ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ

ମସ୍କୋ,୨୪।୮: ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ରୁଷିଆ ନୀତି ବଦଳାଇବାକୁ ଯାଉଛି। ଏହା କରିବା ପରେ ରୁଷିଆ ଅଳ୍ପ ସମୟ ମଧ୍ୟରେ ଆଣବିକ ଆକ୍ରମଣ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ ହେବ। ରୁଷିଆ ସଂସଦର ପ୍ରତିରକ୍ଷା କମିଟିର ସଭାପତି କହିଛନ୍ତି, ଯଦି ରୁଷିଆ ଅନୁଭବ କରୁଛି ଯେ ବିପଦ ବଢୁଛି, ତେବେ ଏହା ପରମାଣୁ ଆକ୍ରମଣକୁ ଯଥାଶୀଘ୍ର ନିର୍ଦ୍ଦେଶ ଦେଇପାରେ। ରୁଷିଆ ହେଉଛି ବିଶ୍ୱର ବୃହତ୍ତମ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଆଲର୍ଟ ମୋଡ୍‌ରେ ରୁଷିଆରେ ସର୍ବାଧିକ […] The post ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ appeared first on Dharitri Odia News.

ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ

ମସ୍କୋ,୨୪।୮: ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ରୁଷିଆ ନୀତି ବଦଳାଇବାକୁ ଯାଉଛି। ଏହା କରିବା ପରେ ରୁଷିଆ ଅଳ୍ପ ସମୟ ମଧ୍ୟରେ ଆଣବିକ ଆକ୍ରମଣ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ ହେବ। ରୁଷିଆ ସଂସଦର ପ୍ରତିରକ୍ଷା କମିଟିର ସଭାପତି କହିଛନ୍ତି, ଯଦି ରୁଷିଆ ଅନୁଭବ କରୁଛି ଯେ ବିପଦ ବଢୁଛି, ତେବେ ଏହା ପରମାଣୁ ଆକ୍ରମଣକୁ ଯଥାଶୀଘ୍ର ନିର୍ଦ୍ଦେଶ ଦେଇପାରେ। ରୁଷିଆ ହେଉଛି ବିଶ୍ୱର ବୃହତ୍ତମ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଆଲର୍ଟ ମୋଡ୍‌ରେ ରୁଷିଆରେ ସର୍ବାଧିକ ପରମାଣୁ ବୋମା ରହିଛି। ଗତ ମାସରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ତାଙ୍କ ଦେଶର ସରକାରୀ ଆଣବିକ ସିଦ୍ଧାନ୍ତରେ ଉନ୍ନତି ବିଷୟରେ କହିଥିଲେ।
ରୁଷିଆ ସଂସଦର ପ୍ରତିରକ୍ଷା କମିଟିର ମୁଖ୍ୟ ଆଣ୍ଡ୍ରେଇ କାର୍ଟାପୋଲୋଭ କହିଛନ୍ତି, ଧମକ ବୃଦ୍ଧି ହେଲେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ନିଷ୍ପତ୍ତି ନିଆଯିବା ସମୟ ବଦଳାଯାଇପାରିବ। ଯଦି ଆମେ ଦେଖୁ ଯେ ଆହ୍ବାନ ବଢୁଛି ଏବଂ ଦେଶ ବିପଦରେ ଅଛି, ତେବେ ଆମେ ଆଣବିକ ଆକ୍ରମଣ ଉପରେ ନିଷ୍ପତ୍ତି ତ୍ୱରାନ୍ବିତ କରି ଏହାର ନୀତି ବଦଳାଇ ପାରିବା। କାର୍ଟାପୋଲୋଭ ଏକଦା ସିରିଆରେ ରୁଷିଆ ସେନାକୁ ଗାଇଡ୍‌ କରୁଥିଲେ, କିନ୍ତୁ ବର୍ତ୍ତମାନ ଶାସକ ଦଳ ୟୁନାଇଟେଡ ରୁଷିଆ ପାର୍ଟିର ସାଂସଦ ଅଛନ୍ତି।

The post ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ appeared first on Dharitri Odia News.