ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ବର୍ଷ ପରେ ଭାରତୀୟ ଭାବେ ଗସ୍ତ
ନୂଆଦିଲ୍ଲୀ ୦୭/୦୪: ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପର୍ତ୍ତୁଗାଲ ଗସ୍ତବେଳେ ସେ ପ୍ରତିପକ୍ଷ ମାର୍ସେଲୋ ଡି ସୌସା ଓ ପ୍ରଧାନମନ୍ତ୍ରୀ ଲୁଇ ମଣ୍ଟେନଗ୍ରୋଙ୍କ ସହ ଆଲୋଚନା କରିବେ। ପରେ ସେ ସ୍ଲୋଭାକିଆ ଯାଇ ସେଠାରେ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଓ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। #WATCH | President Droupadi Murmu arrives in Lisbon, Portugal.The President is on a state visit to Portugal at the invitation of the President of Portugal, Marcelo Rebelo de Sousa. pic.twitter.com/cTgxIlO5b1— ANI (@ANI) April 6, 2025ପ୍ରାୟ ୨୭ ବର୍ଷ ପରେ ପର୍ତ୍ତୁଗାଲକୁ ଜଣେ ଭାରତୀୟ ରାଷ୍ଟ୍ରପତି ଭାବେ ଯିବାରେ ଦ୍ରୌପଦୀ ମୁର୍ମୁ ପ୍ରଥମ। ଉଭୟ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଉତ୍ତମ କୂଟନୈତିକ ସମ୍ପର୍କ ରହିଛି। ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତା ବୃଦ୍ଧି ଲାଗି ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ସୂଚନା ମିଳିଛି। ସେହିପରି ସ୍ଲୋଭାକିଆକୁ ଦୀର୍ଘ ୨୯ ବର୍ଷ ପରେ ଜଣେ ଭାରତୀୟ ରାଷ୍ଟ୍ରପତି ବାବେ ଦ୍ରୌପଦୀ ମୁର୍ମୁ ଗସ୍ତ କରୁଛନ୍ତି। ବିଶ୍ବର ଅର୍ଥନୈତିକ ପରିବର୍ତ୍ତନ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଆଦି ସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ରାଷ୍ଟ୍ରପତିଙ୍କ
ନୂଆଦିଲ୍ଲୀ ୦୭/୦୪: ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପର୍ତ୍ତୁଗାଲ ଗସ୍ତବେଳେ ସେ ପ୍ରତିପକ୍ଷ ମାର୍ସେଲୋ ଡି ସୌସା ଓ ପ୍ରଧାନମନ୍ତ୍ରୀ ଲୁଇ ମଣ୍ଟେନଗ୍ରୋଙ୍କ ସହ ଆଲୋଚନା କରିବେ। ପରେ ସେ ସ୍ଲୋଭାକିଆ ଯାଇ ସେଠାରେ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଓ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
#WATCH | President Droupadi Murmu arrives in Lisbon, Portugal.
The President is on a state visit to Portugal at the invitation of the President of Portugal, Marcelo Rebelo de Sousa. pic.twitter.com/cTgxIlO5b1— ANI (@ANI) April 6, 2025
ପ୍ରାୟ ୨୭ ବର୍ଷ ପରେ ପର୍ତ୍ତୁଗାଲକୁ ଜଣେ ଭାରତୀୟ ରାଷ୍ଟ୍ରପତି ଭାବେ ଯିବାରେ ଦ୍ରୌପଦୀ ମୁର୍ମୁ ପ୍ରଥମ। ଉଭୟ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଉତ୍ତମ କୂଟନୈତିକ ସମ୍ପର୍କ ରହିଛି। ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତା ବୃଦ୍ଧି ଲାଗି ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ସୂଚନା ମିଳିଛି। ସେହିପରି ସ୍ଲୋଭାକିଆକୁ ଦୀର୍ଘ ୨୯ ବର୍ଷ ପରେ ଜଣେ ଭାରତୀୟ ରାଷ୍ଟ୍ରପତି ବାବେ ଦ୍ରୌପଦୀ ମୁର୍ମୁ ଗସ୍ତ କରୁଛନ୍ତି।
ବିଶ୍ବର ଅର୍ଥନୈତିକ ପରିବର୍ତ୍ତନ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଆଦି ସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି । ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ତନ୍ମୟ ଲାଲ୍ । ଉଭୟ ଦେଶର କୁଟନୈତିକ ସମ୍ପର୍କୁ ୫୦ ବର୍ଷ ପୂରଣ ହେଉଥିବାରୁ ଏହି ଗସ୍ତକୁ ବେଶ ଗରୁତ୍ବ ଦିଆଯାଉଛ । ପିଏମ ମୋଦି ୨୦୧୭ରେ ପର୍ତ୍ତୁଗାଲ ଗସ୍ତକରିଥିଲେ ।