ପରିବାର ନୀତିରେ ହେବ ନାହିଁ କୌଣସି ପରିବର୍ତ୍ତନ: ବିରାଟ କୋହଲିଙ୍କ ଅଭିଯୋଗ ଉପରେ BCCI’ର ପ୍ରତିକ୍ରିୟା
ମୁମ୍ବାଇ,୧୯।୩: ବିଦେଶ ଗସ୍ତ ସମୟରେ ଭାରତୀୟ ଖେଳାଳୀମାନଙ୍କ ପାଇଁ ପ୍ରଣୟନ ହୋଇଥିବା ନୂତନ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ବୁଧବାର କହିଛନ୍ତି ବିସିସିଆଇ ସଚିବ ଦେବଜୀତ ସଇକିଆ। ଜାରି ହୋଇଥିବା ନିୟମକୁ ନେଇ ବିରାଟ କୋହଲି ଅସନ୍ତୋଷ ପ୍ରକାଶ କରିବା ପରେ ସଇକିଆଙ୍କ ଏହି ପ୍ରତିକ୍ରିୟା ଆସିଛି। ଏହି ନୂତନ ନିୟମରେ ବିସିସିଆଇ ବିଦେଶ ଗସ୍ତ ସମୟରେ ଖେଳାଳିମାନେ ସେମାନଙ୍କ ସହିତ ପରିବାର ସଦସ୍ୟଙ୍କୁ ରଖିବା ନେଇ କଟକଣା ଲଗାଇଛି। ଆଇପିଏଲ ପୂର୍ବରୁ […] The post ପରିବାର ନୀତିରେ ହେବ ନାହିଁ କୌଣସି ପରିବର୍ତ୍ତନ: ବିରାଟ କୋହଲିଙ୍କ ଅଭିଯୋଗ ଉପରେ BCCI’ର ପ୍ରତିକ୍ରିୟା appeared first on Dharitri Odia News.
ମୁମ୍ବାଇ,୧୯।୩: ବିଦେଶ ଗସ୍ତ ସମୟରେ ଭାରତୀୟ ଖେଳାଳୀମାନଙ୍କ ପାଇଁ ପ୍ରଣୟନ ହୋଇଥିବା ନୂତନ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ବୁଧବାର କହିଛନ୍ତି ବିସିସିଆଇ ସଚିବ ଦେବଜୀତ ସଇକିଆ। ଜାରି ହୋଇଥିବା ନିୟମକୁ ନେଇ ବିରାଟ କୋହଲି ଅସନ୍ତୋଷ ପ୍ରକାଶ କରିବା ପରେ ସଇକିଆଙ୍କ ଏହି ପ୍ରତିକ୍ରିୟା ଆସିଛି। ଏହି ନୂତନ ନିୟମରେ ବିସିସିଆଇ ବିଦେଶ ଗସ୍ତ ସମୟରେ ଖେଳାଳିମାନେ ସେମାନଙ୍କ ସହିତ ପରିବାର ସଦସ୍ୟଙ୍କୁ ରଖିବା ନେଇ କଟକଣା ଲଗାଇଛି।
ଆଇପିଏଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିରାଟ କହିଥିଲେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ବିଦେଶ ଗସ୍ତ ସମୟରେ ସେମାନଙ୍କ ପରିବାରକୁ ନେବାକୁ ଚାହିଁବେ। ଅଷ୍ଟ୍ରେଲିଆ ଗସ୍ତ ସମୟରେ ଭାରତୀୟ ଦଳ ୩-୧ ରେ ଟେଷ୍ଟ ସିରିଜ ହାରିବା ପରେ ବିସିସିଆଇ ଏହି କଠିନ ନିଷ୍ପତ୍ତି ନେଇଥିଲା।
ବିସିସିଆଇ ସଚିବ କୋହଲିଙ୍କ ବୟାନର ଜବାବ ଦେଇ କହିଛନ୍ତି ଯେ ବୋର୍ଡ ନିକଟ ଭବିଷ୍ୟତରେ ଏହାର ନିୟମରେ ପରିବର୍ତ୍ତନ କରିବ ନାହିଁ। ଭାରତ ଆଇପିଏଲ ପରେ ଇଂଲଣ୍ଡ ଯାତ୍ରା କରିବାକୁ ପ୍ରସ୍ତୁତ, ଯେଉଁଠାରେ ସେମାନେ ଜୁନ୍ ଏବଂ ଜୁଲାଇ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବେ।
“ଏହି ପର୍ଯ୍ୟାୟରେ, ବର୍ତ୍ତମାନର ନୀତି ଅକ୍ଷୁର୍ଣ୍ଣ ରହିବ, କାରଣ ଏହା ଦେଶ ଏବଂ ଆମର ଅନୁଷ୍ଠାନ, ବିସିସିଆଇ ଉଭୟ ପାଇଁ ସର୍ବୋପରି ଗୁରୁତ୍ୱପୂର୍ଣ୍ଣ” ବୋଲି ଦେବଜିତ୍ ସଇକିଆ ଏକ ସାକ୍ଷାତକାରରେ କ୍ରିକବଜ୍କୁ କହିଥିଲେ।
“ବିସିସିଆଇ ସ୍ୱୀକାର କରେ ଯେ କିଛି ଅସନ୍ତୋଷ କିମ୍ବା ଭିନ୍ନ ମତ ହୋଇପାରେ, କାରଣ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଖେଳାଳିମାନେ ସେମାନଙ୍କର ମତ ପ୍ରକାଶ କରିବାର ଅଧିକାର ପାଇଥାନ୍ତି। ଏହି ନୀତି ସମସ୍ତ ଦଳର ସଦସ୍ୟ – ଖେଳାଳି, ପ୍ରଶିକ୍ଷକ, ପରିଚାଳକ, ସହାୟକ କର୍ମଚାରୀ ଏବଂ ସମ୍ପୃକ୍ତ ପ୍ରତ୍ୟେକଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଛି – ଏବଂ ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଛି,” ସେ ଆହୁରି ମଧ୍ୟ କହିଛନ୍ତି।
The post ପରିବାର ନୀତିରେ ହେବ ନାହିଁ କୌଣସି ପରିବର୍ତ୍ତନ: ବିରାଟ କୋହଲିଙ୍କ ଅଭିଯୋଗ ଉପରେ BCCI’ର ପ୍ରତିକ୍ରିୟା appeared first on Dharitri Odia News.