ପର୍ଯ୍ୟଟକ ଉପଭୋଗ କରିପାରିବେ ସାଉଦିର ରାଜକୀୟ ଜୀବନ, ଭଡ଼ାରେ ମିଳିବ କ୍ରାଉନ ପ୍ରିନ୍ସଙ୍କ ରାଜପ୍ରାସାଦ
ନୂଆଦିଲ୍ଲୀ: ଅର୍ଥନୀତିକୁ ମଜବୁତ କରିବା ପାଇଁ ସାଉଦି ଆରବ ନୂଆ ଯୋଜନା। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସାଉଦି ସରକାର ପ୍ରଥମେ ଭିସା ନିୟମକୁ କୋହଳ କରିଥିଲେ। ଏବେ ପର୍ଯ୍ୟଟକ ଉପଭୋଗ କରିପାରିବେ ରାଜକୀୟ ଜୀବନ। ବର୍ତ୍ତମାନ ରାଜପ୍ରାସାଦକୁ ଭଡାରେ ଦେବାକୁ ପ୍ରସ୍ତୁତି ଚଳାଇଛି ସାଉଦି। ହେଲେ ଏଭଳି ନିଷ୍ପତ୍ତି କାହିଁକି ? କାରଣ ଅଶୋଧିତ ତୈଳ ଯୋଗାଣ ଉପରେ ସାଉଦି ଆରବର ଜିଡିପି ନିର୍ଭର କରେ। ଭବିଷ୍ୟତରେ ତେଲର ଚାହିଦା ହ୍ରାସ ହେବାକୁ ଯାଉଛି। ଏହି ସମ୍ଭାବନାକୁ ଧ୍ୟାନରେ ରଖି ସାଉଦି ଆରବ ପର୍ଯ୍ୟଟନ ଏବଂ ମନୋରଞ୍ଜନକୁ ପ୍ରୋତ୍ସାହିତ କରୁଛି।ବର୍ତ୍ତମାନ ପର୍ଯ୍ୟଟନ ବୃଦ୍ଧି ଲକ୍ଷ୍ୟରେ ସାଉଦି ଆରବ ମଧ୍ୟ ଏହାର ପୂର୍ବତନ ଶାସକ ସୌଦ ବିଲ ଅବଦୁଲାଜିଜଙ୍କ ପ୍ରାସାଦକୁ ଭଡାରେ ଦିଆଯିବ। ପର୍ଯ୍ୟଟକମାନେ ଏହି ପ୍ରାସାଦରେ ରାତି ବିତାଇ ପାରିବେ। ୩ ଲକ୍ଷ ୬୫ ହଜାର ବର୍ଗଫୁଟର ବିଶାଳ ପ୍ରାସାଦ ଆଧୁନିକ ସାଉଦି ଆରବର ଦ୍ୱିତୀୟ ଶାସକ ସୌଦ ବିନ୍ ଅବଦୁଲାଜିଜଙ୍କ ଘର ଥିଲା।ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏହି ପ୍ରାସାଦକୁ ଏକ ନୂଆ ରୂପ ଦିଆଯାଉଛି, ଯେଉଁଥି ପାଇଁ ବୁଟିକ୍ ଗ୍ରୁପ୍ ନାମକ ଏକ ବିଲଡର୍ କମ୍ପାନୀକୁ ନିଯୁକ୍ତି ଦିଆଯାଇଛି। ଦଶନ୍ଧି ଧରି ଏହି ପ୍ରାସାଦଟି ଶାସକଙ୍କ ବାସସ୍ଥାନ ଥିଲା ଏବଂ ପରେ ଏହାକୁ ସରକାରଙ୍କ ମୁଖ୍ୟାଳୟ ଭାବରେ ପରିଣତ କରାଯାଇଥିଲା। ବର୍ତ୍ତମାନ ଏହା ଏକ ହୋଟେଲ ଭାବରେ ନିର୍ମାଣ କରାଯିବ। ଏଥିରେ ସମୁଦାୟ
ନୂଆଦିଲ୍ଲୀ: ଅର୍ଥନୀତିକୁ ମଜବୁତ କରିବା ପାଇଁ ସାଉଦି ଆରବ ନୂଆ ଯୋଜନା। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସାଉଦି ସରକାର ପ୍ରଥମେ ଭିସା ନିୟମକୁ କୋହଳ କରିଥିଲେ। ଏବେ ପର୍ଯ୍ୟଟକ ଉପଭୋଗ କରିପାରିବେ ରାଜକୀୟ ଜୀବନ। ବର୍ତ୍ତମାନ ରାଜପ୍ରାସାଦକୁ ଭଡାରେ ଦେବାକୁ ପ୍ରସ୍ତୁତି ଚଳାଇଛି ସାଉଦି। ହେଲେ ଏଭଳି ନିଷ୍ପତ୍ତି କାହିଁକି ? କାରଣ ଅଶୋଧିତ ତୈଳ ଯୋଗାଣ ଉପରେ ସାଉଦି ଆରବର ଜିଡିପି ନିର୍ଭର କରେ। ଭବିଷ୍ୟତରେ ତେଲର ଚାହିଦା ହ୍ରାସ ହେବାକୁ ଯାଉଛି। ଏହି ସମ୍ଭାବନାକୁ ଧ୍ୟାନରେ ରଖି ସାଉଦି ଆରବ ପର୍ଯ୍ୟଟନ ଏବଂ ମନୋରଞ୍ଜନକୁ ପ୍ରୋତ୍ସାହିତ କରୁଛି।
