ପରାଜୟ ଭୟରେ ବାଚାଳାମୀ ଆରମ୍ଭ କରିଛନ୍ତି ଓଡିଶା ବିଜେପି ନେତା: ବିଜେଡି

ଭୁୁବନେଶ୍ୱର : ଓଡିଶା ବିଜେପି ନେତାମାନେ ଜାଣିଗଲେଣି, ୨୦୧୯ରେ ଯେଉଁଭଳି ହାରିଥିଲେ, ତାଠାରୁ ଆହୁରି ଦୟନୀୟ ଭାବେ ୨୦୨୪ରେ ହାରିବାକୁ ଯାଉଛନ୍ତି। ଯେଉଁଥିପାଇଁ ରାଜ୍ୟ ନେତାଙ୍କ ମୁଣ୍ଡ କାମ କରୁନି, ଆଉ ବାଚଳାମୀ ଆରମ୍ଭ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଶ୍ରୀମତୀ ଦେଓ ଆଜି ଶଙ୍ଖ ଭବନରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶା ବିଜେପିର ଫେକ୍‌ ନ୍ୟୁଜ୍‌ ଫ୍ୟାକ୍ଟ୍ରୀରୁ ଯାହା କିଛି ମିଛ, ବିଭ୍ରାନ୍ତକାରୀ, ଭିତ୍ତିହୀନ ଆଉ ନିରାଧାର କଥା ଲେଖିକି ଦିଆଯାଏ, ତାକୁ […]

ପରାଜୟ ଭୟରେ ବାଚାଳାମୀ ଆରମ୍ଭ କରିଛନ୍ତି ଓଡିଶା ବିଜେପି ନେତା: ବିଜେଡି
SULATA-DEO

ଭୁୁବନେଶ୍ୱର : ଓଡିଶା ବିଜେପି ନେତାମାନେ ଜାଣିଗଲେଣି, ୨୦୧୯ରେ ଯେଉଁଭଳି ହାରିଥିଲେ, ତାଠାରୁ ଆହୁରି ଦୟନୀୟ ଭାବେ ୨୦୨୪ରେ ହାରିବାକୁ ଯାଉଛନ୍ତି। ଯେଉଁଥିପାଇଁ ରାଜ୍ୟ ନେତାଙ୍କ ମୁଣ୍ଡ କାମ କରୁନି, ଆଉ ବାଚଳାମୀ ଆରମ୍ଭ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଶ୍ରୀମତୀ ଦେଓ ଆଜି ଶଙ୍ଖ ଭବନରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶା ବିଜେପିର ଫେକ୍‌ ନ୍ୟୁଜ୍‌ ଫ୍ୟାକ୍ଟ୍ରୀରୁ ଯାହା କିଛି ମିଛ, ବିଭ୍ରାନ୍ତକାରୀ, ଭିତ୍ତିହୀନ ଆଉ ନିରାଧାର କଥା ଲେଖିକି ଦିଆଯାଏ, ତାକୁ ନେତା ଆସି ଗଣମାଧ୍ୟମ ସାମ୍ନାରେ ପଢିଥାନ୍ତି। ସମୀର ମହାନ୍ତି, ଓଡିଶା ବିଜେପିର ସଭାପତି ଥିବା ସମୟରେ ପଞ୍ଚାୟତ ନିର୍ବାଚନରେ ଦଳ ଅତି ଶୋଚନୀୟ ଭାବେ ହାରିଥିଲା। ଯେଉଁଥିପାଇଁ ତାଙ୍କୁ ଦଳର ସଭାପତି ପଦରୁ ନିନ୍ଦିତ, ଅପମାନିତ କରି ହଟାଇ ଦିଆଯାଇଥିଲା।

ଏହି ଶକ୍ତ ଧକ୍କାରୁ ସେ ଏପର୍ଯ୍ୟନ୍ତ ମୁକୁଳିନାହାନ୍ତି। ତେଣୁ ତାଙ୍କୁ ଯାହା ଲେଖିକି ଦିଆଗଲା, ତାକୁ ଘୋଷା ଶୁଆ ଭଳି ଗାଇ ଦେଇଯାଉଛନ୍ତି। ଶୋଚନୀୟ ଭାବେ ନିର୍ବାଚନ ହାରିବା କଥା ଜାଣିବାରୁ, ଓଡିଶା ବିଜେପି ଏଭଳି ସୁଆଙ୍ଗ ରଚିବା କିଛି ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଓଡିଶାବାସୀ ଏହାର ଉଚିତ୍‌ ଜବାବ ଦୋଇଛନ୍ତି, ଏହି ନିର୍ବାଚନରେ ମଧ୍ୟ ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି।