ପରିତ୍ୟକ୍ତ କୂଅରୁ ହେଲା ଉଦ୍ଧାର ହାତୀ ଛୁଆର ଗଳିତ ମୃତ ଦେହ

ଆଠଗଡ଼:  ଆଉ ଏକ ହାତୀର ମୃତ୍ୟୁ। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ରେଞ୍ଜ କନ୍ଦରପୁର କେନ୍ଦୁଟୋକୋଲି ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି ହାତୀ ଛୁଆର ଗଳିତ ମୃତ ଦେହ। ଛୁଆଟି କିଛି ଦିନ ଧରି କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି।କୂଅରୁ ପାଣି ଶୁଖିବା ପରେ ହାତୀର ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଆଠଗଡ଼ ବନଖଣ୍ଡରେ ପାଖାପାଖି ୨୦୦ ହାତୀ ଥିବା ବିଭାଗ ପକ୍ଷରୁ ସୂଚନା ରହିଛି। ସେଥି ମଧ୍ୟରୁ ପାଖାପାଖି ୫୦ଟି ଛୁଆ ହାତୀ ରହିଥିବାବେଳେ ଶହେଟି ମାଈ ହାତୀ ରହିଥିବା ସୂଚନା ରହିଛି।

ପରିତ୍ୟକ୍ତ କୂଅରୁ ହେଲା ଉଦ୍ଧାର ହାତୀ ଛୁଆର ଗଳିତ ମୃତ ଦେହ

ଆଠଗଡ଼:  ଆଉ ଏକ ହାତୀର ମୃତ୍ୟୁ। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ରେଞ୍ଜ କନ୍ଦରପୁର କେନ୍ଦୁଟୋକୋଲି ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି ହାତୀ ଛୁଆର ଗଳିତ ମୃତ ଦେହ। ଛୁଆଟି କିଛି ଦିନ ଧରି କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି।

କୂଅରୁ ପାଣି ଶୁଖିବା ପରେ ହାତୀର ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଆଠଗଡ଼ ବନଖଣ୍ଡରେ ପାଖାପାଖି ୨୦୦ ହାତୀ ଥିବା ବିଭାଗ ପକ୍ଷରୁ ସୂଚନା ରହିଛି। ସେଥି ମଧ୍ୟରୁ ପାଖାପାଖି ୫୦ଟି ଛୁଆ ହାତୀ ରହିଥିବାବେଳେ ଶହେଟି ମାଈ ହାତୀ ରହିଥିବା ସୂଚନା ରହିଛି।