ସାପ କାମୁଡ଼ାରେ ଶ୍ରମିକଙ୍କ ମୃତ୍ୟୁ
ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକ ପଇତାମଜା ଠାରେ ଥିବା ପାୱାର ଏଗ୍ରୋ ଅଣ୍ଡା ଉତ୍ପାଦ ଫାର୍ମରେ ସାପ କାମୁଡାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ସଦର ଥାନା କୁସୁମୂଳା ଗ୍ରାମର ମଙ୍ଗଲ ନାଏକ ଙ୍କ ପୁଅ ନବଦୀପ ନାଏକ (୩୨) । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଅନ୍ୟ ସାଥିଙ୍କ ସହ ଫାର୍ମ ଭିତରେ ଥିବା କ୍ବାଟରରେ ଶୋଇଥିବା ସମୟ ରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଦେଇ […]

ପାଟଣା : କେନ୍ଦୁଝର ଜିଲା ସାହାରପଡା ବ୍ଲକ ପଇତାମଜା ଠାରେ ଥିବା ପାୱାର ଏଗ୍ରୋ ଅଣ୍ଡା ଉତ୍ପାଦ ଫାର୍ମରେ ସାପ କାମୁଡାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ମୃତକ ହେଲେ ସଦର ଥାନା କୁସୁମୂଳା ଗ୍ରାମର ମଙ୍ଗଲ ନାଏକ ଙ୍କ ପୁଅ ନବଦୀପ ନାଏକ (୩୨) । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଅନ୍ୟ ସାଥିଙ୍କ ସହ ଫାର୍ମ ଭିତରେ ଥିବା କ୍ବାଟରରେ ଶୋଇଥିବା ସମୟ ରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଦେଇ ଥିଲା ।ଘଟଣା ଜଣା ପଡିବା ପରେ ସହକର୍ମୀ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତୀ କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି।