ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ ଚାଲିଆସିଥିବା ଏକ ମାଈ ହାତୀ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡିଥିଲା। ରାତି ପ୍ରାୟ ଦେଢ଼ଟାରେ ହାତୀ ଗ୍ରାମରେ ପ୍ରବେଶ କରିଥିବା ସୂଚନା ପାଇ ଗ୍ରାମବାସୀ ଉଠି ଘଉଡାଇଥିଲେ। ହାତୀ ପଲ ଧାଇଁ ପଳାଇ ଯିବା ବେଳେ ଉକ୍ତ ହାତୀଟି ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଦଳନାୟକଙ୍କ ବାଡ଼ିରେ […] The post ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ appeared first on Dharitri Odia News.

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ ଚାଲିଆସିଥିବା ଏକ ମାଈ ହାତୀ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡିଥିଲା। ରାତି ପ୍ରାୟ ଦେଢ଼ଟାରେ ହାତୀ ଗ୍ରାମରେ ପ୍ରବେଶ କରିଥିବା ସୂଚନା ପାଇ ଗ୍ରାମବାସୀ ଉଠି ଘଉଡାଇଥିଲେ। ହାତୀ ପଲ ଧାଇଁ ପଳାଇ ଯିବା ବେଳେ ଉକ୍ତ ହାତୀଟି ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଦଳନାୟକଙ୍କ ବାଡ଼ିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ଯାହାପରେ ଗ୍ରାମବାସୀମାନେ ବନ ବିଭାଗକୁ ସୂଚନା ଦେବା ପରେ ରାତି ପ୍ରାୟ ସାଢେ ୩ଟା ବେଳେ ବନ କର୍ମଚାରୀ ହାତୀକୁ ଉଦ୍ଧାର କରିବାକୁ କୂଅରେ ପାଣି ଢାଳିବା ସହ ମେଶିନ ସହାୟତାରେ ଚାରି ପାଖରେ ମାଟି ଖୋଳିଥିଲେ। ପରେ ହାତୀଟି ସୁରକ୍ଷିତ ଭାବେ କୂଅରୁ ବାହାରି ଜଙ୍ଗଲକୁ ଚାଲି ଯାଇଥିଲା। ସୂଚନାଯୋଗ୍ୟ ଯେ ତେଲକୋଇ ରେଞ୍ଜରେ ୨୪ଟି ହାତୀ ରହିଥିବା ଜଣାପଡିଛି। ଉକ୍ତ ହାତୀଟି ବେଣାମୁଣ୍ଡା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଣିପୁର ଜଙ୍ଗଲରେ ଅନ୍ୟ ହାତୀ ମାନଙ୍କ ସହିତ ରହିଥିବା ସୂଚନା ମିଳିଛି।

The post ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ appeared first on Dharitri Odia News.