ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ…
ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନକ୍ଷେତ୍ରର ବାଟ ଦେଖାଇଥିବା କଫି ବଗିଚାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମୃତ୍ତିକା ସଂରକ୍ଷଣ ହାତରେ ଥିବା ଏହି କଫି ବଗିଚା ବୁଲିବା ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ବିକ୍ରି କରାଯାଇ ଏଥିପାଇଁ ଅର୍ଥ ସଂଗ୍ରହ […] The post ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ… appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନକ୍ଷେତ୍ରର ବାଟ ଦେଖାଇଥିବା କଫି ବଗିଚାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମୃତ୍ତିକା ସଂରକ୍ଷଣ ହାତରେ ଥିବା ଏହି କଫି ବଗିଚା ବୁଲିବା ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ବିକ୍ରି କରାଯାଇ ଏଥିପାଇଁ ଅର୍ଥ ସଂଗ୍ରହ କରାଯାଉଛି। ହେଲେ କଫି ବଗିଚା ପରିସର ମଧ୍ୟରେ କଫି କାଫେ ଓ ଶିଶୁ ପର୍ଯ୍ୟଟକଙ୍କ ପାଇଁ ପାର୍କ ବ୍ୟବସ୍ଥା କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଆଉ କୌଣସି ମୌଳିକ ସୁବିଧା କିମ୍ବା କଫି ଓ ଗୋଲ ମରିଚ ଗଛ ଛାଡ଼ିଦେଲେ ଆଉ କିଛି ଦେଖିବାକୁ ନାହିଁ। ବସିବା ପାଇଁ ଭଙ୍ଗା ଦଦରା ସିମେଣ୍ଟ ବେଞ୍ଚକୁ ଛାଡ଼ି ଦେଲେ ଉଠାବସା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ପର୍ଯ୍ୟଟକ ବାଧ୍ୟ ବାଧକତାରେ କଫି ବଗିଚା ବୁଲୁଛନ୍ତି। ସେହିପରି ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା ନ ଥିବାବେଳେ ପର୍ଯ୍ୟଟକ ବିଶେଷକରି ମହିଳା ପର୍ଯ୍ୟଟକମାନେ ହଇରାଣ ହରକତ ହେଉଛନ୍ତି।
ସେହିପରି ଛୋଟ ଶିଶୁଙ୍କୁ ନେଇ ଆସୁଥିବା ମହିଳାମାନେ ବିଶ୍ରାମ ଗୃହ ନ ଥିବାରୁ ଶିଶୁମାନଙ୍କୁ ଖାଦ୍ୟ ଦେବା ପାଇଁ ସମସ୍ୟା ହେଉଛି। କଫି ବଗିଚାକୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ମୃତ୍ତିକା ସଂରକ୍ଷଣ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ଆଲୋଚନା କରିଛନ୍ତି। ସେଠାରେ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଡିସେମ୍ବର, ଜାନୁଆରୀ ମଧ୍ୟରେ ଅନେକ କାର୍ଯ୍ୟ ସୌନ୍ଦର୍ଯ୍ୟକରଣ ଆଦି କରାଯିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ବିଡିଓ କହିଛନ୍ତି।
The post ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ… appeared first on Dharitri Odia News.