ପର୍ଯ୍ୟଟକଙ୍କ କାର୍‌ ଧକ୍କାରେ ମହିଳା ମୃତ, ଅନ୍ୟ ଦୁଇ ଗୁରୁତର

ଗୋପ ୧୧।୦୪ : କୋଣାର୍କ ବାୟାକୁଦା ନିକଟରେ ଦୁର୍ଘଟଣା । ପର୍ଯ୍ୟଟକଙ୍କ କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ବାୟାକୁଦା ଗାଁରେ ରେଣୁବାଳା ବେହେରା ବୋଲି ଜଣାପଡିଛି । ଏହାସହ ଏହି ଘଟଣାରେ ଦୁଇ ଜଣ ଗୁରୁତର ହୋଇଛି ।ଖବର ଅନୁଯାୟୀ, ଗୋପା ବାୟାକୁଦାର ରେଣୁବାଳା ବେହେରା ଏବଂ ରଞ୍ଜିତା ପ୍ରଧାନ ଭୋରୁ ଭୋରୁ ରାସ୍ତା କଡ଼ରେ ଫୁଲ ତୋଳୁଥିଲେ । ଏହି ସମୟରେ ଗୋପ ପଟୁ ଆସିଥିବା ଏକ କାର୍‌ଟି ଭାରସାମ୍ୟ ହରାଇ  ବାଇକ ସହ ଧକ୍କା ଦେଇଥିଲା। ଏହାପରେ ଫୁଲ ତୋଳୁଥିବା ଉଭୟଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ରେଣୁବାଳାଙ୍କ ମୃତ୍ୟୁ ହୋଇଥିବା ବେଳେ ରଞ୍ଜିତା ପ୍ରଧାନ ଏବଂ ବାଇକ ଆରୋହୀ ନିରଞ୍ଜନ ପ୍ରଧାନ ଗୁରୁତର ହୋଇଛନ୍ତି । ଗୋପ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଛାନ୍‌ଭିନ୍‌ ରଖିଛି । ହେଲେ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛନ୍ତି । 

ପର୍ଯ୍ୟଟକଙ୍କ କାର୍‌ ଧକ୍କାରେ ମହିଳା ମୃତ, ଅନ୍ୟ ଦୁଇ ଗୁରୁତର

ଗୋପ ୧୧।୦୪ : କୋଣାର୍କ ବାୟାକୁଦା ନିକଟରେ ଦୁର୍ଘଟଣା । ପର୍ଯ୍ୟଟକଙ୍କ କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ବାୟାକୁଦା ଗାଁରେ ରେଣୁବାଳା ବେହେରା ବୋଲି ଜଣାପଡିଛି । ଏହାସହ ଏହି ଘଟଣାରେ ଦୁଇ ଜଣ ଗୁରୁତର ହୋଇଛି ।

ଖବର ଅନୁଯାୟୀ, ଗୋପା ବାୟାକୁଦାର ରେଣୁବାଳା ବେହେରା ଏବଂ ରଞ୍ଜିତା ପ୍ରଧାନ ଭୋରୁ ଭୋରୁ ରାସ୍ତା କଡ଼ରେ ଫୁଲ ତୋଳୁଥିଲେ । ଏହି ସମୟରେ ଗୋପ ପଟୁ ଆସିଥିବା ଏକ କାର୍‌ଟି ଭାରସାମ୍ୟ ହରାଇ  ବାଇକ ସହ ଧକ୍କା ଦେଇଥିଲା। ଏହାପରେ ଫୁଲ ତୋଳୁଥିବା ଉଭୟଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ରେଣୁବାଳାଙ୍କ ମୃତ୍ୟୁ ହୋଇଥିବା ବେଳେ ରଞ୍ଜିତା ପ୍ରଧାନ ଏବଂ ବାଇକ ଆରୋହୀ ନିରଞ୍ଜନ ପ୍ରଧାନ ଗୁରୁତର ହୋଇଛନ୍ତି । ଗୋପ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । 

ଅନ୍ୟପଟେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଛାନ୍‌ଭିନ୍‌ ରଖିଛି । ହେଲେ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଛନ୍ତି ।