍ଦ୍ଧାରିତ କରିବାର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ଗୋଟିଏ ପରୀକ୍ଷା ସକାଳେ ଏବଂ ଅପରାହ୍ଣରେ ହେବାର ଅଛି । ସେ ଯୁକ୍ତି ରଖିଥିଲେ ଯେ ଅନେକ ଛାତ୍ରଛାତ୍ରୀଙ୍କ ସେଣ୍ଟର ଏପରି ସହରରେ ପଡ଼ିଛି, ଯେଉଁଠିକୁ ପହଞ୍ଚିବା ଆଦୌ ସୁବିଧାଜନକ ନୁହେଁ । ଏଥିରେ କୁହାଯାଇଛି ଯେ ପରୀକ୍ଷା ସହର ଜୁଲାଇ ୩୧ରେ ଘୋଷଣା କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ର ଅଗଷ୍ଟ ୮ରେ ଘୋଷଣା କରାଯାଇଛି ।ଏହା ଉପରେ ଖଣ୍ଡପୀଠ କରିଥିଲେ, 'ଆମେ ଏହି ପରୀକ୍ଷାକୁ କିପରି ସ୍ଥଗିତ କରିପାରିବୁ । ଆମେ ଦୁଇ ଲକ୍ଷ ପିଲାଙ୍କ କ୍ୟାରିୟରକୁ ବିପଦରେ ପକାଇ ପାରିବୁ ନାହିଁ । ଆଜିକାଲି କେବଳ ପରୀକ୍ଷା ସ୍ଥଗିତ କରିବା ପାଇଁ କହୁଛନ୍ତି । ଏହା

‘ଏହା ଆଦର୍ଶ ଦୁନିଆ ନୁହେଁ’: ନିଟ୍-ପିଜି ପରୀକ୍ଷା ସ୍ଥଗିତ ପାଇଁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଅଗଷ୍ଟ ୧୧୧ରେ ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ସ୍ଥଗିତ ପାଇଁ ଦାଖଲ ଆବେଦନକୁ ଖାରଜ କରିଛନ୍ତି । ଆବେଦନକାରୀ ଦାବି କରିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଯେଉଁ ପରୀକ୍ଷା କେନ୍ଦ୍ର ଆବଣ୍ଟିତ କରାଯାଇଛି, ସେଠାରେ ପହଞ୍ଚିବା ଅତ୍ୟନ୍ତ ଅସୁବିଧାଜନକ । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂ଼ଡ଼, ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି ଯେ ପାଞ୍ଚ ଛାତ୍ରଙ୍କ ପାଇଁ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ବିପଦରେ ପକାଇ ପାରିବେ ନାହିଁ ।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ କହିଥିଲେ ଯେ ନିଟ୍-ପିଜିକୁ ପୁନର୍ନିର୍ଦ୍ଧାରିତ କରିବାର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ଗୋଟିଏ ପରୀକ୍ଷା ସକାଳେ ଏବଂ ଅପରାହ୍ଣରେ ହେବାର ଅଛି । ସେ ଯୁକ୍ତି ରଖିଥିଲେ ଯେ ଅନେକ ଛାତ୍ରଛାତ୍ରୀଙ୍କ ସେଣ୍ଟର ଏପରି ସହରରେ ପଡ଼ିଛି, ଯେଉଁଠିକୁ ପହଞ୍ଚିବା ଆଦୌ ସୁବିଧାଜନକ ନୁହେଁ । ଏଥିରେ କୁହାଯାଇଛି ଯେ ପରୀକ୍ଷା ସହର ଜୁଲାଇ ୩୧ରେ ଘୋଷଣା କରାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ର ଅଗଷ୍ଟ ୮ରେ ଘୋଷଣା କରାଯାଇଛି ।

ଏହା ଉପରେ ଖଣ୍ଡପୀଠ କରିଥିଲେ, 'ଆମେ ଏହି ପରୀକ୍ଷାକୁ କିପରି ସ୍ଥଗିତ କରିପାରିବୁ । ଆମେ ଦୁଇ ଲକ୍ଷ ପିଲାଙ୍କ କ୍ୟାରିୟରକୁ ବିପଦରେ ପକାଇ ପାରିବୁ ନାହିଁ । ଆଜିକାଲି କେବଳ ପରୀକ୍ଷା ସ୍ଥଗିତ କରିବା ପାଇଁ କହୁଛନ୍ତି । ଏହା ଏକ ଆଦର୍ଶ ଦୁନିଆ ନୁହେଁ । ଆମେ ଏକାଡେମିକ୍ ବିଶେଷଜ୍ଞ ମଧ୍ୟ ନାହୁଁ ।'

ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଯଦି ଆବେଦନକୁ ଅନୁମତି ଦିଆଯାଏ ତେବେ ୨ ଲକ୍ଷ ଛାତ୍ରଛାତ୍ରୀ ଏବଂ ଚାରି ଲକ୍ଷ ଅଭିଭାବକଙ୍କୁ ଅସୁବିଧା ହେବ । ସିଜେଆଇ ପ୍ରଶ୍ନ କରିଥିଲେ, 'ପାଞ୍ଚ ଆବେଦନକାରୀଙ୍କ ଦାବି ଉପରେ, କଣ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ବିପଦରେ ରଖିବା ଠିକ୍ କି ?' ସିଜେଆଇ କହିଥିଲେ ଯେ କେବଳ ଏହି ଆବେଦନକାରୀଙ୍କ ପାଇଁ ଆମେ ସବୁ ଆଶାୟୀଙ୍କ କ୍ୟାରିୟରକୁ ବିପଦରେ ପକାଇ ପାରିବୁ ନାହିଁ ।