ବେଆଇନ ମଦ ବୋଝେଇ ସ୍କୋର୍ପିଓକୁ ଜାଳି ଦେଲେ ଲୋକେ
ସୋର: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ସ୍କୋର୍ପିଓକୁ ଜାଳି ଦେଲେ ଲୋକେ। ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଆଉ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି l ଦ୍ରୁତଗତିରେ ଗାଡି ଆସୁଥିବାରୁ ଅଞ୍ଚଳବାସୀ ଓ ଭଦ୍ରକ ପୋଲିସ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଭଦ୍ରକ ଜିଲ୍ଲାରୁ ଏହା ଚୋରା ଦେଶୀ ମଦ ନେଇ ଯାଉଥିବା ବେଳେ ଭଦ୍ରକ ପୁଲିସ ଗାଡ଼ିଟିକୁ ପିଛା କରିଥିଲା। ତେଣୁ ସ୍କର୍ପିଓଟି ବାଲେଶ୍ୱର ଅଭିମୁଖେ ଆସିଥିଲା। ତେବେ ଦ୍ରୁତ ଗତିରେ ଆସୁଥିବା ଦେଖି ଅଞ୍ଚଳବାସୀ ଓ ଭଦ୍ରକ ପୋଲିସ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଏହି ସମୟରେ ୧୦୦୦ ଲିଟର ଅଧିକ ଦେଶୀ ମଦ ଥିବା ସୂଚନା ଦେଇଛନତି ଭଦ୍ରକ ଓ ସିମୁଳିଆ ପୋଲିସ। ଅନ୍ୟପଟେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମଦ ବୋଝେଇ ଗାଡ଼ିଟିରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି।
ସୋର: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆଛକ ନିକଟରେ ବେଆଇନ ମଦ ନେଇ ଆସୁଥିବା ସ୍କୋର୍ପିଓକୁ ଜାଳି ଦେଲେ ଲୋକେ। ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଆଉ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି l ଦ୍ରୁତଗତିରେ ଗାଡି ଆସୁଥିବାରୁ ଅଞ୍ଚଳବାସୀ ଓ ଭଦ୍ରକ ପୋଲିସ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ।
ଭଦ୍ରକ ଜିଲ୍ଲାରୁ ଏହା ଚୋରା ଦେଶୀ ମଦ ନେଇ ଯାଉଥିବା ବେଳେ ଭଦ୍ରକ ପୁଲିସ ଗାଡ଼ିଟିକୁ ପିଛା କରିଥିଲା। ତେଣୁ ସ୍କର୍ପିଓଟି ବାଲେଶ୍ୱର ଅଭିମୁଖେ ଆସିଥିଲା। ତେବେ ଦ୍ରୁତ ଗତିରେ ଆସୁଥିବା ଦେଖି ଅଞ୍ଚଳବାସୀ ଓ ଭଦ୍ରକ ପୋଲିସ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଏହି ସମୟରେ ୧୦୦୦ ଲିଟର ଅଧିକ ଦେଶୀ ମଦ ଥିବା ସୂଚନା ଦେଇଛନତି ଭଦ୍ରକ ଓ ସିମୁଳିଆ ପୋଲିସ। ଅନ୍ୟପଟେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ମଦ ବୋଝେଇ ଗାଡ଼ିଟିରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି।