ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା
ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇ ଗସ୍ତରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କରିଛି। ଏଥର ହ୍ୟାଟ୍ରିକ୍ ପାଇଁ ଦଳ ପାଖରେ ଭଲ ସୁଯୋଗ ରହିଛି। ଏହି ‘ମହାସିରିଜରେ ମୋଟ ୫ ଟି ମ୍ୟାଚ୍ […] The post ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇ ଗସ୍ତରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କରିଛି। ଏଥର ହ୍ୟାଟ୍ରିକ୍ ପାଇଁ ଦଳ ପାଖରେ ଭଲ ସୁଯୋଗ ରହିଛି। ଏହି ‘ମହାସିରିଜରେ ମୋଟ ୫ ଟି ମ୍ୟାଚ୍ ଖେଳାଯିବ।
ଏହି ମ୍ୟାଚରେ ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣା ଭାରତୀୟ ଦଳ ପାଇଁ ଟେଷ୍ଟ ଡେବ୍ୟୁ କରିଛନ୍ତି। ଅନ୍ୟପଟେ ନାଥନ୍ ମ୍ୟାକସ୍ୱେନି ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ। ପର୍ଥ ଟେଷ୍ଟରେ ଭାରତୀୟ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମିଚେଲ ଷ୍ଟାର୍କଙ୍କ ବଲରେ ଯଶସ୍ୱୀ ଜୈସ୍ବାଲ ଖାତା ଖୋଲି ନ ପରି ପ୍ୟାଭିଲିୟନ ଫେରିଛନ୍ତି।
ଭାରତ: କେଏଲ. ରାହୁଲ, ଯଶସ୍ୱୀ ଜୈସ୍ବାଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି,ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ, ନୀତୀଶ ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, ଜସପ୍ରୀତ ବୁମରା (ଅଧିନାୟକ) ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ: ଉସମାନ ଖ୍ୱାଜା, ନାଥାନ୍ ମ୍ୟାକସ୍ୱେନି, ମାର୍ନସ୍ ଲାବୁସାନେ, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କେରି (ଉଇକେଟ କିପର), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥାନ୍ ଲିଅନ୍, ଜସ୍ ହାଜଲେଉଡ୍।
The post ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା appeared first on Dharitri Odia News.