ଶରଧାବାଲିରେ ଗଡିଲା ୩ ରଥ : ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ
ପୁରୀ : ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ । ଶରଧାବାଲିରୁ ବାହାରିଛି ୩ ରଥ। ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର । ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୩ ଠାକୁରଙ୍କୁ ରଥରେ […]

ପୁରୀ : ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ । ଶରଧାବାଲିରୁ ବାହାରିଛି ୩ ରଥ। ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର । ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୩ ଠାକୁରଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତ ।
ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥାଏ । ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ସବୁ ପାପ ଧୋଇ ହୋଇଯାଏ । ଦାରୁ ବ୍ରହ୍ମଙ୍କ ଦର୍ଶନ ପାଇ ଭକ୍ତ ଆତ୍ମ ତୃପ୍ତି ହୋଇଛି । ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଏବେ ପହଣ୍ଡି ସରିବାର ନୀତି ସମ୍ପର୍ଣ୍ଣ ହୋଇ ରଥ ଟଣା ଆରମ୍ଭ ହୋଇଛି ।
ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ,ପ୍ରାତଃ ୪ଟାରେ ମଙ୍ଗଳଆଳତି, ମଇଲମ ପ୍ରାତଃ ୪ଟା ୧୫, ତଡପଲାଗି ପ୍ରାତଃ ୪ଟା ୩୦, ରୋଷହୋମ ପ୍ରାତଃ ୪ଟା ୩୦, ଅବକାଶ ପ୍ରାତଃ ୫ଟା, ସୂର୍ଯ୍ୟପୂଜା ପ୍ରାତଃ ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦, ବେଶଶେଷ ୫ଟା ୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ ଟା ୪୫ ଭିତରେ କରାଯାଇଛି ସକାଳ ୭ଟାରୁ ୧୧ଟା ୩୦ ରେ ଲାଗି ହୋଇଥିଲା ସେନାପଟା । ଏହାସହ ମଙ୍ଗଳାର୍ପଣ ୧୧ଟା ୪୫ ହୋଇ ଦିବା ୧୨ଟା ରୁ ୨ଟା ୩୦ରେ ବାହୁଡା ପହଣ୍ଡି, ଦିବା ଗୋଟାଏ ରୁ ୨ଟା ୩୦ ମଧ୍ୟରେ ବେଶ ଶେଷ ହୋଇ ଦିବା ୨ଟା ୩୦ରୁ ୩ଟା ୩୦ରେ ଛେରାପହଁରା କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ଅପରାହ୍ନ ୩.୨୫ରେ ତାଳଧ୍ୱଜ, ୩.୫୬ରେ ଦର୍ପଦଳନ ଓ ୪.୧୪ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି।
ଅନ୍ୟପଟେ ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ପ୍ରାୟ ବର୍ଷ ବାହୁଡ଼ା ପରଦିନ ସୁନାବେଶ ହୋଇଥାଏ। କିନ୍ତୁ ଚଳିତବର୍ଷ ବାହୁଡ଼ାର ଗୋଟିଏ ଦିନ ପରେ ଅର୍ଥାତ୍ ବୁଧବାର ସୁନାବେଶ ରହିଛି। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ପୁଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।