ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ମା' ହେଲା ବାଘୁଣୀ ମୌସୁମୀ
ବାରଙ୍ଗ ୩୦/୦୭: ବାଘୁଣୀ ମୌସୁମୀ ଦେଲା ଖୁସି ଖବର । ମାଆ ହେଲା ଧଳା ବାଘୁଣୀ ମୌସୁମୀ । ପ୍ରଥମ ଥର ପାଇଁ ମାଆ ହେଲା ମୌସୁମୀ । ଗତ ଏପ୍ରିଲ ମାସରେ ରାଜେଶ ଓ ମୌସୁମୀର ହୋଇଥିଲା ମିଳନ । ନନ୍ଦନକାନନରେ ଖୁସିର ମାହୋଲ । ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ବାଘୁଣୀ ମୌସୁମୀ ପ୍ରଥମ ଥର ପାଇଁ ମାଆ ହୋଇଛି । ଗତ ଏପ୍ରିଲ ୨୭ ରୁ ୨୯ ମଧ୍ୟରେ ଟାଇଗର ରାଜେଶଙ୍କ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ମୌସୁମୀ। ଯାହାକୁ ଗତ ଜୁଲାଇ ମାସ ୧ ତାରିଖରେ ଅଲଟ୍ରାସୋନୋଗ୍ରାଫି ମାଧ୍ୟମରେ ପ୍ରାଣୀ ଉଦ୍ୟାନର ଚିକିତ୍ସକମାନେ ମୌସୁମୀ ଗର୍ଭବତୀ ଥିବା ନିଶ୍ଚିତ କରିଥିଲେ । ବାଘୁଣୀ ମୌସୁମୀ ପ୍ରଥମ କରି ଛୁଆ ଦେଇଥିବାରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ଵାରା ତାର ଯତ୍ନ ନିଆଯାଉଛି। ସିସିଟିଭି କ୍ୟାମେରା ଫୁଟେଜରେ ପ୍ରତ୍ୟେକ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି । ମୌସୁମୀ ଏପର୍ଯ୍ୟନ୍ତ ଗୋଟିଏ ଶାବକ ଜନ୍ମ ଦେଇଥିବା ବେଳେ ପ୍ରଜନନ ପ୍ରକ୍ରିୟା ଜାରି ରହିଛି ।
ବାରଙ୍ଗ ୩୦/୦୭: ବାଘୁଣୀ ମୌସୁମୀ ଦେଲା ଖୁସି ଖବର । ମାଆ ହେଲା ଧଳା ବାଘୁଣୀ ମୌସୁମୀ । ପ୍ରଥମ ଥର ପାଇଁ ମାଆ ହେଲା ମୌସୁମୀ । ଗତ ଏପ୍ରିଲ ମାସରେ ରାଜେଶ ଓ ମୌସୁମୀର ହୋଇଥିଲା ମିଳନ ।
ନନ୍ଦନକାନନରେ ଖୁସିର ମାହୋଲ । ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ବାଘୁଣୀ ମୌସୁମୀ ପ୍ରଥମ ଥର ପାଇଁ ମାଆ ହୋଇଛି । ଗତ ଏପ୍ରିଲ ୨୭ ରୁ ୨୯ ମଧ୍ୟରେ ଟାଇଗର ରାଜେଶଙ୍କ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ମୌସୁମୀ। ଯାହାକୁ ଗତ ଜୁଲାଇ ମାସ ୧ ତାରିଖରେ ଅଲଟ୍ରାସୋନୋଗ୍ରାଫି ମାଧ୍ୟମରେ ପ୍ରାଣୀ ଉଦ୍ୟାନର ଚିକିତ୍ସକମାନେ ମୌସୁମୀ ଗର୍ଭବତୀ ଥିବା ନିଶ୍ଚିତ କରିଥିଲେ ।
ବାଘୁଣୀ ମୌସୁମୀ ପ୍ରଥମ କରି ଛୁଆ ଦେଇଥିବାରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ଵାରା ତାର ଯତ୍ନ ନିଆଯାଉଛି। ସିସିଟିଭି କ୍ୟାମେରା ଫୁଟେଜରେ ପ୍ରତ୍ୟେକ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି । ମୌସୁମୀ ଏପର୍ଯ୍ୟନ୍ତ ଗୋଟିଏ ଶାବକ ଜନ୍ମ ଦେଇଥିବା ବେଳେ ପ୍ରଜନନ ପ୍ରକ୍ରିୟା ଜାରି ରହିଛି ।