ବର୍ତ୍ତମାନ ପର୍ଯ୍ୟଟନ ବୃଦ୍ଧି ଲକ୍ଷ୍ୟରେ ସାଉଦି ଆରବ ମଧ୍ୟ ଏହାର ପୂର୍ବତନ ଶାସକ ସୌଦ ବିଲ ଅବଦୁଲାଜିଜଙ୍କ ପ୍ରାସାଦକୁ ଭଡାରେ ଦିଆଯିବ। ପର୍ଯ୍ୟଟକମାନେ ଏହି ପ୍ରାସାଦରେ ରାତି ବିତାଇ ପାରିବେ। ୩ ଲକ୍ଷ ୬୫ ହଜାର ବର୍ଗଫୁଟର ବିଶାଳ ପ୍ରାସାଦ ଆଧୁନିକ ସାଉଦି ଆରବର ଦ୍ୱିତୀୟ ଶାସକ ସୌଦ ବିନ୍ ଅବଦୁଲାଜିଜଙ୍କ ଘର ଥିଲା।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଏହି ପ୍ରାସାଦକୁ ଏକ ନୂଆ ରୂପ ଦିଆଯାଉଛି, ଯେଉଁଥି ପାଇଁ ବୁଟିକ୍ ଗ୍ରୁପ୍ ନାମକ ଏକ ବିଲଡର୍ କମ୍ପାନୀକୁ ନିଯୁକ୍ତି ଦିଆଯାଇଛି। ଦଶନ୍ଧି ଧରି ଏହି ପ୍ରାସାଦଟି ଶାସକଙ୍କ ବାସସ୍ଥାନ ଥିଲା ଏବଂ ପରେ ଏହାକୁ ସରକାରଙ୍କ ମୁଖ୍ୟାଳୟ ଭାବରେ ପରିଣତ କରାଯାଇଥିଲା। ବର୍ତ୍ତମାନ ଏହା ଏକ ହୋଟେଲ ଭାବରେ ନିର୍ମାଣ କରାଯିବ। ଏଥିରେ ସମୁଦାୟ ୭୦ଟି କୋଠରୀ ଅଛି, ଯାହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଏଠାରେ ପର୍ଯ୍ୟଟକ ରହିବା ସହ ସାଉଦି ଆରବର ରାଜକୀୟ ଜୀବନର ମଜା ନେଇପାରିବେ। ଏହି ହୋଟେଲରେ ସାଉଦି ଆରବ ରାଜ ପରିବାରର ପ୍ରିୟ ଖାଦ୍ୟ ପରିବେଷଣ କରାଯିବ। ଖାଇବା ସମୟରେ ମଧ୍ୟ ସାଉଦି ଆରବର ରାଜକୀୟ ଜୀବନଶୈଳୀକୁ ଲୋକମାନେ ଅନୁଭବ କରିବେ। ଏହି ପ୍ରାସାଦରେ ସ୍ପା ସେଣ୍ଟର ମଧ୍ୟ ଖୋଲାଯିବ, ଯେଉଁଠାରେ ପାରମ୍ପରିକ ସାଉଦି ଚିକିତ୍ସା ଉପଲବ୍ଧ ହେବ।
ରିପୋର୍ଟରେ କୁହାଯାଇଛି ଯେ ରେଡ୍ ପ୍ୟାଲେସ୍ ଭାବରେ ଜଣାଶୁଣା ଏହି ପ୍ରାସାଦ 1940 ମସିହାରେ ତତ୍କାଳୀନ କ୍ରାଉନ୍ ପ୍ରିନ୍ସଙ୍କ ପାଇଁ ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହା ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ହୋଟେଲ ଭାବରେ ପ୍ରସ୍ତୁତ ହେଉଛି। ଏହି ପ୍ରାସାଦରେ ଲୋକମାନେ ସାଉଦି ଆରବର ରାଜା ଜୀବନକୁ ଅନୁଭବ କରିପାରିବେ। ବୁଟିକ୍ ଗ୍ରୁପ୍ ସିଇଓ ମାର୍କ ଡି କୋସିନିସ୍ କହିଛନ୍ତି ଯେ ଏହା ରାଜ ଜୀବନ ବଞ୍ଚିବାର ଏକ ଅଭିଜ୍ଞତା ହେବ। ତଥାପି, ଏଥିରେ ରହିବାର ମୂଲ୍ୟ ଯଥେଷ୍ଟ ଅଧିକ ହେବ।