ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ

କୋରାପୁଟ ୧ା୪(ଅମିତାଭ ବେହେରା): କୋରାପୁଟ ଜିଲାରେ ଥିବା ବିଭିନ୍ନ କଫି ବଗିଚାରେ ଏବେ କଫି ଫୁଲ ଫୁଟିବା ସମୟ ଆରମ୍ଭ କରିଛି। ଫୁଲ ଫିଟିଲେ ଏହା ଯେମିତି କଫି ଫୁଲର ଧଳା ଚାଦର ଭଳି ଶୋଭା ପାଇଥାଏ। ଯାହା ପ୍ରକୃତିପ୍ରେମୀଙ୍କୁ ବଗିଚାକୁ ଟାଣି ଆଣିଥାଏ। ମାତ୍ର ୩ ଦିନ ଏହି କଫି ଫୁଲ ଫୁଟି ପରେ ଝଡିଯାଇଥାଏ। କୋରାପୁଟ ଜିଲାର ଜଳବାୟୁ କଫି ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଜିଲାର କୋରାପୁଟ, ଦଶମନ୍ତପୁର, ପାଡୁଆ, ଲକ୍ଷ୍ମୀପୁର, ଅନକାଡ଼େଲି, […] The post ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ appeared first on Dharitri Odia News.

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ

କୋରାପୁଟ ୧ା୪(ଅମିତାଭ ବେହେରା): କୋରାପୁଟ ଜିଲାରେ ଥିବା ବିଭିନ୍ନ କଫି ବଗିଚାରେ ଏବେ କଫି ଫୁଲ ଫୁଟିବା ସମୟ ଆରମ୍ଭ କରିଛି। ଫୁଲ ଫିଟିଲେ ଏହା ଯେମିତି କଫି ଫୁଲର ଧଳା ଚାଦର ଭଳି ଶୋଭା ପାଇଥାଏ। ଯାହା ପ୍ରକୃତିପ୍ରେମୀଙ୍କୁ ବଗିଚାକୁ ଟାଣି ଆଣିଥାଏ। ମାତ୍ର ୩ ଦିନ ଏହି କଫି ଫୁଲ ଫୁଟି ପରେ ଝଡିଯାଇଥାଏ। କୋରାପୁଟ ଜିଲାର ଜଳବାୟୁ କଫି ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଜିଲାର କୋରାପୁଟ, ଦଶମନ୍ତପୁର, ପାଡୁଆ, ଲକ୍ଷ୍ମୀପୁର, ଅନକାଡ଼େଲି, ଲମତାପୁଟ, ସେମିଳିଗୁଡା, ପଟ୍ଟାଙ୍ଗି, ବୈପାରିଗୁଡା ଅଞ୍ଚଳରେ କଫି ଚାଷ ହୋଇଥାଏ। କଫି ବଗିଚା ସାରା ଧଳା ରଙ୍ଗର ଫୁଲର ଚାଦରରେ ଘୋଡାଇ ହୋଇ ପର୍ଯ୍ୟଟକଙ୍କୁ ଆନମନା କରିଥାଏ ବୋଲି କୋରାପୁଟ କଫି ବୋର୍ଡ ଜନସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ଶାହା କହିଛନ୍ତି। ତାଙ୍କ କହିବାନୁଯାୟୀ ମାର୍ଚ୍ଚ ମାସରେ ହେଉଥିବା ପ୍ରଥମ ବର୍ଷାର ସପ୍ତାହକ ମଧ୍ୟରେ ପ୍ରତ୍ୟେକ କଫି ବଗିଚାରେ ଫୁଲ ଫୁଟେ। କଫି ଫୁଲର ସୁଗନ୍ଧର ମହକ ମହୁମାଛିଙ୍କୁ ଆକୃଷ୍ଟ କରିବା ସହ ଅନେକ ପକ୍ଷୀଙ୍କୁ କଫିି ବଗିଚା ଟାଣି ଆଣେ। କର୍ନାଟକ ଭଳି ଏହି ସମୟରେ କଫି ବଗିଚା ମଧ୍ୟରେ ଭ୍ରାମ୍ୟମାଣ ମହୁଚାଷ କରୁଥିବା ମହୁ ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲେ ଏହି ଫୁଲଗୁଡିକରୁ ମଧୁ ସଂଗ୍ରହ କରୁଥିବା ମହୁମାଛିଙ୍କ ମାଧ୍ୟମରେ ଉନ୍ନତମାନର କଫି ମହୁ ପ୍ରସ୍ତୁତ ହୋଇପାରିବ ବୋଲି ପଣ୍ଡା ମତ କହିଥିଲେ। ଅନ୍ୟପକ୍ଷରେ କଫି ଫୁଲ ଫୁଟିବା ପାଇଁ ମାର୍ଚ୍ଚ ମାସରେ କୋରାପୁଟ ଜିଲାରେ ହେଉଥିବା ବୃଷ୍ଟିପାତର ଅନିୟମିତତା ଯୋଗୁ ଫୁଲ ଫୁଟିବାରେ ସମସ୍ୟା ହୋଇଥାଏ। ସରକାରଙ୍କ ପକ୍ଷରୁ ସ୍ପ୍ରିଂକଲର ଦ୍ୱାରା ଜଳସେଚନ ପାଇଁ ପଦକ୍ଷେପ ନେଲେ ଠିକ ସମୟରେ କଫି ଫୁଲ ଫୁଟିପାରନ୍ତା ଓ ଉନ୍ନତ ମାନର କଫି ଉତ୍ପାଦନ ହୋଇପାରନ୍ତା ବୋଲି ରାଜୁପୁଟ ଗ୍ରାମର କଫି ଉଦ୍ୟୋଗୀ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ।

The post ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ appeared first on Dharitri Odia News.